ତେଲୁଗୁ ବସ୍ତିରେ କଂଗ୍ରେସରେ ମିଶିଲେ ୨୦୦ ରୁ ଉର୍ଦ୍ଧ୍ବ କର୍ମୀ

, କାକଟପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଣାର୍କ ଚନ୍ଦ୍ରଭାଗା ତେଲୁଗୁ ବସ୍ତିରେ ମଙ୍ଗଳବାର ସକାଳେ ଦୁଇ ଶହରୁ ଉର୍ଦ୍ଧ୍ବ ବିଜେପି ଓ ବିଜେଡ଼ି କର୍ମୀ ଦଳ ଛାଡ଼ି କଂଗ୍ରେସ ଦଳରେ ଯୋଗ ଦେଇଥିବା ସୁଚନା ମିଳିଛି। 8ହଜାର ରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଥିବା ଏହି ବସ୍ତିରେ ଶାସକ ଦଳ ପକ୍ଷେଉ ବ୍ୟାପକ ଦୁର୍ନିତି ଓ ଅନିୟମିତା ଦେଖିବାକୁ ମିଳୁଛି। ବିଶେଷ କରି ପିଇବା ପାଣି ସମସ୍ୟା ସମାଧାନ ହୋଇ ପାରିନାହିଁ। ତେଣୁ ଅସନ୍ତୋଷ ବ୍ୟକ୍ତ କରି ୨୦୦ ରୁ ଉର୍ଦ୍ଧ୍ବ ବିଜେପି ଓ ବିଜେଡି କର୍ମୀ କାକଟପୁର କଂଗ୍ରେସ୍ ବିଧାୟକ ପ୍ରାର୍ଥୀ ବିଶ୍ୱ ଭୂଷଣ ଦାସଙ୍କୁ ଭରସା କରି କଂଗ୍ରେସ ଦଳ ହାତ ଧରିଛନ୍ତି।

ଏହି ମିଶ୍ରଣ ପର୍ବରେ ବିଧାୟକ ପ୍ରାର୍ଥୀ ବିଶ୍ୱ ଭୂଷଣ ଦାସଙ୍କ ସହ ନଗର କଂଗ୍ରେସ ସଭାପତି ଉପେନ୍ଦ୍ର କାଣ୍ଡି, ବରିଷ୍ଠ ନେତା ବିଚିତ୍ରାନନ୍ଦ ଦାଶ, ପୂର୍ବତନ କାଉନସିଲର ସୁବାସ ନାୟକ, ସୁବୋଧ ଖଟୁଆ ଓ ପ୍ରତାପ କାଣ୍ଡି ପ୍ରମୁଖ ଉପସ୍ଥିତ ରହି ଦୁଇ ଶହରୁ ଊର୍ଦ୍ଧ୍ବ କର୍ମୀଙ୍କୁ ଦଳରେ ମିଶାଇ ବିଶ୍ୱ ଭୂଷଣ ଦାସଙ୍କୁ ଜିତାଇବା ପାଇଁ ଆହ୍ବାନ ଦେଇଥିଲେ।

Leave a Reply

Your email address will not be published. Required fields are marked *