ଗୋରେଖନାଥ ପୀଠରେ ନିମ୍ନ ମାନର ଭୋଗ କୁ ନେଇ ଅପପ୍ରଚାର କୁ ନିନ୍ଦା
ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶୈବ କ୍ଷେତ୍ର ବାବା ଗୋରେଖନାଥ ପୀଠ ଉନ୍ନତି କରଣରେ ଅନିୟମିତତା ଓ ନିମ୍ନ ମାନର ଭୋଗ ବିକ୍ରିକୁ ନେଇ ସୋସିଆଲ ମିଡିଆରେ ମନ୍ତବ୍ୟର ଜବାବ ରଖିଛନ୍ତି ଜନ ପ୍ରତିନିଧି ଓ ପୂର୍ବତନ ଟ୍ରଷ୍ଟି । ଏହି ଅବସରରେ ଗୋରେଖନାଥ ପୀଠ ନିକଟରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହାକୁ ନିନ୍ଦା କରିବା ସହିତ ଏହି ଅପପ୍ରଚାରକୁ ବନ୍ଦ କରିବାକୁ ନିବେଦନ କରିଛନ୍ତି ।ଏହି ପୀଠକୁ ଜିଲ୍ଲା ଓ ଜିଲ୍ଲା ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଆସୁଥିବା ବେଳେ ଏହି ପୀଠର ସୁନାମ ରହିଛି । କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ମନ୍ଦିରକୁ ବଦନାମ କରିବାକୁ ଏଭଳି ବିଭ୍ରାନ୍ତିକର ମନ୍ତବ୍ୟ ଦେଉଛନ୍ତି । ଭୋଗ ଦୋକାନ ଅଧିକ ଦାମରେ ଟେଣ୍ଡର ନିଆଯାଉଥିବା ବେଳେ ଭୋଗର ପରିମାଣ କମ ଥାଇ ପାରେ । କିନ୍ତୁ କ୍ୱାଲିଟିରେ କୌଣସି କମ୍ପରମାଇଜ କରାଯାଇନାହିଁ । ଜିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରୀ ବହୁବାର ଭୋଗର ନମୁନା ପରୀକ୍ଷା ପାଇଁ ନେଇ ଥିବା ବେଳେ ଭୋଗର ମାନ ଠିକ ରହିଛି କହିଛନ୍ତି ବୋଲି କହିଛନ୍ତି ସ୍ଥାନୀୟ ବସିନ୍ଦା ଓ ଜନ ପ୍ରତିନିଧି ।
