ହାପିନେସ୍ ଫାଉଣ୍ଡେସନ ତରଫରୁ ତାଳ ମଞ୍ଜି ସଂଗ୍ରହ ଅଭିଯାନପୁରୀ ର ସ୍ୱେଚ୍ଛାସେବୀ ସଂଗଠନ
ହାପିନେସ୍ ଫାଉଣ୍ଡେସନ ତରଫରୁ ତାଳ ମଞ୍ଜି ସଂଗ୍ରହ ଅଭିଯାନପୁରୀ ର ସ୍ୱେଚ୍ଛାସେବୀ ସଂଗଠନ ହାପିନେସ୍ ଫାଉଣ୍ଡେସନ ତରଫରୁ ତାଳ ମଞ୍ଜି ସଂଗ୍ରହ ଅଭିଯାନ ୨୦୨୬ ଆରମ୍ଭ ହୋଇଯାଇଛି। ତାଳଗଛ ଆମକୁ ବଜ୍ରପାତ ରୁ ରକ୍ଷା କରିବା ସହିତ ଭୂତଳ ଜଳ ସ୍ତର ବଜାୟ ରଖିବା ଏବଂ ବୃଦ୍ଧି କରିବା ରେ ସହାୟକ ହୋଇଥାଏ। ତାଳ ଗଛ ମହାପ୍ରଭୂ ଶ୍ରୀ ଜଗନ୍ନାଥ ଙ୍କ ସେବାରେ ପ୍ରତ୍ୟକ୍ଷ ଭବେ ଜଡ଼ିତ। ମହାପ୍ରଭୂ ଙ୍କ ପ୍ରସାଦ ନିମନ୍ତେ ତାଳ ପତ୍ର ରୁ ଭୋଗେଇ ପ୍ରସ୍ତୁତ ହୋଇଥାଏ ଓ ରଥ ର ଚାରମାଳ ପାଇଁ ତାଳ ଗଛ ର ଗଣ୍ଡି ର ଆବଶ୍ୟକ ରହିଥାଏ। ପୁରୀ ରୁ ତାଳଗଛ ଲୋପ ପାଇଚାଲିଛି। ତାଳବଣିଆ ରେ ତାଳ ଗଛ ନାହିଁ କହିଲେ ଚଳେ। ଏହି ସବୁ ପରିସ୍ଥିତି କୁ ଆଖି ଆଗରେ ରଖି ଅନୁଷ୍ଠାନ ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଅଛି।

ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନର ୧୦୦ ରୁ ଉର୍ଦ୍ଧ୍ବ ସ୍ୱେଚ୍ଛାସେବୀ ସହଯୋଗ ରେ ମଙ୍ଗଳାଘାଟ ବାଇପାସ୍ ପାର୍ଶ୍ୱ ଜଙ୍ଗଲ ରୁ ୫୦୦୦ ରୁ ଉର୍ଦ୍ଧ୍ବ ତାଳ ମଞ୍ଜି ସଂଗ୍ରହ କରାଯାଇଛି। ଅନୁଷ୍ଠାନ ତରଫରୁ ପୂର୍ବ ବର୍ଷ ମାନଙ୍କରେ ୨୦ ହଜାର ରୁ ଉର୍ଦ୍ଧ୍ବ ତାଳମଞ୍ଜି ରୋପଣ କରାଯାଇଥିଲା। ଏହି ବର୍ଷ ୧୦ ହଜାର ତାଳ ମଞ୍ଜି ସଂଗ୍ରହ ଓ ରୋପଣ କରାଯିବା ପାଇଁ ଯୋଜନା ରହିଛି।ଅନୁଷ୍ଠାନ ର ପ୍ରତିଷ୍ଠାତା ତଥା ସଭାପତି ଇଂ. ପ୍ରଦୀପ୍ତ କୁମାର ପ୍ରଧାନ, କାର୍ଯ୍ୟକାରୀ ସଂପାଦକ ସୌମ୍ୟ ରଞ୍ଜନ ସାହୁ, କୋଷାଧକ୍ଷ ଶମ୍ଭୁ ମହାନ୍ତି, ସଂଯୋଜକ ମାନସ ବେହେରା, ନରେଶ ଚନ୍ଦ୍ର ପାଲ, ଟି. ମନୋଜ କୁମାର ପ୍ରଧାନ ଓ ସଂଯୋଜିକା ବିଷ୍ଣୁପ୍ରିୟା ସାହୁ, ଚିନ୍ମୟୀ ଲେଙ୍କା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
