ପବିତ୍ର ରାସପୂର୍ଣ୍ଣିମା ଉପଲକ୍ଷେ ଭଦ୍ରକ ଜିଲ୍ଲାର ସାମାଜିକ ସଂଗଠନ କାନ୍ତକବି ସେବା ସଂଗଠନର ପ୍ରଥମ ବୈଠକ ଓ ରୂପରେଖ ପ୍ରସ୍ତୁତି

ତିହିଡି, ଭଦ୍ରକ. ୧୯/୧୧- ପବିତ୍ର ରାହାସପୂର୍ଣ୍ଣିମା ଉପଲକ୍ଷେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ “କାନ୍ତକବି ସେବା ସଂଗଠନ” ତରଫରୁ ତିହିଡି ବ୍ଲକ କୁବେରା ଗ୍ରାମର ମା ରଟନ୍ତୀକାଳୀ ମନ୍ଦିର ପ୍ରାଙ୍ଗଣରେ ସଂଗଠନର ସଭାପତି ଶ୍ରୀଯୁକ୍ତ ପରମାନନ୍ଦ ପାଡ଼ି ଏବଂ ଆବାହକ ରଞ୍ଜନ କୁମାର ଶୁକ୍ଳଙ୍କ ନିଷ୍ପତି ମତାମତ କ୍ରମେ ସଂଗଠନର ଯୁବ ସମାଜସେବୀ ଓ ସାମ୍ବାଦିକ ଚନ୍ଦ୍ରକାନ୍ତ ବାରିକଙ୍କ ଅଧକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆୟୋଜନ କରାଯାଇଥିଲା,ଉକ୍ତ ବୈଠକରେ ଆଗାମୀ ଦିନରେ ଭଦ୍ରକ ଜିଲ୍ଲାର ସାମାଜିକ ସଂଗଠନ କାନ୍ତକବି ସେବା ସଂଗଠନରେ କିପରି ଭାବରେ ଅଧିକରୁ ଅଧିକ ସଦସ୍ୟ ସଂଗଠନରେ ସାମିଲ ହୋଇ ଏ ସମାଜରେ ଗରିବ, ଅସହାୟ, ଅନାଥ ଓ ଦୁଃଖୀ ଲୋକମାନଙ୍କ ନିକଟରେ କିପରି ଭାବରେ ନିକଟତର ହୋଇପାରିବେ, ଏବଂ ସଂଗଠନ କିପରି ଭାବରେ ଆଗାମୀ ଦିନରେ ଭଦ୍ରକ ଜିଲ୍ଲାରେ ଏକ ସୁନାମ ସଂଗଠନ ଭାବରେ ଗଢି ଉଠିବ। ଏହି ବିଷୟରେ ଏକ ରଣନୀତି ପ୍ରସ୍ତୁତ କରାଯାଇଥିଲା ତତ ସଙ୍ଗେ ସଙ୍ଗେ ଆଗାମୀ ଡ଼ିସେମ୍ବର ୯ ତାରିଖ ଓଡିଶାର ସେହି ବରପୁତ୍ର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମମାଟି ତିହିଡି ବ୍ଲକ ତାଳପଦା ପଞ୍ଚାୟତ ଜନ୍ମଜୟନ୍ତୀ ଅବସରରେ ସଂଗଠନ ତରଫରୁ ତାଙ୍କ ପ୍ରତିମୂର୍ତ୍ତିରେ ସଂଗଠନର ସମାଜସେବୀ ଭାଇମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ କରାଯିବ ସହିତ କାନ୍ତକବିଙ୍କର ନୀତି ଓ ଆଦର୍ଶକୁ ସ୍ମୃତି ସୁରୂପ ରଖିବା ପାଇଁ ଓଡିଶା ବ୍ଲଡ ବ୍ୟାଙ୍କ ଏବଂ କାନ୍ତକବି ସେବା ସଂଗଠନ ମିଳିତ ଆନୁକୂଲ୍ୟରେ ଏକ ବିଶାଳ ରକ୍ତଦାନ ଶିବିର କୁବେରା ଗ୍ରାମର ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହେବାକୁ ଯାଉଅଛି। ସଂଗଠନର ଏହି ଗୁରୁତ୍ୱପୂର୍ଣ ବୈଠକଟିକୁ ସମାଜସେବୀ କମଳାକାନ୍ତ ନାୟକ, ଜ୍ୟୋତିରଞ୍ଜନ ସାହୁ, ସୁବାଷ ଜେନା, ଧନେଶ୍ୱର ଜେନା, ବବୁଲୁ, ଜୟନ୍ତ ଭାଇଙ୍କ ଉପସ୍ଥିତରେ ପରିଚାଳନା ହୋଇଥିଲା।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *