ବରିଷ୍ଠ ସମାଜସେବୀ ସ୍ବର୍ଗତ ଚକ୍ରଧର ଶତପଥୀଙ୍କ ସ୍ମୃତିସଭା
ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ ରାମଚନ୍ଦ୍ରପୁର ବଜାର ସ୍ଥିତ ପ୍ରାଣନାଥ ଫାଉଣ୍ଡେସନ କାର୍ଯ୍ୟାଳୟ ପରିସରରେ ଆଶା ପ୍ଲେ ସ୍କୁଲର ସହ ସଂସ୍ଥାପକ ପ୍ରଦୀପ୍ତ କୁମାର ଶତପଥୀଙ୍କ ଉଦ୍ୟମରେ ଏହି ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ସ୍ବର୍ଗତ ଚକ୍ରଧର ଶତପଥୀ ସ୍ମୃତି କମିଟିର ସଭାପତି ତଥା ଜଟଣୀ ପଦନପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଦିବାକର ମଙ୍ଗରାଜଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରାଣନାଥ ଫାଉଣ୍ଡେସନର ସଭାପତି ତଥା ନୋଟାରୀ ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ଅବନୀ କୁମାର ରାଉତରାୟ, ବରିଷ୍ଠ ବିଜେଡି ନେତା ଡ. ସନ୍ତୋଷ ଜେନା,ଅବସର ପ୍ରାପ୍ତ ପ୍ରଧାନ ତଥା ଶିକ୍ଷକ ନେତା ଶ୍ରୀ ଜବାହାରଲାଲ ସୁବୁଦ୍ଧି, କୃଷକ ନେତା ସାରଙ୍ଗଧର ବେହେରା, ସମାଜସେବୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ରବି ମିଶ୍ର, ବାସୁଦେବ ସେଠୀ, ହବିବୁର ରେହେମାନ, ସନ୍ତୋଷୀ ଜାଲି, ବୈରାଗୀ ଜେନା, ରାଜୁ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସ୍ବର୍ଗତ ଶତପଥୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
