ଚିଲିକା ନିର୍ବାଚନ ମଣ୍ଡଳୀ ରେ ଚାଲିଛି ଶାନ୍ତି ଶୃଙ୍ଖଳା ମତ ଦାନ

-ଆଜି ଓଡିଶା ରେ ଚାଲିଛି ତୃତୀୟ ପର୍ଯାୟ ନିର୍ବାଚନ l ଏଥି ମଧ୍ୟରୁ ଚିଲିକା ନିର୍ବାଚନ ମଣ୍ଡଳୀ ର 246 ଟି ବୁଥରେ ଶାନ୍ତି ଶୃଙ୍ଖଳା ଭାବରେ ଭୋଟ ଗ୍ରହଣ କରିଥିବା ଦେଖିବାକୁ ମିଳିଛି l ଭାରତର ଗଣତନ୍ତ୍ର କୁ ବଞ୍ଚାଇବାକୁ ହେଲେ ସମ୍ବିଧାନକୁ ସଂମ୍ମାନ ଦେଇ ଭୋଟ ଦେବା ନିହାତି ଆବଶ୍ୟକ ରହିଥିବା ବେଳେସମସ୍ତ ଭୋଟ ପୁରୁଣା ଓ ନୂତନ ଭୋଟରଙ୍କ ଉତ୍ସlହ ରହିଛି l କିନ୍ତୁ କିଛି କିଛି ବୁଥ୍ ରେ ଇ.ଭି.ମ ମେସିନ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିଳମ୍ୱ ହୋଇଥିଲା l ଅସୁବିଧାର ସମ୍ମୁଖୀନ ହୋଇଥିଲେ ମତାଦାତା, ପରେ ପରେ ଏହାର ସମାଧାନ ପାଇଁ ପୁଲିଙ୍ଗ ଅଫିସର ମାନେ ସହଯୋଗ ରେ ପୁନର୍ବାର ଆରମ୍ଭ କରାଯାଇଛି l

ବିଭିନ୍ନ ଗ୍ରାମର ପୁଲିଙ୍ଗ ବୁଥ ମାନଙ୍କରେ ଭିଡ ଦେଖିବା ମିଳିଛି l ଖରାରେ ପ୍ରବଳ ଗରମ ଗୁଳୁଗୁଳି କୁ ଖାତିର ନ କରି ନିଜ ନିଜର ଭୋଟ ଦେବା ପାଇଁ ଲମ୍ବା ଧାଡିରେ ଘଣ୍ଟା ଘଣ୍ଟା ଧରି ଛିଡା ହୋଇ ଥିଲେ ଭୋଟର ମାନେ ,କିଛି ଜାଗା ରେ ବିଶୃଙ୍ଖଳା ଥିବାରୁ ସୁରକ୍ଷା ଦୃଷ୍ଟିରୁ ଓଡିଶା ପୋଲିସ, ହୋମ ଗାର୍ଡ, ବଡ଼ର ସ୍ୱୀକୃଟି ଫୋର୍ସ ଓ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ମୁତୟନ ହୋଇଥିବା ଦେଖିବାକୁ ମିଳିଥିଲା l ଅପରାହ୍ନ ପାଞ୍ଚ ଘଂଟିକା ସମୟ ସୁଧ୍ୟା ଚିଲିକା ନିର୍ବାଚନ ମଣ୍ଡଳୀରେ 60.12% ମତ ଦାନ ହୋଇଥିବାର ସୂଚନା ମିଳିଛି l ଚିଲିକା ନିର୍ବାଚନ ମଣ୍ଡଳୀରେ ମୁଖ୍ୟ ତିନୋଟି ଦଳ ବିଜେପି, ବିଜେଡି ଓ କଂଗ୍ରେସ ଭିତରେ କଡା ଟକ୍କର ହେଉଥିବା ବେଳ ସମସ୍ତ ପ୍ରମୁଖ ଦଳ ଆଶା ରଖିଛନ୍ତି ବିଜୟ ମୁକୁଟ ପିନ୍ଧିବା ପାଇଁ କିନ୍ତୁ କାହା ଭାଗ୍ୟରେ ଜିତା ପଟ ହେବ ତାହା ଆସନ୍ତା ମାସ ଜୁନ ଚାରି ତାରିଖକୁ ଭୋଟ ଗଣତି ଥିବାରୁ ଅପେକ୍ଷା କରିଛନ୍ତି ଚିଲିକାର ଜନତା ଜନାର୍ଦନ

Leave a Reply

Your email address will not be published. Required fields are marked *