ଖୋର୍ଦ୍ଧା ରୋଡ଼ ଡିଭିଜନରେ ସୁରକ୍ଷା-ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ ।।

ଭୁବନେଶ୍ୱର, ମେ ୨୨, ୨୦୨୬: ଖୋର୍ଦ୍ଧା ରୋଡ଼ ଡିଭିଜନରେ ଅତ୍ୟାବଶ୍ୟକ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ପୂର୍ବତଟ ରେଳପଥ ପକ୍ଷରୁ କେତେକ ପାସେଞ୍ଜର ଟ୍ରେନର ଚଳାଚଳରେ ସାମୟିକ ପରିବର୍ତ୍ତନ ଘୋଷଣା କରାଯାଇଛି।ସୁରକ୍ଷା ମାନଦଣ୍ଡରେ ଉନ୍ନତି ଆଣିବା, ପରିଚାଳନା ଦକ୍ଷତା ବୃଦ୍ଧି କରିବା ଏବଂ ରେଳ ନେଟୱର୍କର ଦୀର୍ଘକାଳୀନ ବିଶ୍ୱସନୀୟତା ସୁନିଶ୍ଚିତ କରିବା ପାଇଁ ଏହି ପରିଚାଳନାଗତ ପରିବର୍ତ୍ତନଗୁଡ଼ିକ କରାଯାଉଛି।ଟ୍ରେନଗୁଡ଼ିକର ଆଂଶିକ ବାତିଲ/ ସଂକ୍ଷିପ୍ତ-ଉତ୍ପତ୍ତିଟ୍ରେନ ନମ୍ବର ୬୮୪୧୧/୬୮୪୧୨ ଭୁବନେଶ୍ୱର–ବ୍ରହ୍ମପୁର–ଭୁବନେଶ୍ୱର ମେମୁ ଆସନ୍ତା ୨୩ ଏବଂ ୨୪ ମେ ୨୦୨୬ ରିଖ ଦିନ ଖଲ୍ଲୀକୋଟ ରେଳ ଷ୍ଟେସନ ପର୍ଯ୍ୟନ୍ତ ଚାଲିବ (ଆଂଶିକ ବାତିଲ ହେବ) ଏବଂ ସେଠାରୁ ହିଁ ଯାତ୍ରା ଆରମ୍ଭ କରିବ ।ବାତିଲ୍ ହେଉଥିବା ଟ୍ରେନ୍ଆସନ୍ତା ୨୩ ଏବଂ ୨୪ ମେ ୨୦୨୬ ରିଖ ଦିନ ନିମ୍ନଲିଖିତ ଟ୍ରେନ ସେବାଗୁଡ଼ିକ ସମ୍ପୂର୍ଣ୍ଣ ବାତିଲ ରହିବ:ଟ୍ରେନ ନମ୍ବର ୬୮୪୩୮/୬୮୪୩୭ କଟକ–ଭଦ୍ରକ–କଟକ ମେମୁଟ୍ରେନ ନମ୍ବର ୫୮୪୦୬ /୫୮୪୦୫ ପାରାଦୀପ–କଟକ–ପାରାଦୀପ ପାସେଞ୍ଜରଟ୍ରେନ ନମ୍ବର ୬୮୪୩୫/୬୮୪୩୬ କଟକ–ପାରାଦୀପ–କଟକ ମେମୁସୁରକ୍ଷା-ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଚାଲୁଥିବା ସମୟରେ ଯାତ୍ରୀମାନଙ୍କୁ ସେହି ଅନୁଯାୟୀ ସେମାନଙ୍କର ଯାତ୍ରା ଯୋଜନା କରିବାକୁ ଏବଂ ରେଳ ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରାଯାଉଛି। ଟ୍ରେନର ସଦ୍ୟତମ ସୂଚନା ପାଇଁ, ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ନ୍ୟାସନାଲ୍ ଟ୍ରେନ୍ ଏନକ୍ୱାରୀ ସିଷ୍ଟମ୍ (NTES) କିମ୍ବା ଅଫିସିଆଲ୍ ରେଳବାଇ ଅନୁସନ୍ଧାନ ସେବାର ବ୍ୟବହାର କରିପାରିବେ।

Leave a Reply

Your email address will not be published. Required fields are marked *