ଗଞ୍ଜାମ ଜିଲ୍ଲା ଆସିକା ରେ ବୁଲ ଡୋଜର
ସରକାରୀ ଜାଗାରେ ନିର୍ମାଣ ହୋଇଥିବା ହୋଟେଲ ଉପରେ ବୁଲିଲା ବୁଲ ଡୋଜର ବ୍ୟାପକ ପୋଲିସ ଉପସ୍ଥିତି ମୁତୟନ ଆସିକା ରେ ଆରମ୍ଭ ହେଲା ସରକାରୀ ଜାଗା ଜବରଦଖଲ ଉପରେ ବୁଲିଲା ବୁଲ ଡୋଜର I ଏହା ଦେଖିବାକୁ ମିଳିଛି,ଆସିକା ବ୍ଲକ ଖଣ୍ଡ ଦେଉଳି ପଞ୍ଚାୟତ କର୍ଣ୍ଣୋଳି କେନ୍ଦ୍ରୀୟ ପଣ୍ୟାଗାର ନିଗମ ଗୋଦାମ ଗୃହ ପାର୍ଶ୍ଵରେ ଥିବା ଏକ ହୋଟେଲ Yଉପରେ I ସରକାରୀ ଜାଗାକୁ ଖଣ୍ଡଦେଉଳି ସରପଞ୍ଚଙ୍କ ସ୍ୱାମୀ ପ୍ରଣବ କୁମାର ବିଷୋୟୀ ଜଵର ଦଖଲ କରି ସେଠାରେ ଗଢ଼ି ଉଠିଥିବା ଏକ ହୋଟେଲକୁ ଆଜି ସ୍ଥାନୀୟ ପ୍ରଶାସନ ଓ ପୋଲିସ ପ୍ରଶାସନ ଉଛେଦ କରିଛି । ପ୍ରକାଶ ଥାଉକି ଆସିକା ତହସିଲ ରାଜସ୍ବ ଅନ୍ତର୍ଗତ କର୍ଣ୍ଣୋଳି ମୌଜାର ଏହି ଜାଗାଟି ଉନ୍ନତି ଯୋଜନା ପାଇଁ ସରକାରୀ ଖାତାରେ ରହିଥିବା ବେଳେ ସେଠରେ ଏକ ହୋଟେଲ ଗଢି ଉଠିଥିଲା । ଦିର୍ଘ ବର୍ଷ ଧରି ହୋଇଥିବା ହୋଟେଲ ରେ କୁଆଡେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ମଦ୍ୟପାନର ଆସର ଜମୁଥିବା ଅଭିଯୋଗ ହୋଇ ଆସୁଥିଲା। ଆସିକା ଅତିରିକ୍ତ ତହସିଲଦାର ଦେବୀ ପ୍ରସାଦ ବାରିକଙ୍କ ମାଜିଷ୍ଟ୍ରେଟ ଙ୍କ ଦାୟିତ୍ୱ ରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ଏହି ଉଛେଦ କାର୍ଯ୍ୟ ଚାଲିଥିଲା । ଉଛେଦ ବେଳେ କୌଣସି ଅପ୍ରିତିକର ପରିସ୍ଥିତି ଉପୁଜିଥିବାର ସମ୍ଭାବନାକୁ ଦୃଷ୍ଟି ରଖି ବ୍ୟାପକ ପୋଲିସ ମୂତୟନ ହୋଇଥିଲା । ଆସିକା ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ଙ୍କ ଉପସ୍ଥିତିରେ ଆସିକା ଥାନା ଅଧିକାରୀ ରାଜେନ୍ଦ୍ର ପଟ୍ଟନାୟକ, ରେଭେନ୍ୟୁ ସୁପର ଭାଇଜର ବିଶ୍ବନାଥ ଲେଙ୍କା, ଆର. ଆଇ. ସଶ୍ମିତା କୁମାରୀ ବିଶ୍ବାଳ ସମେତ ସରକାରୀ କର୍ମଚାରୀଙ୍କ ଉପସ୍ଥିତିରେ ଉଛେଦ କାର୍ଯ୍ୟ ହୋଇଥିଲା ।
