ବରମୁଣ୍ଡା ଦୂର୍ଗା ପୂଜା ରେ ରାବଣ ପୋଡି

ବରମୁଣ୍ଡା ଦୂର୍ଗା ପୂଜା ରେ ରାବଣ ପୋଡ଼ି ସହ ମନ ମୋହିଲା କଳିଙ୍ଗାୟନ ତୌର୍ୟତ୍ରିକମ ଅନୁଷ୍ଠାନ ର ନୃତ୍ୟାଙ୍ଗନା ମାନଙ୍କ ନୃତ୍ୟ ।ଭୁବନେଶ୍ୱର:ଶାରଦୀୟ ଦୁର୍ଗାପୂଜା ପାଇଁ କଟକ – ଭୁବନେଶ୍ଵର ହୋଇ ଉଠିଛି ଉତ୍ସବ ମୁଖର।ବିଭିନ୍ନ ସ୍ଥାନରେ ସୁସଜ୍ଜିତ ମେଢରେ ପୂଜା ପାଉଛନ୍ତି ମାଙ୍କ ମୃଣ୍ମୟୀ ପ୍ରତିମା। ସପ୍ତମୀ ଠାରୁ ଆରମ୍ଭ ହୋଇଛି ସାର୍ବଜନୀନ ଦୂର୍ଗାପୂଜା। ସନ୍ଧ୍ୟାରେ ଦେଖିବାକୁ ମିଳୁଛି ଅସମ୍ଭବ ଭିଡ଼। ସେହିଭଳି ବିଭିନ୍ନ ଦେବୀ ପୀଠରେ ଦେବୀଙ୍କ ନବରାତ୍ରି ସହ ଦଶହରା ପର୍ବ ରୀତିନୀତି ଅନୁଯାୟୀ ପାଳିତ ହୋଇଛି।ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ।ଭୁବନେଶ୍ୱର ର ବରମୁଣ୍ଡା ଠାରେ ପ୍ରତି ବର୍ଷ ଭଳି ଆୟୋଜିତ ହୋଇଛି ଦୁର୍ଗାପୂଜା ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଉତ୍ସବ ମୁଖର ହୋଇଉଠିଛି ବରମୁଣ୍ଡା ପୂଜା ମଣ୍ଡପ। ସାଂସ୍କୃତିକ କାର୍ଯ୍ୟକ୍ରମ ରେ କଳାକାରମାନେ ସାମିଲ ହୋଇ ନିଜ ନିଜର କଳା ପ୍ରଦର୍ଶନ କରୁଛନ୍ତି। ସେହି ଭଳି କାଲି ସନ୍ଧ୍ୟା ରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁରୁ ଶ୍ରୀମତି ପୁଷ୍ପିତା ମିଶ୍ର ଓ ଅନୁଷ୍ଠାନ ର ପ୍ରିନ୍ସିପାଲ୍ ଗୁରୁ ମିତା ଦାସ ଙ୍କ ନିର୍ଦ୍ଦେଶନା ରେ କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟ ଅନୁଷ୍ଠାନ ର ନୃତ୍ୟାଙ୍ଗନା ମନେ ନିଜ ନିଜ ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କ ମନ ମୋହି ଥିଲେ। ନୃତ୍ୟାଙ୍ଗନା ଙ୍କ ତାଳେ ତାଳେ ଝୁମି ଉଠିଥିଲେ ଦର୍ଶକ।

Leave a Reply

Your email address will not be published. Required fields are marked *