ସିଭିଲ୍ ସୋସାଇଟି ତରଫରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା
**ଆଜି ବ୍ୟାସନଗର ହୋଟେଲ ରୟାଲ କଳିଙ୍ଗ ଠାରେ ଯାଜପୁର ରୋଡ ସିଭିଲ୍ ସୋସାଇଟି ର ଆବାହକ ବିବେକାନନ୍ଦ ମହାନ୍ତି ଙ୍କ ନେତୃତ୍ୟରେ ସୋସାଇଟି ତରଫରୁ ବିଭିନ୍ନ ସଂଗଠନ କୁ ନେଇ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା l ଏହି ସମ୍ବର୍ଦ୍ଧନା ସଭାରେ ବିଭିନ୍ନ ସଂଗଠନ ତରଫରୁ କୋରେଇ ବିଧାୟକ ଆକାଶ ଦାସ ନାୟକ ଙ୍କୁ ପୁଷ୍ପ ଗୁଚ୍ଛ ସହିତ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ବ୍ୟାସନଗର ସହର ର ବୁଦ୍ଧିଜୀବୀ ମାନେ ସହରରେ ରହିଥିବା ବିଭିନ୍ନ ପ୍ରକାର ସମସ୍ୟା ଓ ଅବହେଳିତ ହୋଇ ରହିଥିବା ବ୍ୟାସନଗର ସହରକୁ ବିକାଶ ଦିଗରେ ଅଗ୍ରଗତି କରିବା ପାଇଁ ବିଧାୟକ ଙ୍କୁ ଅବଗତ କରାଇଥିବା ବେଳେ ବିଧାୟକ ମଧ୍ୟ ଏହି ସମସ୍ୟା ଗୁଡିକ ର ସମାଧାନ କିପରି ଭାବରେ ଖୁବ ଶୀଘ୍ର ହୋଇପାରିବ ସେ ବିଷୟରେ ତୁରନ୍ତ ଦୃଷ୍ଟି ଦେବେ ବୋଲି କହିଛନ୍ତି l ମୋ ଉପରେ ଆଶା ଭରସା କରି କୋରେଇ ବାସି ମୋତେ ଯେଉଁ ଅକୁଣ୍ଠ ଭଲପାଇବା ଦେଇ ବିଧାୟକ ଭାବରେ ନିର୍ବାଚିତ କରିଛନ୍ତି ସେଥିପାଇଁ ମୁଁ ଆଗାମୀ ପାଞ୍ଚ ସେମାନଙ୍କ ସେବା କରିବି ବୋଲି ପ୍ରତିଶୃତି ଦେଇଛନ୍ତି ବିଧାୟକ ଆକାଶ ଦାସ ନାୟକ l
