ବଦଳୁଛି ପଶ୍ଚିମ ଏସିଆ ପରିସ୍ଥିତି: ଖଣି ଓ ଶିଳ୍ପ ଆବଶ୍ୟକତା ପୁରଣ କରିବାକୁ ଗୁରୁତ୍ୱ ଦେଉଛନ୍ତି କେନ୍ଦ୍ର ସରକାର
ବଦଳୁଛି ପଶ୍ଚିମ ଏସିଆ ପରିସ୍ଥିତି: ଖଣି ଓ ଶିଳ୍ପ ଆବଶ୍ୟକତା ପୁରଣ କରିବାକୁ ଗୁରୁତ୍ୱ ଦେଉଛନ୍ତି କେନ୍ଦ୍ର ସରକାର l ଖଣି ମନ୍ତ୍ରଣାଳୟ ଶିଳ୍ପ ସଂଘ ସମେତ ବିଭିନ୍ନ ଅଂଶୀଦାରମାନଙ୍କ ସହିତ ଆଲୋଚନା ଘରୋଇ ଗ୍ରାହକମାନଙ୍କୁ ଏଲପିଜି ଯୋଗାଣକୁ ପ୍ରାଥମିକତା; ବିତରକ କେନ୍ଦ୍ରଗୁଡ଼ିକରେ କୌଣସି ଅଭାବ ପରିଲକ୍ଷିତ ହୋଇନାହିଁସରକାରୀ ତୈଳ ବିପଣନ କମ୍ପାନୀଗୁଡ଼ିକ ଏପ୍ରିଲ ୩ ରୁ ୫ କିଲୋଗ୍ରାମ ବିଶିଷ୍ଟ ଏଫଟିଏଲ ସିଲିଣ୍ଡର ପାଇଁ ୫,୬୦୦ ରୁ ଅଧିକ ସଚେତନତା ଶିବିର ଆୟୋଜନ; ୬୯,୦୦୦ ରୁ ଅଧିକ ସିଲିଣ୍ଡର ବିକ୍ରି ଅଟୋ ଏଲପିଜି ବିକ୍ରି ୬୨% ବୃଦ୍ଧିଭାରତର ସମସ୍ତ ବନ୍ଦର କାର୍ଯ୍ୟ ସ୍ଵାଭାବିକ, କୌଣସି ଭିଡ଼ ସୂଚନା ମିଳିନାହିଁଫେବୃଆରୀ ୨୮ ରୁ ଏହି ଅଞ୍ଚଳରୁ ପ୍ରାୟ ୧୦.୧୦ ଲକ୍ଷ ଯାତ୍ରୀ ଭାରତ ଭ୍ରମଣ କରିଛନ୍ତିଇରାନରେ ଥିବା ଭାରତୀୟ ଦୂତାବାସ ଆର୍ମେନିଆ ଏବଂ ଆଜରବାଇଜାନ ଦେଇ ଭାରତ ଯାତ୍ରା ପାଇଁ ୨,୩୪୮ ଜଣ ଭାରତୀୟ ନାଗରିକଙ୍କ ସ୍ଥାନାନ୍ତରକୁ ସୁଗମ କରାଯାଇଛି ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ବଦଳୁଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜରୁରୀ କ୍ଷେତ୍ରଗୁଡିକରେ ଆବଶ୍ୟକ ପ୍ରସ୍ତୁତି ଗ୍ରହଣ କରିଛନ୍ତି ଭାରତ ସରକାର। ସଦ୍ୟତମ ସୂଚନା ଅନୁସାରେ ଖଣି, ଶକ୍ତି, ଯୋଗାଣ, ସାମୁଦ୍ରିକ କାର୍ଯ୍ୟ ଏବଂ ନିର୍ଭରଶୀଳ ଭାରତୀୟ ଶିଳ୍ପାନୁଷ୍ଠାନ ଏବଂ ଏ କ୍ଷେତ୍ର ସହ ଯୋଡି ହୋଇଥିବା ଭାରତୀୟ ନାଗରିକଙ୍କୁ. ଦିଆଯାଉଥିବା ସହାୟତା ବାବଦରେ ଭାରତ ସରକାର ତତ୍ପରତା ଗ୍ରହଣ କରିଛନ୍ତି.ସୂଚନା ଅନୁସାରେ ମାର୍ଚ୍ଚ ୨୦୨୬ ରେ ଗଠିତ ପେଟ୍ରୋଲିୟମ ଏବଂ ଶକ୍ତି ସମ୍ବନ୍ଧୀୟ କମିଟି ଉଦୀୟମାନ ପ୍ରସଙ୍ଗ ଗୁଡିକୁ ଅଧ୍ୟୟନ କରିବା ସହ ଏହାର ଶୀଘ୍ର ସମାଧାନ ଲାଗି ଚେଷ୍ଟିତ ରହିଛି. ଶିଳ୍ପ ଅଂଶୀଦାରମାନଙ୍କ ଆବଶ୍ୟକତା ଆକଳନ କରିବା ପାଇଁ ସେମାନଙ୍କଠାରୁ ମତାମତ ଲୋଡ଼ାଯାଇଛି। ନୋଡାଲ ଅଫିସରମାନଙ୍କୁ ନିଯୁକ୍ତ କରାଯାଇ ପ୍ରଭାବଶାଳୀ ସମନ୍ୱୟ ପାଇଁ ସେମାନଙ୍କ ବିବରଣୀ ଶିଳ୍ପ ସଂସ୍ଥାଗୁଡ଼ିକୁ ବଣ୍ଟାଯାଇଥିଲା। ଇତିମଧ୍ୟରେ ବିଭିନ୍ନ ଇନପୁଟ ସାମଗ୍ରୀର ଆବଶ୍ୟକତା ବିଷୟରେ ଆଲୋଚନା କରିବା ପାଇଁ ଅଂଶୀଦାରମାନଙ୍କ ସହିତ ତିନୋଟି ବୈଠକ ଅନୁଷ୍ଠିତ ହୋଇଥିଲା।ମନ୍ତ୍ରଣାଳୟର ସୂଚନା ଅନୁସାରେ ଏ ସମ୍ବନ୍ଧୀୟ ପ୍ରଥମ ବୈଠକ ୦୧ ଏପ୍ରିଲ, ୨୦୨୬ ରେ ପ୍ରାଥମିକ ଏବଂ ମାଧ୍ୟମିକ ଆଲୁମିନିୟମ ଉତ୍ପାଦକ ଏବଂ ଆଲୁମିନିୟମ ସଂଘଗୁଡ଼ିକ ସହିତ ଅନୁଷ୍ଠିତ ହୋଇଥିଲା। ଦ୍ବିତୀୟ ବୈଠକ ୦୨ ଏପ୍ରିଲ, ୨୦୨୬ ରେ ତମ୍ବା ଉତ୍ପାଦକ ଏବଂ ସଂଘଗୁଡ଼ିକ ସହିତ ଅନୁଷ୍ଠିତ ହୋଇଥିଲା। ସେହିପରି ୦୯ ଏପ୍ରିଲରେ ଫିମି, ଫିକି, ସିଆଇଆଇ, ପିଏଚଡ଼ିସିସିଆଇ, ଅସୋଚମ ଭଳି ଶିଳ୍ପ ସଂଘଗୁଡ଼ିକ ସହିତ ଆଲୋଚନା ହୋଇଥିଲା। ଶିଳ୍ପ କ୍ଷେତ୍ରରୁ ମିଳିଥିବା ମତାମତକୁ ସମ୍ପୃକ୍ତ ମନ୍ତ୍ରଣାଳୟକୁ ପ୍ରଦାନ କରାଯାଇଛି।ପରବର୍ତ୍ତୀ ସମୟରେ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ୦୮ ଏପ୍ରିଲରରେ ଏକ ପତ୍ର ମାଧ୍ୟମରେ ଧାତୁ ସମେତ କେତେକ ଗୁରୁତ୍ବପୁର୍ଣ୍ଣ କ୍ଷେତ୍ର ପାଇଁ ଏଲପିଜିର ନିଶ୍ଚିତ ଆବଣ୍ଟନ ଜାରିପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ୟାର ସମାଧାନ ପାଇଁ ସରକାରୀ ଆଭିମୁଖ୍ୟ ଅନୁଯାୟୀ ଶିଳ୍ପକୁ ଆବଶ୍ୟକ ସହାୟତାର ପ୍ରତିଶୃତି ମଧ୍ୟ ଦିଆଯାଇଛି।ସେହିପରି ହରମୁଜ ପ୍ରଣାଳୀ ସମ୍ବନ୍ଧୀୟ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଦେଶସାରା ପେଟ୍ରୋଲିୟମ ଉତ୍ପାଦ ଏବଂ ଏଲପିଜିର ନିରନ୍ତର ଉପଲବ୍ଧତା ନିଶ୍ଚିତ କରିବାକୁ ପଦକ୍ଷେପ ଗ୍ରହଣ କରୁଛି। ମନ୍ତ୍ରଣାଳୟ ଅନୁଯାୟୀ, ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ଉପଲବ୍ଧ କରାଇବା ପାଇଁ ସରକାର ସମସ୍ତ ପ୍ରୟାସ କରୁଥିବାରୁ ନାଗରିକମାନଙ୍କୁ ଆତଙ୍କିତ ହୋଇ ଅଧିକ ପରିମାଣରେ କ୍ରୟ ନ କରିବାକୁ ପରାମର୍ଶ ଦେଇଛନ୍ତି. ଗୁଜବରୁ ଦୂରେଇ ରହି ସଠିକ ସୂଚନା ପାଇଁ ସରକାରୀ ସୂତ୍ର ଉପରେ ଭରସା କରିବାକୁ ନାଗରିକଙ୍କୁ ଆହ୍ୱାନ ଦେଇଛନ୍ତି ସରକାର. ଏଲପିଜି ଗ୍ରାହକମାନଙ୍କୁ ଡିଜିଟାଲ ବୁକିଂ ପ୍ଲାଟଫର୍ମ ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି। ନାଗରିକମାନଙ୍କୁ ପିଏନଜି ଏବଂ ଇଲେକ୍ଟ୍ରିକ କିମ୍ବା ଇଣ୍ଡକସନ କୁକଟପ ପରି ବିକଳ୍ପ ଜାଳେଣି ବ୍ୟବହାର କରିବାକୁ ଉତ୍ସାହିତ କରାଯାଇଛି।ସାମ୍ପ୍ରତିକ ପରିସ୍ଥିତିରେ ସମସ୍ତ ନାଗରିକଙ୍କୁ ସେମାନଙ୍କ ଦୈନନ୍ଦିନ ବ୍ୟବହାରରେ ଶକ୍ତି ସଞ୍ଚୟ କରିବାକୁ ଅନୁରୋଧ କରାଯାଇଛି। ଅପରପକ୍ଷେ ବର୍ତ୍ତମାନ ଚାଲୁ ରହିଥିବା ଭୂ-ରାଜନୈତିକ ପରିସ୍ଥିତି ସତ୍ତ୍ୱେ, ସରକାର ଘରୋଇ ଏଲପିଜି, ଘରୋଇ ପିଏନଜି ଏବଂ ପରିବହନ ପାଇଁ ଆବଶ୍ୟକ ସିଏନଜିକୁ ୧୦୦% ଯୋଗାଣ ନିଶ୍ଚିତ କରିଛନ୍ତି।ବାଣିଜ୍ୟିକ ଏଲପିଜି ବିତରଣ ପ୍ରକ୍ରିୟାରେ ଡାକ୍ତରଖାନା, ଶିକ୍ଷାନୁଷ୍ଠାନଗୁଡ଼ିକୁ ପ୍ରାଥମିକତା ଦିଆଯାଇଛି। ଏହା ବ୍ୟତୀତ ଫାର୍ମା, ଇସ୍ପାତ, ଅଟୋମୋବାଇଲ୍, ବିହନ, କୃଷି ଇତ୍ୟାଦି କ୍ଷେତ୍ରକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି। ଏଥିସହ, ୨ ଏବଂ ୩ ମାର୍ଚ୍ଚ ୨୦୨୬ର ହାରାହାରି ଦୈନିକ ଯୋଗାଣ ଆଧାରରେ ପ୍ରବାସୀ ଶ୍ରମିକମାନଙ୍କୁ ୫ କେଜି ବିଶିଷ୍ଟ ଗ୍ୟାସ ସିଲିଣ୍ଡର ଯୋଗାଣ ପରିମାଣକୁ ମଧ୍ୟ ଦ୍ୱିଗୁଣିତ କରାଯାଇଛି।ରିଫାଇନାରୀ ଉତ୍ପାଦନ ବୃଦ୍ଧି, ସହରାଞ୍ଚଳରେ ବୁକିଂ ବ୍ୟବଧାନ ୨୧ ରୁ ୨୫ ଦିନ ଏବଂ ଗ୍ରାମାଞ୍ଚଳରେ ୪୫ ଦିନ ପର୍ଯ୍ୟନ୍ତ ବୃଦ୍ଧି ଏବଂ ଯୋଗାଣ ପାଇଁ କ୍ଷେତ୍ରଗୁଡ଼ିକୁ ପ୍ରାଥମିକତା ଦେବା ଏଥିରେ ଅନ୍ତର୍ଭୁକ୍ତ ରହିଛି।ଏଲପିଜି ଚାହିଦା ଉପରେ ଚାପ ହ୍ରାସ କରିବା ପାଇଁ କିରୋସିନି ଏବଂ କୋଇଲା ଭଳି ବିକଳ୍ପ ଜାଳେଣି ଉପଲବ୍ଧ କରାଯାଇଛି।କୋଇଲା ମନ୍ତ୍ରଣାଳୟ କୋଲ୍ ଇଣ୍ଡିଆ ଏବଂ ସିଙ୍ଗାରେନି କୋଲିଆରିକୁ କ୍ଷୁଦ୍ର ଓ ମଧ୍ୟମ ଗ୍ରାହକଙ୍କୁ ବଣ୍ଟନ ପାଇଁ ରାଜ୍ୟଗୁଡ଼ିକୁ ଅତିରିକ୍ତ କୋଇଲା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।ଘରୋଇ ଏବଂ ବାଣିଜ୍ୟିକ ଗ୍ରାହକମାନଙ୍କ ପାଇଁ ନୂତନ ପିଏନଜି ସଂଯୋଗକୁ ସୁଗମ କରିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି।ଅତ୍ୟାବଶ୍ୟକ ସାମଗ୍ରୀ ଆଇନ- ୧୯୫୫ ଏବଂ ଏଲପିଜି ନିୟନ୍ତ୍ରଣ ଆଦେଶ- ୨୦୦୦ ଅନୁଯାୟୀ ଯୋଗାଣ ଉପରେ ନଜର ରଖିବା ଏବଂ ବେଆଇନ ମହଜୁଦକାରୀ ଓ କଳାବଜାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରମାନଙ୍କୁ କ୍ଷମତା ଦିଆଯାଇଛି।ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ପରିସ୍ଥିତିର ତଦାରଖ ଏବଂ ନିୟନ୍ତ୍ରଣ କରିବାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ପ୍ରାଥମିକ ଭୂମିକା ରହିଛି। ଭାରତ ସରକାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଏକାଧିକ ଚିଠି ଏବଂ ଭିସି ମାଧ୍ୟମରେ ଏହାକୁ ଦୋହରାଇଛନ୍ତି। ପର୍ଯ୍ୟାପ୍ତ ଜାଳେଣି ଉପଲବ୍ଧତା ସମ୍ପର୍କରେ ନାଗରିକମାନଙ୍କୁ ଆଶ୍ୱାସନା ଦେବା ପାଇଁ ସକ୍ରିୟ ଜନସମ୍ପର୍କର ଆବଶ୍ୟକତା ଉପରେ ଭାରତ ସରକାର ମାର୍ଚ ୨୭ ଏବଂ ଏପ୍ରିଲ ୨ ତାରିଖର ପତ୍ର ମାଧ୍ୟମରେ ଗୁରୁତ୍ୱାରୋପ କରିଛନ୍ତି। କେବଳ ସେତିକି ନୁହେଁ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସହିତ ଏ ବାବଦରେ ନିୟମିତ ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଛି। ଏହି ପରିପ୍ରେକ୍ଷୀରେ, ଏପ୍ରିଲ ୦୨ରେ ଏବଂ ୬ ଏପ୍ରିଲ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ନିଷ୍ପତ୍ତି ନିଆଯାଇଥିଲା. ସେ ଭିତରେ ସୋସିଆଲ ମିଡିଆରେ ମିଥ୍ୟା ଖବର ବା ଭ୍ରମାତ୍ମକ ସୂଚନାକୁ ସକ୍ରିୟ ଭାବେ ତଦାରଖ କରିବା ଏବଂ ଏହାର ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କୁ କ୍ଷମତାପନ୍ନ କରାଯାଇଥିଲା।ଜିଲ୍ଲା ପ୍ରଶାସନ ଦ୍ୱାରା ଦୈନିକ ପ୍ରବର୍ତ୍ତନ ଅଭିଯାନକୁ ତୀବ୍ର କରିବା ଏବଂ ସରକାରୀ ତୈଳ କମ୍ପାନୀ ମାନଙ୍କ ସହିତ ସମନ୍ୱୟ ରକ୍ଷା କରି ଚଢ଼ାଉ ଏବଂ ଯାଞ୍ଚ ଜାରି ରଖିବାକୁ ପ୍ରୋତ୍ସାହିତ କରାଯାଇଥିଲା। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ବାଣିଜ୍ୟିକ ଏଲପିଜି ଆବଣ୍ଟନ ଆଦେଶ ଜାରି କରିବା, ଆବଣ୍ଟିତ ଅତିରିକ୍ତ କିରୋସିନ ପାଇଁ ଆବଣ୍ଟନ ଆଦେଶ ଜାରି କରିବା, ପିଏନଜି ଗ୍ରହଣ ଏବଂ ବିକଳ୍ପ ଜାଳେଣିକୁ ପ୍ରୋତ୍ସାହିତ କରିବା, ଏଲପିଜି ଯୋଗାଣକୁ ପ୍ରାଥମିକତା ଦେବା, ବିଶେଷ କରି ଘରୋଇ ଆବଶ୍ୟକତା ପାଇଁ, ଏବଂ ଯୋଗାଣ ସ୍ଥିରତା ନିଶ୍ଚିତ କରିବା ପାଇଁ ୫ କେଜି ବିଶିଷ୍ଟ ସିଲିଣ୍ଡରର ଲକ୍ଷ୍ୟଭିତ୍ତିକ ବଣ୍ଟନ ଗ୍ରହଣ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।କେନ୍ଦ୍ର ସରକାରଙ୍କ ପରାମର୍ଶ କ୍ରମେ ବେଆଇନ ମହଜୁଦକାରୀ ଏବଂ କଳାବଜାରୀକୁ ରୋକିବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କଣ୍ଟ୍ରୋଲ ରୁମ୍ ଏବଂ ଜିଲ୍ଲା ମନିଟରିଂ କମିଟି ଗଠନ କରିଛନ୍ତି।ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏ ବାବଦରେ ଗଣମାଧ୍ୟମକୁ ସୂଚନା ଜାରି କରି ଜନସାଧାରଣଙ୍କୁ ଵଉଦ୍ଭିନ୍ନ ସରକାରୀ ପଦକ୍ଷେପ ବ୍ବାଦାରବ ସୂଚିତ କରୁଛନ୍ତି. ଏଲପିଜିର ମହଜୁଦକାରୀ ଏବଂ କଳାବଜାରୀକୁ ରୋକିବା ପାଇଁ ସାରା ଦେଶରେ ପ୍ରବର୍ତ୍ତନ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏପ୍ରିଲ ୧୫ ରେ ୨୫୦୦ ରୁ ଅଧିକ ଚଢ଼ାଉ କରାଯାଇଥିଲା। ସରକାରୀ ତୈଳ ବିପଣନ କମ୍ପାନୀଗୁଡ଼ିକ ଆକସ୍ମିକ ଯାଞ୍ଚକୁ ଶକ୍ତିଶାଳୀ କରିଛନ୍ତି ଏବଂ ଗତକାଲି ସୁଦ୍ଧା ୨୩୮ଟି ଏଲପିଜି ବିତରକଙ୍କ ଉପରେ ଜରିମାନା ଲଗାଇବା ସହ ୬୩ ଟି ଏଲପିଜି ବିତରକଙ୍କୁ ନିଲମ୍ବିତ କରିଛନ୍ତି।ପ୍ରଚଳିତ ଭୂ-ରାଜନୈତିକ ପରିସ୍ଥିତି ଯୋଗୁଁ ଏଲପିଜି ଯୋଗାଣ ପ୍ରଭାବିତ ହେବା ଜାରି ରହିଛି। ଘରୋଇ ଗ୍ରାହକମାନଙ୍କୁ ଏଲପିଜି ଯୋଗାଣ ପାଇଁ ପ୍ରାଥମିକତା ଦିଆଯାଇଛି। ଏଲପିଜି ବିତରକ କେନ୍ଦ୍ରଗୁଡ଼ିକରେ କୌଣସି ଅଭାବ ସୂଚନା ମିଳିନ ଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି. ମନ୍ତ୍ରଣାଳୟ ସୂଚନା ଅନୁସାରେ, ଗତକାଲି ସମଗ୍ର ଶିଳ୍ପରେ ଅନଲାଇନ୍ ଏଲପିଜି ବୁକିଂ ପ୍ରାୟ ୯୮% କୁ ବୃଦ୍ଧି ପାଇଛି। ଅନ୍ୟ ଆଡକୁ ଯୋଗାଣକୁ ରୋକିବା ପାଇଁ ଡେଲିଭରି ଅଥେଣ୍ଟିକେସନ କୋଡ୍ ଆଧାରିତ ଡେଲିଭରି ପ୍ରାୟ ୯୨% କୁ ବୃଦ୍ଧି ପାଇଛି। ଡିଏସି ଗ୍ରାହକଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ପ୍ରାପ୍ତ ହୁଏ। ବୁକିଂ ତୁଳନାରେ ଘରୋଇ ଏଲପିଜି ସିଲିଣ୍ଡର ବିତରଣ ସ୍ୱାଭାବିକ ରହିଥିବା କୁହାଯାଇଛି. ସଙ୍କଟ ପୂର୍ବର ସ୍ତର ତୁଳନାରେ ମୋଟ ବାଣିଜ୍ୟିକ ଏଲପିଜି ଆବଣ୍ଟନ ପ୍ରାୟ ୭୦% କୁ ବୃଦ୍ଧି କରାଯାଇଛି, ଯେଉଁଥିରେ ୧୦% ସଂସ୍କାର-ଭିତ୍ତିକ ଆବଣ୍ଟନ ଅନ୍ତର୍ଭୁକ୍ତ। ଭାରତ ସରକାର ୦୬.୦୪.୨୦୨୬ ତାରିଖର ପତ୍ର ମାଧ୍ୟମରେ ଜଣାଇଛନ୍ତି ଯେ, ପ୍ରବାସୀ ଶ୍ରମିକମାନଙ୍କୁ ବଣ୍ଟନ ପାଇଁ ପ୍ରତ୍ୟେକ ରାଜ୍ୟରେ ଉପଲବ୍ଧ ୫ କେଜି. ଏଫଟିଏଲ ସିଲିଣ୍ଡରର ଦୈନିକ ପରିମାଣକୁ ମାର୍ଚ୍ଚ ୨-୩ ମଧ୍ୟରେ ହୋଇଥିବା ହାରାହାରି ଦୈନିକ ଯୋଗାଣ (ସିଲିଣ୍ଡର ସଂଖ୍ୟା) ଆଧାରରେ ଦ୍ୱିଗୁଣିତ କରାଯାଉଛି, ଯାହା ୨୧ ମାର୍ଚ୍ଚ ପତ୍ରରେ ଉଲ୍ଲେଖ କରାଯାଇଥିବା ୨୦% ସୀମା ବାହାରେ ଅଟେ। ଏହି ୫ କେଜି ଏଫଟି ଏଲ ସିଲିଣ୍ଡରଗୁଡିକ ତୈଳ ବିପଣନ କମ୍ପାନୀଗୁଡିକର ସହାୟତାରେ କେବଳ ସେମାନଙ୍କ ରାଜ୍ୟରେ ଥିବା ପ୍ରବାସୀ ଶ୍ରମିକମାନଙ୍କୁ ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ଅଧୀନରେ ରହିବ।୩ ଏପ୍ରିଲ ୨୦୨୬ ରୁ, ସରକାରୀ ତୈଳ ବିପଣନ କମ୍ପାନୀ ମାନେ ୫ କେଜି ବିଶିଷ୍ଟ ସିଲିଣ୍ଡର ପାଇଁ ୫୬୦୦ ରୁ ଅଧିକ ସଚେତନତା ଶିବିର ଆୟୋଜନ କରିଛନ୍ତି, ଯେଉଁଥିରେ ୬୯,୦୦୦ ରୁ ଅଧିକ ୫ କେଜି FTL ସିଲିଣ୍ଡର ମଧ୍ୟ ବିକ୍ରି ହୋଇଛି। ଗତକାଲି, ୫୦୦ ରୁ ଅଧିକ ଶିବିର ମାଧ୍ୟମରେ ୮୪୫୩ ଟି ୫ କେଜି ବିଶିଷ୍ଟ ବିକ୍ରି ହୋଇଥିଲା।୧୪ ଏପ୍ରିଲ ୨୦୨୬ ରେ ମହାରାଷ୍ଟ୍ରର ଖୋପାଟ୍ଠାରେ ବିପିସିଏଲ ଦ୍ୱାରା ଆୟୋଜିତ ଏକ ୫ କେଜି ବିଶିଷ୍ଟ ସଚେତନତା ଶିବିରରେ ଉତ୍ସାହଜନକ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ଏବଂ ଶିବିରରେ ପ୍ରାୟ ୪୦୦ ଟି ୫ କେଜି ଏଫଟିଏଲ ସିଲିଣ୍ଡର ବିକ୍ରି ହୋଇଥିଲା।୨୩ ମାର୍ଚ୍ଚ ୨୦୨୬ ରୁ, ପ୍ରାୟ ୧୫.୫ ଲକ୍ଷ ୫-କେଜି ମୁକ୍ତ ବାଣିଜ୍ୟ ଏଲପିଜି ସିଲିଣ୍ଡର ବିକ୍ରି ହୋଇଛି।୧୫ ଏପ୍ରିଲରେ ୭୯୩୦ ମେଟ୍ରିକ ଟନ୍ ବାଣିଜ୍ୟିକ ଏଲପିଜି (୪.୧୭ ଲକ୍ଷରୁ ଅଧିକ ୧୯ କେଜି ସିଲିଣ୍ଡର ସହିତ ସମାନ) ବିକ୍ରି ହୋଇଥିଲା। ୧୪ ମାର୍ଚ୍ଚ ୨୦୨୬ ରୁ ମୋଟ ୧,୪୨,୧୫୬ ମେଟ୍ରିକ ଟନ୍ ବାଣିଜ୍ୟିକ ଏଲପିଜି ବିକ୍ରି ହୋଇଛି। ଏଥିରେ ୮୪୦୦ ମେଟ୍ରିକ ଟନ୍ରୁ ଅଧିକ ଅଟୋ ଏଲପିଜି ଅନ୍ତର୍ଭୁକ୍ତ।ଫେବୃଆରୀରେ ପ୍ରତିଦିନ ହାରାହାରି ୧୭୭ ମେଟ୍ରିକ ଟନ୍ ତୁଳନାରେ ଏପ୍ରିଲ ମାସରେ ତୈଳ କମ୍ପାନୀଦ୍ୱାରା ହାରାହାରି ଅଟୋ ଏଲପିଜି ବିକ୍ରି ପ୍ରତିଦିନ ପ୍ରାୟ ୨୮୬ ମେଟ୍ରିକ ଟନ୍ ରହିଛି।ଅଟୋ ଏଲପିଜି ବିକ୍ରି ବେସରକାରୀ କମ୍ପାନୀରୁ ସରକାରୀ କମ୍ପାନୀକୁ ସ୍ଥାନାନ୍ତରିତ ହୋଇଥିବା ଦେଖାଯାଇଛି। ବର୍ଦ୍ଧିତ ଚାହିଦା ପୂରଣ ପାଇଁ. ସରକାରୀ କମ୍ପାନୀଗୁଡ଼ିକ ଦ୍ୱାରା ଅଟୋ ଏଲପିଜି ବିକ୍ରି ୬୨% ବୃଦ୍ଧି ପାଇଛି। କର୍ଣ୍ଣାଟକ, ତାମିଲନାଡୁ, ତେଲେଙ୍ଗାନା, ରାଜସ୍ଥାନ, ପଶ୍ଚିମବଙ୍ଗ ଆଦି ରାଜ୍ୟରେ ଏହି ବୃଦ୍ଧି ମୁଖ୍ୟତଃ ଦେଖାଯାଇଛି।ପ୍ରାକୃତିକ ଗ୍ୟାସ ଯୋଗାଣ ଏବଂ ପିଏନଜି ସମ୍ପ୍ରସାରଣ ପଦକ୍ଷେପକୁ ଦୃଢ କରାଯାଇଛି. ଡି – ପିଏନଜି ଏବଂ ସିଏନଜି ପରିବହନ ପାଇଁ ୧୦୦% ଯୋଗାଣ ସହିତ ଗ୍ରାହକମାନଙ୍କୁ ପ୍ରାଥମିକତା ଦିଆଯାଇଛି।ସାର କାରଖାନାଗୁଡ଼ିକୁ ମୋଟ ଗ୍ୟାସ ଆବଣ୍ଟନ ସେମାନଙ୍କ ଛଅ ମାସର ହାରାହାରି ବ୍ୟବହାରର ପ୍ରାୟ ୯୫% କୁ ବୃଦ୍ଧି କରାଯାଇଛି।ଏଥିସହ, ସିଜିଡି ନେଟୱର୍କ ମାଧ୍ୟମରେ ଯୋଗାଣ ସମେତ ଅନ୍ୟାନ୍ୟ ଶିଳ୍ପ ଏବଂ ବାଣିଜ୍ୟିକ କ୍ଷେତ୍ରକୁ ଗ୍ୟାସ ଯୋଗାଣ ୮୦% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ମନ୍ତ୍ରଣାଳୟଗୁଡ଼ିକୁ ସିଜିଡି ନେଟୱର୍କ ସମ୍ପ୍ରସାରଣ ପାଇଁ ଆବଶ୍ୟକ ଅନୁମୋଦନ ଶୀଘ୍ର ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି।ଭାରତ ସରକାର ୧୮ ମାର୍ଚରେ ପତ୍ର ମାଧ୍ୟମରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଅତିରିକ୍ତ ୧୦% ବାଣିଜ୍ୟିକ ଏଲପିଜି ଆବଣ୍ଟନ ପ୍ରଦାନ କରିଛନ୍ତି, ଯଦି ସେମାନେ ଏଲପିଜିରୁ ପିଏନଜି କୁ ଦୀର୍ଘକାଳୀନ ପରିବର୍ତ୍ତନରେ ସାହାଯ୍ୟ କରିପାରିବେ। ୨୧ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସମ୍ପ୍ରସାରଣ ସଂସ୍କାର ସହ ଜଡ଼ିତ ଅତିରିକ୍ତ ବାଣିଜ୍ୟିକ ଏଲପିଜି ଆବଣ୍ଟନ ଗ୍ରହଣ କରୁଛନ୍ତି।ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ୨୪ ମାର୍ଚ ପତ୍ର ମାଧ୍ୟମରେ ସିଜିଡି ଭିତ୍ତିଭୂମି ସମ୍ପର୍କିତ ଆବେଦନଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ପ୍ରକ୍ରିୟାକରଣ କରିବା ପାଇଁ ଏକ ସ୍ୱତନ୍ତ୍ର ୩ ମାସିଆ ‘ହ୍ରାସ ହୋଇଥିବା ସମୟସୀମା ସହିତ ସିଜିଡି ଭିତ୍ତିଭୂମି ପାଇଁ ତ୍ୱରାନ୍ୱିତ ଅନୁମୋଦନ ଢାଞ୍ଚା’ ଗ୍ରହଣ କରିଛନ୍ତି।ଭାରତ ସରକାର ମାର୍ଚ୍ଚ ୨୪ ର ଗେଜେଟ୍ ମାଧ୍ୟମରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ, ୧୯୫୫ ଅଧୀନରେ ପ୍ରାକୃତିକ ଗ୍ୟାସ ଏବଂ ପେଟ୍ରୋଲିୟମ ଉତ୍ପାଦ ବିତରଣ (ପାଇପଲାଇନ ଏବଂ ଅନ୍ୟାନ୍ୟ ସୁବିଧାର ସ୍ଥାପନ, ନିର୍ମାଣ, ପରିଚାଳନା ଏବଂ ସମ୍ପ୍ରସାରଣ ମାଧ୍ୟମରେ) ଆଦେଶ, ୨୦୨୬ ବିଜ୍ଞପ୍ତି ଜାରି କରିଛନ୍ତି। ଏହି ଆଦେଶ ସାରା ଦେଶରେ ପାଇପଲାଇନ ସ୍ଥାପନ ଏବଂ ସମ୍ପ୍ରସାରଣ ପାଇଁ ଏକ ସରଳୀକୃତ ଏବଂ ସମୟବଦ୍ଧ ଢାଞ୍ଚା ପ୍ରଦାନ କରେ, ଅନୁମୋଦନ ଏବଂ ଜମି ଅଧିଗ୍ରହଣରେ ହେଉଥିବା ବିଳମ୍ବକୁ ଦୂର କରେ ଏବଂ ଆବାସିକ ଅଞ୍ଚଳ ସମେତ ପ୍ରାକୃତିକ ଗ୍ୟାସ ଭିତ୍ତିଭୂମିର ଦ୍ରୁତ ବିକାଶକୁ ସକ୍ଷମ କରେ। ଏହା ପିଏନଜି ନେଟୱର୍କ ବୃଦ୍ଧିକୁ ତ୍ୱରାନ୍ୱିତ କରିବ, ଲାଷ୍ଟ-ମାଇଲ୍ କନେକ୍ଟିଭିଟିରେ ଉନ୍ନତି ଆଣିବ ଏବଂ ସ୍ୱଚ୍ଛ ଜାଳେଣିକୁ ପରିବର୍ତ୍ତନରେ ସହାୟତା କରିବ, ଯଦ୍ୱାରା ଶକ୍ତି ସୁରକ୍ଷା ମଜବୁତ ହେବ ଏବଂ ଭାରତର ଗ୍ୟାସ-ଭିତ୍ତିକ ଅର୍ଥନୀତି ଆଗକୁ ବଢ଼ିବ।ଏକ ସ୍ୱଚ୍ଛ, ଅଧିକ ସୁରକ୍ଷିତ ଏବଂ ଆତ୍ମନିର୍ଭରଶୀଳ ଶକ୍ତି ଭବିଷ୍ୟତକୁ ଉତ୍ସାହିତ କରିବା ପାଇଁ ଭାରତ ସରକାର ଏକ ମଡେଲ ଚିଠା ରାଜ୍ୟ ସିବିଜି ନୀତି ପ୍ରସ୍ତୁତ କରିଛନ୍ତି। ଏହି ମଡେଲ ନୀତି ଏକ ବ୍ୟାପକ ନମନୀୟ ମାର୍ଗଦର୍ଶିକା ଭାବରେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖାଯାଇଛି ଯାହା ରାଜ୍ୟଗୁଡ଼ିକୁ ସିବିଜି ବିକାଶ ପାଇଁ ସେମାନଙ୍କର ନିଜସ୍ୱ ନିବେଶକ-ଅନୁକୂଳ ଏବଂ କାର୍ଯ୍ୟାନ୍ୱୟନ-ମୁଖୀ ପରିବେଶ ସୃଷ୍ଟି କରିବାକୁ ସକ୍ଷମ କରିବ। ଯେଉଁ ରାଜ୍ୟଗୁଡିକ ଏହାକୁ ଚୟନ କରିବେ, ସେମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟର ଅତିରିକ୍ତ ବାଣିଜ୍ୟିକ ଏଲପିଜି ଆବଣ୍ଟନ ପାଇଁ ପ୍ରାଥମିକତା ଦିଆଯିବ।ମାର୍ଚ୍ଚ ୨୦୨୬ ରୁ, ପ୍ରାୟ ୪.୫୮ ଲକ୍ଷ ପିଏନଜି ସଂଯୋଗରେ ଗ୍ୟାସ ଯୋଗାଣ ଆରମ୍ଭ ହୋଇଛି ଏବଂ ପ୍ରାୟ ୫.୧ ଲକ୍ଷ ଅତିରିକ୍ତ ଗ୍ରାହକ ନୂତନ ସଂଯୋଗ ପାଇଁ ପଞ୍ଜୀକୃତ ହୋଇଛନ୍ତି।ଏପ୍ରିଲ ୧୫ ପର୍ଯ୍ୟନ୍ତ, ପ୍ରାୟ ୩୫,୦୦୦ ପିଏନଜି ଗ୍ରାହକ ସେମାନଙ୍କର ଏଲପିଜି ସଂଯୋଗ ସମର୍ପଣ କରିଛନ୍ତି।ସମସ୍ତ ରିଫାଇନାରୀ ପର୍ଯ୍ୟାପ୍ତ ଅଶୋଧିତ ତୈଳ ମହଜୁଦ ସହିତ ଉଚ୍ଚ କ୍ଷମତାରେ କାର୍ଯ୍ୟ କରୁଛନ୍ତି, ଏବଂ ପେଟ୍ରୋଲ ଓ ଡିଜେଲର ପର୍ଯ୍ୟାପ୍ତ ଷ୍ଟକ୍ ରଖାଯାଇଛି। ଘରୋଇ ବ୍ୟବହାରକୁ ସହାୟତା କରିବା ପାଇଁ ରିଫାଇନାରୀଗୁଡ଼ିକରୁ ଘରୋଇ ଏଲପିଜି ଉତ୍ପାଦନ ବୃଦ୍ଧି କରାଯାଇଛି।ଘରୋଇ ବଜାର ପାଇଁ ପେଟ୍ରୋକେମିକାଲ୍ ଫିଡଷ୍ଟକ୍ ଯୋଗାଣ ନିଶ୍ଚିତ କରିବାକୁ ଏକ ଆନ୍ତଃ-ମନ୍ତ୍ରଣାଳୟ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯାଇଛି। ଫାର୍ମାସ୍ୟୁଟିକାଲ୍ ବିଭାଗ, କେମିକାଲ୍ସ ଏବଂ ପେଟ୍ରୋ କେମିକାଲ୍ସ ବିଭାଗ, ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗରୁ ପ୍ରାପ୍ତ ଅନୁରୋଧ ଆଧାରରେ, ଫାର୍ମା ଏବଂ କେମିକାଲ୍ କ୍ଷେତ୍ରର କମ୍ପାନୀଗୁଡିକ ପାଇଁ ଏଲପିଜି ପୁଲ୍ରୁ ଦୈନିକ ୧୦୦୦ ମେଟ୍ରିକ ଟନ୍ ବ୍ୟବସ୍ଥା କରାଯାଇଛି। ୯ ଏପ୍ରିଲ ୨୦୨୬ରୁ, ପ୍ରାୟ ୨୦୦୦ ମେଟ୍ରିକ ଟନ୍ ପ୍ରୋପାଇଲିନ୍ ବିକ୍ରି ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାକ୍ଷରୁ ନିଆଯାଇଥିବା ଖୁଚୁରା ଜାଳେଣି ଉପଲବ୍ଧତା ଏବଂ ମୂଲ୍ୟ ନିର୍ଧାରଣ ପଦକ୍ଷେପ ନାଗରିକଙ୍କୁ ଅନେକ ସହଯୋଗୀ ହୋଇଛି. ମନ୍ତ୍ରଣାଳୟର ସୂଚନା ଅନୁସାରେ ସାରା ଦେଶରେ ଖୁଚୁରା ଆଉଟଲେଟ୍ଗୁଡ଼ିକ ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛନ୍ତି। ମଧ୍ୟପ୍ରାଚ୍ୟ ସଙ୍କଟ ଯୋଗୁଁ ଅଶୋଧିତ ତୈଳ ଦରରେ ଅସ୍ୱାଭାବିକ ବୃଦ୍ଧି ଘଟିଛି; ତଥାପି, ଗ୍ରାହକମାନଙ୍କୁ ସୁରକ୍ଷା ଦେବା ପାଇଁ ଭାରତ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୧୦ ଟଙ୍କା ହ୍ରାସ କରିଛନ୍ତି।ଘରୋଇ ବଜାରରେ ଏହି ଉତ୍ପାଦଗୁଡ଼ିକର ଉପଲବ୍ଧତା ନିଶ୍ଚିତ କରିବାକୁ ଭାରତ ସରକାର ଏପ୍ରିଲ ୧୧ର ଗେଜେଟ୍ ବିଜ୍ଞପ୍ତି ମାଧ୍ୟମରେ ଡିଜେଲ ଉପରେ ରପ୍ତାନି ଶୁଳ୍କ ଲିଟର ପିଛା ୫୫.୫୦ ଟଙ୍କା ଏବଂ ଏଟିଏଫ ଉପରେ ଲିଟର ପିଛା ୪୨ ଟଙ୍କାକୁ ବୃଦ୍ଧି କରିଛନ୍ତି।ପେଟ୍ରୋଲ ଏବଂ ଡିଜେଲର ନିୟମିତ ଖୁଚୁରା ମୂଲ୍ୟ ଅପରିବର୍ତ୍ତିତ ଅଛି ଏବଂ ସରକାରୀ ତୈଳ ଖୁଚୁରା ଆଉଟଲେଟ୍ଗୁଡ଼ିକରେ କୌଣସି ମୂଲ୍ୟ ବୃଦ୍ଧି କରାଯାଇ ନାହିଁ।ନିୟମିତ ଆବଣ୍ଟନ ବ୍ୟତୀତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅତିରିକ୍ତ ୪୮,୦୦୦ କିଲୋଲିଟର କିରୋସିନି ପ୍ରଦାନ କରାଯାଇଛି।ସାମୁଦ୍ରିକ ସୁରକ୍ଷା ଏବଂ ପରିବହନ କ୍ଷେତ୍ରରେ. କାର୍ଯ୍ୟ କରୁଥିବା ଭାରତୀୟ ଜାହାଜ ଏବଂ ନାବିକମାନଙ୍କୁ ସୁରକ୍ଷା ଦେବା ପାଇଁ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ମନ୍ତ୍ରଣାଳୟ କହିଛି ଯେ, ନାବିକମାନଙ୍କ କଲ୍ୟାଣ ଏବଂ ଅବିରତ ସାମୁଦ୍ରିକ କାର୍ଯ୍ୟ ନିଶ୍ଚିତ କରିବା ପାଇଁ ମନ୍ତ୍ରଣାଳୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଭାରତୀୟ ମିଶନ ଏବଂ ସାମୁଦ୍ରିକ ଅଂଶୀଦାରମାନଙ୍କ ସହିତ ସମନ୍ୱୟ ରକ୍ଷା କରୁଛି।ଏହି ଅଂଚଳରେ ଥିବା ସମସ୍ତ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ଭାରତୀୟ ପତାକାଧାରୀ ଜାହାଜ ସହିତ ଜଡ଼ିତ କୌଣସି ଅଘଟଣର ସୂଚନା ମିଳିନାହିଁ।ଡିଜି ସିପିଂ କଣ୍ଟ୍ରୋଲ୍ ରୁମ୍ ସକ୍ରିୟ ହେବା ପରଠାରୁ ୬,୫୮୦ ଟି କଲ୍ ଏବଂ ୧୩,୭୧୯ ରୁ ଅଧିକ ଇମେଲ୍ ପରିଚାଳନା କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୩୧ ଟି କଲ୍ ଏବଂ ୨୭୬ ଟି ଇମେଲ୍ ପ୍ରାପ୍ତ ହୋଇଛି।ଡିଜି ସିପିଂ ଏପର୍ଯ୍ୟନ୍ତ ୨,୪୧୭ ରୁ ଅଧିକ ଭାରତୀୟ ନାବିକଙ୍କୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନରେ ସାହାଯ୍ୟ କରିଛି, ଯେଉଁଥିରେ ଗତ ୨୪ ଘଣ୍ଟା ମଧ୍ୟରେ ମଧ୍ୟପ୍ରାଚ୍ୟ ଅଞ୍ଚଳର ବିଭିନ୍ନ ସ୍ଥାନରୁ ୮୦ ଜଣ ଅନ୍ତର୍ଭୁକ୍ତ।ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଗଲ୍ଫ ଏବଂ ପଶ୍ଚିମ ଏସିଆ ଅଞ୍ଚଳର ଘଟଣାବଳୀ ଉପରେ ନଜର ରଖିବା ଜାରି ରଖିଛି, ଯେଉଁଥିରେ ସେହି ଅଞ୍ଚଳରେ ଥିବା ଭାରତୀୟ ସମୁଦାୟର ସୁରକ୍ଷା ଏବଂ କଲ୍ୟାଣ ନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିରେ ସୂଚନା ଦିଆଯାଇଛି ଯେ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ସମର୍ପିତ ସ୍ୱତନ୍ତ୍ର କଣ୍ଟ୍ରୋଲ୍ ରୁମ୍ କାର୍ଯ୍ୟକ୍ଷମ ଅଛି ଏବଂ ଭାରତୀୟ ମିଶନଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛି।ସୂଚନା ଆଦାନପ୍ରଦାନ ଏବଂ ପ୍ରୟାସଗୁଡ଼ିକର ସଠିକ ସମନ୍ୱୟ ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହିତ ନିୟମିତ ଯୋଗାଯୋଗରେ ଅଛି।ଭାରତୀୟ ମିଶନ ଏବଂ ପୋଷ୍ଟଗୁଡିକ ୨୪ ଘଣ୍ଟିଆ ହେଲ୍ପଲାଇନ ପରିଚାଳନା ଜାରି ରଖିଛନ୍ତି ଏବଂ ସକ୍ରିୟ ଭାବରେ ଭାରତୀୟ ନାଗରିକମାନଙ୍କୁ ସାହାଯ୍ୟ କରୁଛନ୍ତି। ସେମାନେ ସ୍ଥାନୀୟ ସରକାରଙ୍କ ସହ ଘନିଷ୍ଠ ଯୋଗାଯୋଗରେ ଅଛନ୍ତି।ସ୍ଥାନୀୟ ସରକାରୀ ନିର୍ଦ୍ଦେଶାବଳୀ, ବିମାନ ଏବଂ ଭ୍ରମଣ ସ୍ଥିତି ଏବଂ ଦୂତାବାସ ସେବା ଏବଂ ଆମ ସମୁଦାୟକୁ ସହାୟତା ପାଇଁ ନିଆଯାଉଥିବା ବିଭିନ୍ନ କଲ୍ୟାଣକାରୀ ପଦକ୍ଷେପ ସମେତ ନିୟମିତ ଭାବେ ପରାମର୍ଶ ଜାରି କରାଯାଉଛି।ଭାରତୀୟ ମିଶନଗୁଡ଼ିକ ବିଭିନ୍ନ ସଂଘ, ସଂଗଠନ, ବୃତ୍ତିଗତ ଗୋଷ୍ଠୀ, ଭାରତୀୟ କମ୍ପାନୀ ଏବଂ ସେହି ଅଞ୍ଚଳର ଅନ୍ୟାନ୍ୟ ଅଂଶୀଦାରମାନଙ୍କ ସମେତ ଭାରତୀୟ ସମୁଦାୟ ସହିତ ସକ୍ରିୟ ଭାବରେ ଜଡ଼ିତ ରହିଛନ୍ତି। ଆମର ମିଶନଗୁଡ଼ିକ ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ଏଜେନ୍ସିଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରିବା, କନସୁଲାର ସହାୟତା ପ୍ରଦାନ କରିବା ଏବଂ ଭାରତକୁ ଫେରିବା ପାଇଁ ଅନୁରୋଧଗୁଡ଼ିକୁ ସୁଗମ କରିବା ସହିତ ସେହି ଅଞ୍ଚଳର ଜାହାଜରେ ଥିବା ଭାରତୀୟ କର୍ମଚାରୀମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦେଉଛନ୍ତି। ଯେଉଁ ଦେଶଗୁଡ଼ିକର ଆକାଶ ମାର୍ଗ ଖୋଲା ଅଛି, ସେଠାରୁ ବିମାନ ଚଳାଚଳ ଜାରି ରହିଛି। ୨୮ ଫେବୃଆରୀରୁ ପ୍ରାୟ ୧୦,୧୦,୦୦୦ ଯାତ୍ରୀ ସେହି ଅଞ୍ଚଳରୁ ଭାରତ ଭ୍ରମଣ କରିଛନ୍ତି।ୟୁଏଇ ରେ, ଏୟାରଲାଇନ୍ସଗୁଡ଼ିକ ପରିଚାଳନାଗତ ଏବଂ ସୁରକ୍ଷା ଦୃଷ୍ଟିକୋଣରୁ ୟୁଏଇ ଏବଂ ଭାରତ ମଧ୍ୟରେ ସୀମିତ ଅଣ-ନିର୍ଧାରିତ ବାଣିଜ୍ୟିକ ବିମାନ ଚଳାଚଳ ଜାରି ରଖିଛନ୍ତି, ଆଜି ୟୁଏଇ ଏବଂ ଭାରତ ମଧ୍ୟରେ ପ୍ରାୟ ୧୦୦ ଟି ବିମାନ ଚଳାଚଳ କରିବାର ସମ୍ଭାବନା ଅଛି।ସାଉଦି ଆରବ ଏବଂ ଓମାନର ବିଭିନ୍ନ ବିମାନବନ୍ଦରରୁ ଭାରତର ବିଭିନ୍ନ ସ୍ଥାନକୁ ବିମାନ ଚଳାଚଳ ଜାରି ରହିଛି। କତାର ଆକାଶ ମାର୍ଗ ଆଂଶିକ ଖୋଲା ଥିବାରୁ କତାର ଏୟାରୱେଜ୍ ଆଜି ଭାରତକୁ ପ୍ରାୟ ୧୦ ଟି ବିମାନ ଚଳାଚଳ କରିବ ବୋଲି ଆଶା କରାଯାଉଛି। କୁଏତ ଆକାଶ ମାର୍ଗ ବନ୍ଦ ରହିଛି। ଜାଜିରା ଏୟାରୱେଜ୍ ଏବଂ କୁଏତ ଏୟାରୱେଜ୍ ସୌଦି ଆରବର ଦାମାମ ବିମାନବନ୍ଦରରୁ ଭାରତକୁ ଅଣ-ନିର୍ଧାରିତ ବାଣିଜ୍ୟିକ ବିମାନ ଚଳାଚଳ କରୁଛନ୍ତି। ବହରିନ ଆକାଶ ମାର୍ଗ ଖୋଲା ଅଛି। ଗଲ୍ଫ ଏୟାର ବହରିନରୁ ଭାରତକୁ ସୀମିତ ବିମାନ ଚଳାଚଳ ପାଇଁ ଯୋଜନା କରୁଛି ଏବଂ ବର୍ତ୍ତମାନ ସୌଦି ଆରବର ଦାମାମ ବିମାନବନ୍ଦରରୁ ଭାରତର ବିଭିନ୍ନ ସ୍ଥାନକୁ ଅଣ-ନିର୍ଧାରିତ ବିମାନ ଚଳାଚଳ କରୁଛି। ଇରାକ ଆକାଶ ମାର୍ଗ ଖୋଲା ଅଛି ଏବଂ ଭାରତକୁ ଆଗକୁ ଯାତ୍ରା କରିବା ପାଇଁ ସେହି ଅଞ୍ଚଳର ବିଭିନ୍ନ ସ୍ଥାନକୁ ସୀମିତ ବିମାନ ଚଳାଚଳ କରାଯାଉଛି।ତେହେରାନରେ ଥିବା ଭାରତୀୟ ଦୂତାବାସ ଏପର୍ଯ୍ୟନ୍ତ ଇରାନରୁ ଆର୍ମେନିଆ ଏବଂ ଆଜରବାଇଜାନ ଦେଇ ଭାରତ ଯାତ୍ରା କରିବା ପାଇଁ ୨,୩୪୮ ଜଣ ଭାରତୀୟ ନାଗରିକଙ୍କୁ ସୁଗମ କରିଛି, ଯେଉଁଥିରେ ୧,୦୩୧ ଜଣ ଭାରତୀୟ ଛାତ୍ର ଏବଂ ୬୫୭ ଜଣ ଭାରତୀୟ ମତ୍ସ୍ୟଜୀବୀ ଅନ୍ତର୍ଭୁକ୍ତ।ଇସ୍ରାଏଲ ଆକାଶ ମାର୍ଗ ଆଂଶିକ ଖୋଲା ଅଛି ଏବଂ ବିମାନ ଚଳାଚଳ ସୀମିତ ରହିଛି। ଜର୍ଡାନ ଏବଂ ମିଶର ଦେଇ ଭାରତୀୟ ନାଗରିକଙ୍କ ଭାରତ ଯାତ୍ରା ଜାରି ରହିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି.
