ବାଳକ ମେଳେ


ଶିଶୁ ସରଳ,
ଦିଶେ ସୁନ୍ଦର,
ମୁରୁକି ହସ,
ମୁଖ ହରଷ,,
ଭାବନା ତାର,
ସୀମା ବାହାର,
ଦୃଷ୍ଟି ସମାନ,
ସତ୍ୟ ବଚନ,,
ମାଆର କୋଳ,
ଅଭୟ ସ୍ଥଳ,,
ଯାହା ଦେଖଇ,
ତାହା କହଇ,,
ମନ ପାଇଲେ,
ବସଇ କୋଳେ,,
ସ୍ମରଣ ଶକ୍ତି,
ଗଭୀର ଅତି,,
ମିଛ ନ କହେ,
କୁଟିଳ ନୁହେଁ,,
ଖୋଲା ମନରେ,
ସବୁଠି ବୁଲେ,,
ଯାହା ସେ ଦେଖେ,
ତାହା ହିଁ ଶିଖେ,,
କୋମଳ କାୟ,
ସଭିଙ୍କ ପ୍ରିୟ,,
ରାଗି ଗଲେ ସେ,
ସୁନ୍ଦର ଦିଶେ,,
ବାଳକ ମେଳେ,
ଆୟୁଷ ବଢେ,,
ବାଳ ମୂରତି,
ମନରେ ଶାନ୍ତି,,
(ଅବୋଧ ଶିଶୁ ଚିନ୍ତନ)
ପ୍ରଭାତରଞ୍ଜନ, ପୁରୀଧାମ, 🌹

Leave a Reply

Your email address will not be published. Required fields are marked *