ଭଦ୍ରକ ଯୁବ ଯାଦବ ମହାସଭା ତରଫରୁ ପାଳିତ ହେଲା , “ଯାଦବ ସୌର୍ୟ ଦିବସ”

ଭଦ୍ରକ,୧୯/୧୧:- ଆଜି ଯୁବ ଯାଦବ ମହାସଭା ତରଫରୁ  ଯାଦବ ସୌର୍ୟ ଦିବସ ବା ରେଜଙ୍ଗଳା ଦିବସ ପାଳିତ ହୋଇ ଯାଇଛି । ଭଦ୍ରକ ଜିଲ୍ଲା ଯୁବ ଯାଦବ ସଭାପତି ଶ୍ରୀ ରବି ନାରାୟଣ ଖିଲ୍ଲାରଙ୍କ ସଭାପତିତ୍ୱ ରେ ଏବଂ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଅମର କୁମାର ନାୟକ ଆବାହକତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ, ୧୯୬୨ ମସିହା ଚିନ ସହ ଯୁଦ୍ଧରେ ପ୍ରାଣବଳି ଦେଇଥିବା ୧୧୪ ଜଣ ବୀର ଯାଦବ ସୈନିକ ମାନଙ୍କୁ ଯାଦବ ମହାସଭା ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ରେଜାଙ୍ଗଲା ର ସେହି ଯୁଦ୍ଧରେ  କୁମାଉ ବାଟାଲିୟନ ର ୧୨୦ ଜଣ ଯାଦବମାନଙ୍କ  ପରାକ୍ରମ ଓ ଅଦମ୍ୟ ସାହସ ପାଇଁ ବାଧ୍ୟ ହୋଇ ଚିନ ସେନା ଯୁଦ୍ଧ ବିରାମ ଘୋଷଣା କରି  ପଛ ଘୁଂଚା ଦେଇ ଥିଲେ । ୧୨୦ ଜଣଙ୍କ ମଧ୍ୟରୁ ୧୧୪ ଜଣ ଭାରତୀୟ ଯାଦବ ସୈନିକ ଙ୍କ ବୀର ଗତି ପ୍ରାପ୍ତ ହୋଇଥିଲା । 
 ସେହି ବୀର ଯାଦବ ମାନଙ୍କ ଦେଶ ମାତୃକା ପ୍ରତି ଦେଇ ଥିବା ସର୍ବଶ୍ରେଷ୍ଠ ବଳିଦାନର  ସ୍ମୁତି  ଉଦ୍ଧେଶ୍ୟରେ  ଆଜି ହୋଇଥିବା ଏହି କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲା ଯାଦବ ମହାସଭାର ଉପସଭାପତି ସଂଜୀବ ନାୟକ, ସାଧୁ ଚରଣ ବାରିକ, ଶୀତେଶ ନାୟକ ଏବଂ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *