ଐତିହାସିକ କାଲୀ ପୂଜା ର ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଙ୍କ କାର୍ଯ୍ୟି।ଳୟ ଠାରେ ଅନୁଷ୍ଠିତ ହୋଇଯାଇଛି

ଭଦ୍ରକ କାଳୀପୂଜାରେ ଏଥର ସାଂସ୍କୃତିକ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ତରଫରୁ ଆୟୋଜିତ ହେବ । ଏନେଇ ସ୍ୱତନ୍ତ୍ର ମଞ୍ଚ ପ୍ରସ୍ତୁତ ହେବ ଦୁଇ ଦିନ ସନ୍ଧ୍ୟାରେ ଚରମ୍ପା ରେଲୱେ ପଡ଼ିଆରେ ସ୍ୱଜ ମଞ୍ଚ ଦ୍ଵାରା ଓଡ଼ିଶା ନୃତ୍ୟ ସଙ୍ଗୀତ ଓ ଲୋକକଳା ପ୍ରଦର୍ଶନ କରାଯିବ ବୋଲି ଆଜି କାଳୀପୂଜା ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ଘୋଷଣା କରିଛନ୍ତି ।ଚରମ୍ପା ରେଲୱେ ପଡ଼ିଆରେ ସ୍ବତନ୍ତ୍ର ମଞ୍ଚ ଲାଗିବ ସିସି ଟିଭି, ଜଗିବେ ପୁଲିସ ଯାତ୍ରା ପାର୍ଟି, ପାକିଂ ଷ୍ଟାଣ୍ଡ ପାଇଁ ସ୍ବତନ୍ତ୍ର ଅନୁମତିଯାତ୍ରା ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟ ନିଷେଧ ଭଦ୍ରକାଳୀ ପୀଠକୁ ଦିଆଯିବ ଗୁରୁତ୍ବ ନଭେମ୍ବର ୮ରେ ଭସାଣି ଉତ୍ସବ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସ୍ମରଜ ଜିଲ୍ଲାପାଳଙ୍କୁ ଗଣପର୍ବ ଗାରିମା ଦୃଦ୍ଧି ପାଇଁ ଆଦେଶ ଦେଇଥିଲେ । ଜିଲ୍ଲାପାଳ ଦିଲ୍ଲୀପ ରାଇଡରାୟ ବିଭାଗୀୟ ରାଜ୍ୟ ଅଧିକାରୀଙ୍କ ସହ ଆଲୋଚନା କରି ଦୁଇ ଦିନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ବତନ୍ତ୍ର ମଣ୍ଡପ ଦ୍ବାରା କରାଯିବା ନେଇ ଆଜି ଘୋଷଣା କରିଛନ୍ତି ।

ଜିଲ୍ଲାପାଳଙ୍କ ସଦ୍‌ଭାବନା ଗୃହରେ ଭଦ୍ରକ ଜାଲୀପୂଜାକୁ ନେଇ ପ୍ରସ୍ତୁତି ବୈଠକ ବସିଥିଲା। ଚରମ୍ପା ୯ ମଣ୍ଡପ ସ‌ହ ରାଜଘାଟ ଓ ପୁରୁଣା ବଜାର ମଣ୍ଡପ ମିଶାଇ ୧୧ ମଣ୍ଡପ କର୍ମକର୍ତ୍ତା ସବୁ ବିଭାଗର ମୁଖ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ୩୧ ତାରିଖ ରାତିରେ ପୂଜା ଉତ୍ସବ ଆରମ୍ଭ ହେବ। ୮ ତାରିଖ ଭସାଣୀ ଉତ୍ସବ ହେବ । ପ୍ରତି ମଣ୍ଡପରେ ସିସିଟିଭି ଲଗାଇବାକୁ ଜିଲ୍ଲାପାଳ ମଣ୍ଡପ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ । ପ୍ରତି ମଣ୍ଡପ ସହ ଆଲୋଚନା କରିଥିଲେ। ଆଲୋଚନାବେଳେ ଉପୁଜିଥିବା ବିଭିନ୍ନ ସମସ୍ୟା କାବଦରେ ଅବଗତ ହୋଇ ତାର ସମାଧାନର ରାସ୍ତା ବାହାର କରିଥିଲେ । ଭିଡ଼କୁ ନିୟନ୍ତ୍ରଣ କରିବାକୁ ଦକ୍ଷ ପୁଲିସ ଅଧିକାରୀ ନିୟୋଜିତ ହେବେ । ଅଭିଜ୍ଞ ଅଫିସର ପ୍ରମୁଖ ସ୍ଥାନରେ ଡେରା ପକାଇବେ। ପ୍ରଶାସନିକ ସ୍ତରରେ ବି ଜନଗହଳିପୂର୍ଣ ସ୍ଥାନରେ ସିସିଟିଭି ଲଗାଯିବ ଚୋରୀ ଡକାୟତି ରାହାଜାନି ଆଦିକୁ ନଜରରେ ରଖି ସାଧା ପୋଷାକ‌ଧାରୀ ପୁଲିସ ଘୂରି ବୁଲିବେ । ଅପେରା ପ୍ରଦର୍ଶନ ପାଇଁ କଠୋର ନୀତି ଆପଣାଯିବ । ସ୍ୱତନ୍ତ୍ର ଅନୁମତି ସହ ଏନଫୋର୍ସ ମେଣ୍ଟ ଟିମ୍ ନଜରରେ ଅପେରା ମଞ୍ଚ ରହିବ । ଅଶ୍ଳୀଳ ନୃତ୍ୟ ହେବ ନାହିଁ I ଏହା ସମ୍ପୂର୍ଣ ଭାବେ ନିଷେଧ କରାଯିବା ନେଇ ନିର୍ଦ୍ଦେଶ ହୋଇଛି। ଯାତ୍ରାକୁ ନେଇ ବିଙ୍ଖଳା ହେଲେ ଆଉ ଆୟୋଜକଙ୍କୁ ଅନୁମତି ମିଳିବ ନାହିଁ । ଚରମ୍ପା ଅଞ୍ଚଳରେ ଆଲୋକାକରଣ ବ୍ୟବସ୍ଥାର ସୁଧାର ଆସିବ । ଏରେଇ ମଣ୍ଡପ ପାର୍ଶ୍ୱକୁ ଯିବାକୁ ଲାଇଟ ଲାଗିବ । ରାସ୍ତାର ନବୀକରଣ ହେବ । ସେହି ପରି ରେଳ ଲେଟ ୧୧୮ ନମ୍ବରରୁ ୧୧୯ ଗେଟ ପର୍ଯ୍ୟ ଭାଷାର ଉନ୍ନତିକରଣ ଖେଳ ବିଭାଗ କରିବ। ଅସମାନ ଭିଡ଼କୁ ନଜରରେ ରଖି ଯାତ୍ରାଙ୍କ ସୁବିଧା କରାଯିବ। କମ୍ୟୁନିଟି ଟିଏଲେଟ ସଂଖ୍ୟା ବଢିବ। ତାର ଯିବା ନେଇ ରାସ୍ତା ମରାମତି ହେବ । ପୀଠରେ ସଂସ୍କୃତିକ କାର୍ଯ୍ୟକ୍ରମ ହେବା ନେଇ କର୍ମକର୍ତ୍ତାଙ୍କ ସହ ଆଲୋଚନା କରାଯିବ । ଭଡ଼ା ଧାର୍ଯ୍ୟ ହେବ କେହି ଯେମିତି ଅଧିକ ଭଡ଼ା ନ ନିଅନ୍ତେ ତାହା ଉପରେ ତୀକ୍ଷ୍ମ ନଜର ରଖିବାକୁ ପରିବହନ ବିଭାଗକୁ ବାୟିତ୍ଵ ଦିଆଯାଇଛି । ସେହିଭଳି ମେଳାରେ ବାସୀ ଖାଦ୍ୟ ପ୍ରତି ନଜର ରଖାଯିବ । ବିଭିନ୍ନ ବିଭାଗ ପକ୍ଷରୁ ଆଇସିଟିଏଲ ନଜରରେ ରହିବ ଆଜିର ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ଶ୍ରୀ ଦିଲ୍ଲୀପ ରାଉତରାୟ ଏସପି ମାଜନ ସମ୍ପତ ସକାପ, ଏସିଏମ ଶାନ୍ତନୁ ମହାନ୍ତି, ଡେପୁଟି କଲେକ୍ଟର ମଣ୍ଡଳ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ଶୀ, ସିଟି ଡିଏସପି ଅଂଶୁମାନ ବିବେଦୀ ପ୍ରମୁଖ ମଞ୍ଚସୀନ ଥିଲେ । ବିଭିନ୍ନ ବିଭାଗର ଅଧିକାରୀ ପୂଜା ମଣ୍ଡପ ସଭାପତି ଓ ସମ୍ପାଦକ, ଶାନ୍ତି କମିଟି ସଦସ୍ୟ ୧୪ ମହଲାର ଜମାଜର ସଭାପତି ପ୍ରମୁଖ ଉପସ୍ଥିତ ଥିଲେ ପାକିଂ ଫି’: ବାଇକ୍ ୨୦, କାର୍ ୪୦ ଟଙ୍କା କାଳୀ ପୂଜା ଭିଡ଼ରେ ପାର୍ଟି ଓ କର୍ମଚାରୀ ଆଉ ବାଇକ ଓ ତାର ମାଲିକଙ୍କଠାରୁ ମନଇଚ୍ଛା ଦର ନେଇ ପାରିବେନି। ଏନେଇ ନିଦ୍ଦିଷ୍ଟ ଫି ଧାର୍ଯ୍ୟ ହୋଇଛି । ଆଜି ପ୍ରଶାସନିକ ପ୍ରସ୍ତୁତି ବୈଠକରେ କେଉଁ ଗାଡ଼ି ପାଇଁ କେତେ ଫି ତାହାର ଦର ଧାର୍ଯ୍ୟ ହୋଇଛି । ପାର୍ଟି ଷ୍କଣ୍ଡ ପାଇଁ ପ୍ରସ୍ତୁତି ଅନୁମତ ଲୋଡ଼ାଯିବ । ପୌରପାଳିକା ଦିଆଯିବ । ସେହି ଟିକଟରେ ପ୍ରତି ସାଇକଲ ପିଛା ୧୦ ଟଙ୍କା, ବାଇକ ୨୦ କୋ, କାର ୪୦ ଟ, ଲେଖାଯିବା ଓ ପୁଲିସ ପ୍ରଶାସନ ମିଳିତ ସହ‌ଯୋଗରେ ଅନୁମତି ପତ୍ର ମିଳିବ। ପୌରପାଳିକା ପଛରୁ ଟିକଟ ଯୋଗଇ ଏହାଠାରୁ ଅଧିକ ଫି କେହି ନେଲେ ଏକଫୋର୍ସମେଣ୍ଟ ଟିମ ଦ୍ଵାରା କରିମାଳା କରାଯିବ । ଭଦ୍ରକ କାଳୀପୂଜାରେ ଷ୍ଟାଣ୍ଡଙ୍କ । ଏହାକୁ ଗୁରୁତ୍ୱର ସହ ପ୍ରଶାସନ ନେଇଛି । ଆଜି ଆଲୋଚନା ବେଳେ ଜିଲ୍ଲାପାଳ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ବଡ଼ା ନିର୍ଦେଶ ଦେଇଛନ୍ତି । ଟିକଟ ଛାପି କେତେ ଷ୍ଟାଣ୍ଡ ହେଉଛି । ତାର ହିସାବ ରଖ । ବିନା ଅନୁମତିରେ କେହି ଯେମିତି ଷ୍ଟାଣ୍ଡ ଖୋଲି ପାରିବେ ନାହିଁ । ପ୍ରଶାସନିକ ଧାର୍ଯ୍ୟ ଅନୁଯାୟୀ ଫି ଆଦାର ହେବ ବୋଲି କୁହଯାଇଛି । ପ୍ରଶାସନିକ ଛାଟ ପରେ ଏବେ ଘରୋଇ ଷ୍ଟାଣ୍ଡ କର୍ମକର୍ତ୍ତା ଭିତରେ ଛନକା ପଶିଛି । ଅନେକ ସରକାରୀଙ୍କ କାଗା ସମେତ ପ୍ରାଇଭେଟ ଜାଗାରେ ଷ୍ଟାଣ୍ଡ କରିବା ନେଇ ଅଗ୍ରିମ ଆକାରରେ ବହୁ ଅର୍ଥ ସାରିଛନ୍ତି । ସେମାନେ କଣ କରିବେ ତାକୁ ନେଇ ଭାଳେଣି ପଡ଼ିଛି।ନିୟମିତ ସଫାସୁତୁରା ହେବା ନେଇ ପରିମଳ ବିଭାଗକୁ କିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଭଦ୍ରକାଳୀ ପାଠକୁ ଉପସ୍ଥିତିରେ କାଳୀପୂଜାକୁ ମିଳି ମିଶି ସରସ ସୁନ୍ଦର କରିବାକୁ ଜିଲ୍ଲାପାଳ ସଭିଙ୍କ ସହଯୋଗ ଲଢିଥିଲେ।

Leave a Reply

Your email address will not be published. Required fields are marked *