ମଧ୍ୟମା ଫାଉଣ୍ଡେସନ ପକ୍ଷ ରୁ ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ।

ରାଇକିଆ, ତା 22/5/26 କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ମଧ୍ୟମା ଫାଉଣ୍ଡେସନ ପକ୍ଷ ରୁ AWO International ର ସହାୟତାରେ “ସାମାଜିକ ସମୀକ୍ଷା-୨୦୨୬” କାର୍ଯ୍ୟକ୍ରମ ରାଇକିଆ ସ୍ଥିତ ଜାଗୃତି କୃଷି ଉତ୍ପାଦନକାରୀ ମହିଳା ସମବାୟ ସମିତି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି କାର୍ଯ୍ୟକ୍ରମ ରେ ପରାମର୍ଶଦାତା ଭାବେ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ପାଢ଼ୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଞ୍ଚାଳନା କରିଥିଲେ । ଏହି ସମୀକ୍ଷା କାର୍ଯ୍ୟକ୍ରମରେ ମାଧ୍ୟମ ଫାଉଣ୍ଡେସନ ଦ୍ୱାରା ଗତ ୩ ବର୍ଷ ଧରି କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସହିତ ୨୦୨୬ ମସିହାର କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରାଯାଇଥିବା ବେଳେ କାର୍ଯ୍ୟକ୍ରମଗୁଡ଼ିକର ଦୀର୍ଘମିଆଦୀ ରକ୍ଷଣାବେକ୍ଷଣ ଓ ସ୍ଥାୟୀକରଣ ଉପରେ ଆଲୋଚନା କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଉପ କୃଷି ଅଧିକାରୀ ଶ୍ରୀମତୀ ସୁଦୀପ୍ତା ପ୍ରଧାନ, ଦଡିଙ୍ଗିଆ ସରପଞ୍ଚ ଶ୍ରୀ ଅଶୋକ କୁମାର ପ୍ରଧାନ, ଜାଗୃତି ମହିଳା ସମବାୟ ସମିତି ସଭାପତି ଶ୍ରୀମତୀ ସୁଷମା ପ୍ରଧାନ ଙ୍କ ସହିତ ବିଭିନ୍ନ ଗ୍ରାମର ୱାର୍ଡ ମେମ୍ବର, CCAG ସଦସ୍ୟ ଓ ସଦସ୍ୟା ଏବଂ ଉତ୍ପାଦନକାରୀ ଗୋଷ୍ଠୀର କାର୍ଯ୍ୟକର୍ତ୍ତା ମାନେ ଯୋଗଦେଇ ସେମାନଙ୍କର ମତାମତ ପ୍ରଦାନ କରିଥିଲେ ।ଆଜିର ଏହି କାର୍ଯ୍ୟକ୍ରମ କୁ ପ୍ରକଳ୍ପ ସଂଯୋଜକ ଜଳନ୍ଧର ପରିଡା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ସୌଭାଗ୍ୟ କୁମାର ମିଶ୍ର, ସତ୍ୟଜିତ୍ ରାୟ, ସଞ୍ଜୀବ କୁମାର ଖଣ୍ଡଗିରି, ବିଷ୍ଣୁ ଚରଣ ସାହୁ ଏବଂ ନମିତା ପ୍ରଧାନ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *