କାର ବାଇକି ମୁହାଁମୁହିଁ ଧକ୍କା, ବାଇକ୍ ଚାଳକ ମୃତ

– ଭୂବନେଶ୍ୱର-କୋଣାର୍କ ମୁଖ୍ୟରାସ୍ତା ଧୀରପୁର ଛକ ନିକଟରେ ମର୍ମନ୍ତୁକ ସଡ଼କ ଦୁର୍ଘଟଣା I ମଟର ସାଇକେଲ କାର ମୁହାଁମୁହିଁ ଧକ୍କା। ମଟର ସାଇକେଲ ଆରୋହି ମୃତ। ସ୍ଥାନୀୟ ଲୋକଙ୍କ ଦ୍ୱାରା ରାସ୍ତା ରୋକ, କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିଆସୁଥିବା ପର୍ଯ୍ୟଟକମାନେ ଏବେ କୋଣାର୍କ – ଭୁବନେଶ୍ୱର ମୁଖ୍ୟ ରାସ୍ତାରେ ନାହିଁ ନଥିଲା ଅସୁବିଧା ର ସମୁଖିନ। ଦୃର୍ଘଟଣା ଏବେ ଭୟଙ୍କର ଥିଲା ବାଇକିକୁ ଘୋଷାଡି ନେଲା କାର୍ ୧୦୦ ମିଟରରୁ ଅଧିକ ବାଟସୂଚନା ଅନୁଯାୟୀ ନିମାପଡ଼ା ପଟୁ ଆସୁଥିବା ଏକ ନାଲି ରଙ୍ଗର (OD 02 BZ 9917) କାର୍ ଧୀରପୁର ଛକ ନିକଟରେ ହିରୋ ପ୍ୟାସନ୍ ପ୍ରୋ (OD 13 L 4132) ମଟର ସାଇକେଲକୁ ଧକା ଦେବା ପରେ ପାଖାପାଖି ୧୦୦ ମିଟରରୁ ଉର୍ଦ୍ଧ୍ବ ଘୋଷାଡି ନେଇଥିଲା। ଘଟଣା ସ୍ଥଳରେ ବାଇକ୍ ଚଳକଙ୍କ ମୃତ୍ୟୁ ଘଟିଥିଲା I

ଯୁବକ ଜଣଙ୍କ ହେଉଛନ୍ତି ନିମାପଡ଼ା ବିଷ୍ଣୁପୁର କରଞ୍ଜି ସାହିର ପ୍ରଭାତ କୁମାର ସ୍ୱାଇଁ (୩୫)। ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିବା ସହ କିଛି ସମୟ ଉତେଜନା ଲାଗି ରହିଛି।ଖବର ପାଇଁ ସ୍ଥାନୀୟ ପୋଲିସ ପହଞ୍ଚି ଉତେକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ କ୍ଷତି ପୂରଣ ନମିଳିବା ପର୍ଯ୍ୟନ୍ତ ରାସ୍ତା ରୋକ୍ ଜାରି ରହିଥିବ ବୋଲି ସ୍ଥାନୀୟ ବାସିନ୍ଧା କହିଛନ୍ତି I

Leave a Reply

Your email address will not be published. Required fields are marked *