ଜଟଣୀ ନଗର ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପକ୍ଷରୁ ବିଜୟା ଦଶମୀ ଉତ୍ସବ ପାଳିତ
ଜଟଣୀ ତା ୧୩-୧୦-୨୪ ଜଟଣୀ ନଗର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ କ୍ଷରୁ ବିଜୟା ଦଶମୀ ଉତ୍ସବ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ମୁଖ୍ୟ ବକ୍ତା ଭାବେ ନଗର ସଂଘ ଚାଳକ ଶ୍ରୀ ନୀଳାମ୍ବର ମିଶ୍ର ଯୋଗ ଦେଇ ସମବେତ ସ୍ୱୟଂ ସେବକ ଭାଇ ମାନଙ୍କୁ ମାର୍ଗ ଦର୍ଶନ କରିବା ସହ ବିଜୟା ଦଶମୀ ଆସୁରୀ ଶକ୍ତି ଉପରେ ଦୈବୀ ଶକ୍ତିର ବିଜୟ ରୂପେ ସାରା ଭାରତ ବର୍ଷରେ ପାଳିତ ହେଉଛି ବୋଲି କହିଥିଲେ । ନଗର କାର୍ଯ୍ୟବାହ ଶ୍ରୀ ପ୍ରହଲ୍ଲାଦ ସାହୁ ଅତିଥି ପରିଚୟ କରିଥିବା ବେଳେ ଶ୍ରୀ ସୁରେଶ କୁମାର ବେହେରା ମୁଖ୍ୟ ଶିକ୍ଷକକାର୍ଯ୍ୟ ନିର୍ବାହ କରିଥିଲେ । ଏହି ଅବସରରେ ଅସ୍ତ୍ର ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ଉତ୍ସବରେ ନଗର ଜିଲ୍ଲା ଗୋରକ୍ଷା ପ୍ରମୁଖ ଶ୍ରୀ ଚିତ୍ତରଞ୍ଜନ ପ୍ରଧାନ, ଜିଲ୍ଲା ମହା ବିଦ୍ୟାଳୟ ପ୍ରମୁଖ ଶ୍ରୀ ତପନ କୁମାର କର, ନଗର ସେବା ପ୍ରମୁଖ ଶ୍ରୀ ଧୀରେନ୍ଦ୍ର କୁମାର ଜେନା, ନଗର ଗୋ ରକ୍ଷକ ଶ୍ରୀ କୈଳାସ ଚନ୍ଦ୍ର ପଟ୍ଟନାୟକ, ନଗର ବ୍ୟବସ୍ଥା ପ୍ରମୁଖ ପ୍ରଦୀପ୍ତ କୁମାର ବାରିକ, ନଗର ସହ କାର୍ଯ୍ୟବାହ ଜୀବନ ବଲ୍ଲଭ ପଟ୍ଟନାୟକ, ନଗର କୁଟୁମ୍ବ ପ୍ରବୋଧନ ପ୍ରମୁଖ ଶ୍ରୀ ରାମଚନ୍ଦ୍ର ସାହୁ , ନଗର ବୌଦ୍ଧିକ ପ୍ରମୁଖ ଶ୍ରୀ ପ୍ରକାଶ ପ୍ରଧାନ, ଶ୍ରୀ ସନାତନ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ସ୍ୱତନ୍ତ୍ର ପ୍ରତିନିଧି ନୀଳାମ୍ବର ମିଶ୍ର , ଜଟଣୀ ।
