ଓଡିଶା ଜଳ ଯୋଗାଣ କର୍ମଚାରି ସଂଘ ଉଦଘାଟନ
ଭଦ୍ରକ :୧୪/୧୧– ଓଡ଼ିଶା ଜଳଯୋଗାଣ କର୍ମଚାରୀ ସଂଘ ଭଦ୍ରକ ଜିଲ୍ଲା ଶାଖାର କାର୍ଯ୍ୟକାରିଣୀ ବୈଠକ ଭଦ୍ରକର ଆର ଡବ୍ଲ୍ୟୁ ଏସ ଏସ ଅଫିସ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ କଟକ ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ରାଜ୍ୟର ସମସ୍ତ ଜଳଯୋଗାଣ କର୍ମଚାରୀଙ୍କ ବହୁବିଧ ସମସ୍ୟାର ସମାଧାନ ଦିଗରେ ଖୋଦ ମୁଖ୍ୟମନ୍ତ୍ରୀ ଉଚିତ ଦୃଷ୍ଟି ଦେଇ ଥିବାର କହିଛନ୍ତି।ଏବଂ ବିଧାୟକ ଶ୍ରୀ ମଲ୍ଲିକଙ୍କୁ ସଂଘ ଘରର ମୁଖିଆ ଭାବେ ଗ୍ରହଣ କରିଥିବାରୁ ଆଗାମୀ ଦିନରେ ସେମାନଙ୍କ ସମୂହ ଦାବି ପୂରଣ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ସହ ସେ ଆଲୋଚନା କରି ସମାଧାନ କରିବେ ବୋଲି କହିଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଅଧିକାରୀ ଓ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
