ନୟାଗଡ଼ରେ ‘ସମବାୟରୁ ସମୃଦ୍ଧି’ ଅଭିଯାନ ଅଧୀନରେ ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ*

*ନୟାଗଡ଼ରେ ‘ସମବାୟରୁ ସମୃଦ୍ଧି’ ଅଭିଯାନ ଅଧୀନରେ ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ* ସମବାୟ ମନ୍ତ୍ରାଳୟର ପାଞ୍ଚ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟବ୍ୟାପୀ ଚାଲିଥିବା ଜାତୀୟ ଅଭିଯାନ ‘ସମବାୟରୁ ସମୃଦ୍ଧି’ ଅଧୀନରେ ଆଜି ନୟାଗଡ଼ ସମବାୟ ବିଭାଗ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ମହୋଦୟା ଯୋଗଦେଇ ଉଦ୍ଘାଟନ କରିଥିଲେ। ଶିବିରରେ ମୋଟ ୪୦ ଜଣ ସ୍ୱେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିଲେ।ଶ୍ରୀଯୁକ୍ତ ଅନନ୍ତ କୁମାର ନାୟକ, ଉପନିବନ୍ଧକ,

ସମବାୟ ସମିତି ସମୂହଙ୍କ ନିର୍ଦ୍ଦେଶନାରେ ବିଭାଗର ସମସ୍ତ କର୍ମଚାରୀଙ୍କ ସହଯୋଗରେ ଶିବିରଟି ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା।ଏହି ଅବସରରେ ସମବାୟ ବିଭାଗ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇ ପରିବେଶ ସୁରକ୍ଷା ପ୍ରତି ସଚେତନତାର ବାର୍ତ୍ତା ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *