ବିଜେପି ରେ ମିଶିଲେ ବିଜେଡି ଉପସଭାପତି ସରୋଜ ସ୍ବାଇଁ

ଜଗତସିଂହପୁର ଜିଲ୍ଲା ରଘୁନାଥପୁର ସ୍ଥିତ ଗୋଲଡେନ ମଣ୍ଡପରେ ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ଵ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ଜଗତସିଂହପୁର ବିଜେପି ସାଂସଦ ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ, ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ର ବିଜେପି ପ୍ରାର୍ଥୀ ରାଜ କିଶୋର ବେହେରା ପ୍ରମୁଖ ଯୋଗ ଦେଇ ଥିଲେ । ଏହି ମିଶ୍ରଣ ପର୍ଵ ରେ ବିଜୁ ଜନତା ଦଳର ଉପ ସଭାପତି ସରୋଜ କୁମାର ସ୍ବାଇଁଙ୍କ ସହିତ 400 ରୁ ଉର୍ଦ୍ଧ୍ବ ବିଜେଡି କର୍ମୀମାନେ ବିଜେପି ଯୋଗ ଦେଇ ଛନ୍ତି । ତେବେ ଆଗାମୀ ଦିନରେ ବିଜେପି ଅଧିକ ଶକ୍ତିଶାଳୀ ହେବ ବୋଲି ଅତିଥିମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *