ଡଙ୍କାରୀ କଳା ପଥର ପାହାଡ଼ ରେ ନିଲାମ ପ୍ରକ୍ରିୟା ଆରମ୍ଭ

ଡଙ୍କାରୀ କଳା ପଥର ପାହାଡ଼ ରେ ନିଲାମ ପ୍ରକ୍ରିୟା ଆରମ୍ଭ ମାପ ଚୁପ କଲେ ବନ ଓ ଖଣି ବିଭାଗ ଧର୍ମଶାଳା ତହସିଲ ର ବହୁ ଚର୍ଚ୍ଚିତ ଡଙ୍କାରୀ ପାହାଡ଼ର କିଛି କ୍ଵରୀ ଗତ ଶନିବାର ଦିନ ବିଭାଗୀୟ କତୃପକ୍ଷ ଙ୍କ ଦ୍ୱାରା ମାପଚୁପ ହୋଇଥିବା ଦେଖିବାକୁ ମିଳିଛି l ଏହି ପ୍ରକ୍ରିୟା ରେ ଧର୍ମଶାଳା ତହସିଲ ଡଙ୍କାରୀ ଦୁଇ ନମ୍ବର କଳାପଥର କ୍ଵରୀ ରେ ନିଲାମ ଯୋଗ୍ୟ ଥିବା ୧ ୨ ଏକର ଜମିକୁ ଜିଲ୍ଲା ଖଣି ଓ ବନ ବିଭାଗ ମିଳିତ ଭାବେ ମାପଚୁପ କରିଥିଲେ l ଏହି ମାପଚୁପ ପ୍ରକ୍ରିୟା ଶେଷ ହେଲେ ଖଣି ବିଭାଗ ନିଲାମ ପ୍ରକ୍ରିୟା ଆରମ୍ଭ କରିବେ ବୋଲି ଉପସ୍ଥିତ ଅଧିକାରୀ ମାନଙ୍କ ଠାରୁ ଜଣାପଡିଛି l ଏବଂ ଏହା ସର୍ବ ସାଧାରଣ ରେ ପ୍ରକାଶିତ ହେବ l ଏହି ମାପଚୁପ ରେ ଏସି ଏଫ ଅନିଲ କୁମାର ରାୟ., ବନା ଞ୍ଚଳ ଅଧିକାରୀ ହିମାଂଶୁ ଶେଖର ପୃଷ୍ଟି, ବନ ପାଳ ଏମ ଡ଼ି ସାକୀର ହୁସେନ,,ଯାଜପୁର ଖଣି ଅଧିକାରୀ ଯଶକେତନ ସେଠି ଓ ସ୍ଥାନୀୟ ଆ ର ଆ ଇ ଉପସ୍ଥିତ ଥିବା ଜଣାପଡିଛି

Leave a Reply

Your email address will not be published. Required fields are marked *