ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ ତରଫରୁ ଓଡ଼ିଆ ପକ୍ଷ ଅବସରରେ ରକ୍ତଦାନ ଶିବିର।

ତା ୧୩/୪/୨୦୨୬ ଉଦଳା ସ୍ଥିତ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା, ଯୁବ ରେଡକ୍ରୋଶ ଓ ରେଞ୍ଜର୍ସ ବିଭାଗର ମିଳିତ ଆନୁକୂଲ୍ୟରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଥିବା ରକ୍ତଭଣ୍ଡାର ଠାରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମକୁ ରକ୍ତଭଣ୍ଡାର ଦାୟିତ୍ୱରେ ଥିବା ଡାକ୍ତର ପ୍ରଜ୍ଞା ପାରମିତା ବେହେରା ଉଦଘାଟନ କରି ରକ୍ତଦାନର ଉପକାରିତା ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ଏହି ଶିବିରରେ ସର୍ବମୋଟ ୧୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଯୁବ ରେଡକ୍ରୋଶ ଅଧିକାରୀ ରାଜେଶ କୁମାର ମୁଦୁଲି, ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ମେରିନା ପଣ୍ଡା ଓ ଗିରିଜା ଶଙ୍କର ପାତ୍ର, ରେଞ୍ଜର୍ସ ଅଧିକାରୀ ଶାନ୍ତିଲତା ହାଁସଦା ଓ କର୍ମଚାରୀ ମମିତା ଶ ପ୍ରମୁଖ ପରିଚାଳନା କରିଥିଲେ।ରକ୍ତ ଭଣ୍ଡାରର ସମସ୍ତ କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *