ରୋହିଗାଁ ପଞ୍ଚାୟତ ର ଅଭିଯୋଗ ଶୁଣିଲେ ଦିଗପହଣ୍ଡି ବିଧାୟକ ,Dr ସିଦ୍ଧାନ୍ତ ମହାପାତ୍ର

କୁକୁଡାଖଣ୍ଡି: ପ୍ରତି ପଂଚାୟତ ରେ ମିଳୁଛି ମାଳ ମାଳ ଅଭିଯୋଗ।ଦିଗପହଣ୍ଡି ବିଧାୟକ ଙ୍କ ଜନ ଶୁଣାଣି ରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ। ବଉଳଝୋଳି, କୁକୁଡାଖଣ୍ଡି, ଶିହଲା, କଙ୍କିଆ ପରେ ଶୁକ୍ରବାର ରୋହିଗାଁ ପଂଚାୟତ ରେ ବିଧାୟକ ଜନ ଶୁଣାଣି କରିଥିଲେ। ଦୀର୍ଘ ବର୍ଷ ପରେ ମଧ୍ୟ ବିଭିନ୍ନ ପଂଚାୟତ ରେ ଲୋକଙ୍କ ଅସୁବିଧା ସମ୍ପୂର୍ଣ୍ଣ ହୋଇପାରୁନାହିଁ କି ମୌଳିକ ସମସ୍ୟା ବି ସମାଧାନ ହୋଇପାରିନାହିଁ ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଧାୟକ।ବିଧାନସଭା ନିର୍ବାଚନରେ ବିଜୟୀ ପରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ମୌଳିକ ସମସ୍ୟା ସହ ବ୍ୟକ୍ତିଗତ ସମସ୍ୟାର ଅଭିଯୋଗ ଶୁଣିଲେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ନବ ନିର୍ବାଚିତ ବିଧାୟକ ଡଃ. ସିଦ୍ଧାନ୍ତ ମହାପାତ୍ର । ସେ କୁକୁଡାଖଣ୍ଡି ବ୍ଲକର ରୋହିଗାଁ ପଞ୍ଚାୟତ ର ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରିଥିଲେ । ବିଧାୟକ ଶ୍ରୀ ମହାପାତ୍ର ନିର୍ବାଚନ ସମୟରେ ଲୋକଙ୍କ ପାଖକୁ ଯାଇ ଅଭିଯୋଗ ଶୁଣାଣି କରିବାକୁ ଯେଉଁ ପ୍ରତିଶୃତି ଦେଇଥିଲେ ତାହାକୁ ପାଳନ କରିଥିବା କହିଛନ୍ତି । ରୋହିଗାଁ ପଞ୍ଚାୟତ ଅଧିନରେ ଥିବା ତିନୋଟି ଗ୍ରାମର ୫୦୦ ରୁ ଉର୍ଦ୍ଧ ଅଭିଯୋଗ ରହିଥିବା ଜଣାପଡିଛି। ସେଥ୍ ମଧ୍ୟରୁ ନଳିହାଡ , ରୋହିଗାଁ, ପାଣ୍ଡିଆଝୋଳି ଗ୍ରାମର ବହୁ ଚାଷୀ ଜଳାଭାବ କାରଣରୁ ଚାଷ କାର୍ଯ୍ୟ ପ୍ରଭାବିତ ହେଉଥିବା ନେଇ ଅଭିଯୋଗ କରିଥିଲେ। ଅଭିଯୋଗ କରିବା ସହ ସମସ୍ୟାର ସମାଧାନ ପାଇଁ ଦାବି କରିଥିଲେ। ସେହିପରି ଆବାସ ଯୋଜନା ଗରିବଙ୍କ ଠାରେ ପହଞ୍ଚାଇବାକୁ ସ୍ଥିର କରିଥିଲେ । ଜନସାଧାରଣ ନିଜ ନିଜ ଅଭିଯୋଗ ଏକ ଦରଖାସ୍ତ ଲେଖି ବିଧାୟକ ଙ୍କୁ ଦେବା ସହ । ଜଣାଇଥିବା ସମସ୍ୟା ଗୁଡିକ ଖୁବ୍ ଶୀଘ୍ର ସମାଧାନ ହେବ ବୋଲି ଶ୍ରୀ ମହାପାତ୍ର ସାଧାରଣ ଜନତା ଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିଧାୟକ ଙ୍କ ସହ ପୂର୍ବତନ ସରପଞ୍ଚ ସନାତନ ସଂଗ୍ରାମ ସିଂ, ସରପଞ୍ଚ ବଶିଷ୍ଠ ଜେନା, ସମିତିସଭ୍ୟା ଲକ୍ଷ୍ମୀ ସ୍ବାଇଁ, ନିରଞ୍ଜନ ସ୍ବାଇଁ, ଫକୀର ବେହେରା, ବିକ୍ରମ ଡାକୁଆ, ଟୁକୁନା ସେଠୀ, ଉଦୟଚନ୍ଦ ବିଷୋୟୀ, ସୁଶାନ୍ତ ବିଷୋୟୀ,ନିରାକାର ଭୁୟାଁ, ଯୁବ ନେତା ପୂର୍ଣ୍ଣ ଜେନା, ବିଟୁ ଦଳାଇ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନସାଧାରଣ ଉପସ୍ଥିତ ରହିଆସିଥିଲେ ।

Leave a Reply

Your email address will not be published. Required fields are marked *