ଶାମୁକା ପ୍ରୋଟେଷ୍ଟ

ପୁରୀ ଶାମୁକା ପ୍ରକଳ୍ପ ଅନ୍ତର୍ଗତ ଜଙ୍ଗଲ ତଥା ଗ୍ରାମବାସୀଙ୍କ ସୁରକ୍ଷା ପାଇଁ ଷଣ୍ଢପୁର,ବରୁଡ଼ି ଗ୍ରାମବାସୀ ଆଜି ଉଭୟ ଏସପି ଓ ଜିଲ୍ଲାପାଳଙ୍କୁ ଭେଟି ନ୍ୟାୟ ପାଇଁ ଗୁହାରି କରିଛନ୍ତି।ସେମାନେ ଦୀର୍ଘ ୫୦ବର୍ଷ ହେବ ଶାମୁକା ଓ ସିପସରୁବାଲି ଜଙ୍ଗଲର ସୁରକ୍ଷା କରିଆସୁଛନ୍ତି।ଗଛ ଲଗାଇବା ସହ ଏମାନେ ଭାଗଚାଷୀ ରୂପେ କାମ କରୁଛନ୍ତି।କିନ୍ତୁ ବରୁଡ଼ି,ଗୋରୁଆଳ,ଗିରଳ ଗ୍ରାମର କିଛି ଅସାମାଜିକ ଯୁବକ ଉପକୂଳ ଜମି ଜଙ୍ଗଲ ସୁରକ୍ଷା ସମିତିର ଶ୍ରୀକାନ୍ତ ମହାନ୍ତି ଓ ବଟକୃଷ୍ଣ ସ୍ବାଇଁଙ୍କ ଇଙ୍ଗିତରେ ଗ୍ରାମବାସୀଙ୍କୁ ବାରମ୍ବାର ଆକ୍ରମଣ କରିବା ସହ ଜଙ୍ଗଲରେ ନିଆଁ ଲଗାଇ ଝାଉଁ କାଠ ଓ କାଜୁ ମଞ୍ଜି ଚୋରୀ କରି ବିକ୍ରୀ କରୁଥିବା ଅଭିଯୋଗ ହୋଇଛି।ଆକ୍ରମଣ ସମ୍ପର୍କରେ ଗ୍ରାମବାସୀ ସଦର ଥାନାରେ ଅଭିଯୋଗ କରିଥିଲେ ହେଁ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରୁନାହିଁ।ଏଥିପାଇଁ ଆଜି ଗ୍ରାମବାସୀ ଏସପିଙ୍କୁ ଭେଟି ଅଭିଯୋଗ କରିଛନ୍ତି।ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *