ଦ୍ଵିତୀୟ କୋଣାର୍କ ମନ୍ଦିର ନିର୍ମାଣ

କୋଣାର୍କର ଚନ୍ଦ୍ରଭାଗାରେ ଦ୍ଵିତୀୟ କୋଣାର୍କ ମନ୍ଦିର ନିର୍ମାଣ ଚାଲିଛି।ନୂଆଦିଲ୍ଲୀର ମୁକେଶ ଜୈନଙ୍କ ଦ୍ୱାରା ବ୍ରିଟିଶ ଶାସନ ସମୟର ଅବିକଳ ଓ ଭବ୍ୟ ସୂର୍ଯ୍ୟ ମନ୍ଦିର ନିର୍ମାଣ କରାଯାଉଛି।ତେବେ ହୀନ ଚକ୍ରାନ୍ତ ଓ ମନ୍ଦ ଉଦେଶ୍ୟ ରଖି ସମ୍ପୃକ୍ତ ସ୍ଥାନକୁ ତୁରନ୍ତ କାର୍ଯ୍ୟ ବନ୍ଦ ପାଇଁ କୋଣାର୍କ ରାଜସ୍ୱ ନିରୀକ୍ଷକ ଚିଠି କରିଛନ୍ତି।୧୯୨୩ମସିହା ପ୍ଲଟ ନମ୍ବର ୧୬୫୫ଅନୁଯାୟୀ ଏହି ମନ୍ଦିର ନିର୍ମାଣ ସ୍ଥଳୀ ସରକାରୀ ଯାଗାରେ ଅବସ୍ଥିତ।ଏହାକୁ ଇଡ଼କୋକୁ ପ୍ରଦାନ କରାଯିବ।ଜଗନ୍ନାଥଙ୍କ ପୁତ୍ର ଶାମ୍ବଙ୍କ ତପସ୍ୟା ସ୍ଥଳ ହେଉଛି କୋଣାର୍କ।ଏହା ସୂର୍ୟ ଉପାସନାର ସିଦ୍ଧି ସ୍ଥଳ।୫୦୦୦ବର୍ଷ ଧରି ସୂର୍ଯ୍ୟ ଉପାସନା ହେଉଥିଲେ ହେଁ ୧୧୯ ବର୍ଷ ଧରି ଆଉ ସୂର୍ଯ୍ୟ ଦେବତାଙ୍କ ପୂଜା ହେଉନାହିଁ।ନୂତନ ଭବ୍ୟ କୋଣାର୍କ ମନ୍ଦିର ପାଇଁ ବହୁ ସଂଖ୍ୟାରେ ପଥର,ରଥର ଚକ,ସ୍ତମ୍ଭ,ମୂର୍ତ୍ତି, ଘୋଡ଼ା ପହଞ୍ଚିସାରିଛି।ନୂତନ ସୂର୍ଯ୍ୟ ମନ୍ଦିର ନିର୍ମାଣ ଶାଳାର ଅଧ୍ୟକ୍ଷ ମୁକେଶ ଜୈନ ଜିଲ୍ଲାପାଳ,କୋଣାର୍କ ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଉକ୍ତ ଜମି ପାଇଁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି।ଏହି ମନ୍ଦିର ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମରେ ତିଆରି ହେଉଥିବାରୁ ମନ୍ଦିର ନିର୍ମାଣ ପାଇଁ ଆବଶ୍ୟକ ଜମି ନିମନ୍ତେ ଅନୁମତି ପ୍ରଦାନ କରିବାକୁ ସେ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *