ଯାଦବ ମହା ସଭା ତରଫରୁ ରକ୍ତ ଦାନ ଶିବିର

ଭଦ୍ରକ :୧୪/୧୧:-ଭଦ୍ରକ ଜିଲ୍ଲା ଯାଦବ ମହାସଭା ପକ୍ଷରୁ ଭଦ୍ରକର ଚରମ୍ପା ସ୍ଥିତ ହାପିହୋମ ସ୍କୁଲ ଠାରେ ରକ୍ତଦାନ ଶିବିର ଉଦଘାଟିତ ହୋଇଯାଇଛି। ଜିଲ୍ଲାପାଳ ତ୍ରିଲୋଚନ ମାଝି ମୁଖ୍ୟଅତିଥିଭାବେ ଯୋଗ ଦେଇଥିଲେ ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଉଦଘାଟନ କରିଥିଲେ ।ସର୍ବପ୍ରଥମେ ଯୁବ ଯାଦବ ସଭାପତି ରବି ନାରାୟଣ ଖିଲାର ରକ୍ତଦାନ କରିଥିଲେ ।ଏହି ଅବସରରେ ରାଷ୍ଟ୍ରୀୟ ଯୁବ ଅଧ୍ୟକ୍ଷ ଇଂ ପ୍ରଦୀପ ବେହେରା, ଜିଲ୍ଲା ସଭାପତି ସୁଧାଂଶୁ ନାୟକ, ଯୁବ ସଭାପତି ରବି ନାରାୟଣ ଖିଲାର, ଯୁବ ରାଜ୍ୟ ସମ୍ପାଦକ ଅମର ନାୟକ, ଜିଲ୍ଲା ସମ୍ପାଦକ ଦିଲୀପ ନାୟକ, ଯୁବ ସମ୍ପାଦକ ସନ୍ତଦାସ, କୃଷ୍ଣ ଚନ୍ଦ୍ର ବେହେରା, କୁଳମଣି ବେହେରା, ହରିଶ ବାରିକ, କୃଷ୍ଣ ଚନ୍ଦ୍ର ମହାକୁଡ଼, ଭାଗିରଥି ପଳେଇ, ସଞ୍ଜିବ ନାୟକ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ରକ୍ତଦାନ ଶିବିର ରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ରକ୍ତଦାନ କରିଥିଲେ।

ରିପୋର୍ଟ :ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *