ଶିଶୁଟିଏ ପାଇଁ ଦିନଟିଏ-

ଶିଶୁଟିଏ ପାଇଁ ଦିନଟିଏ- କାର୍ଯ୍ୟକ୍ରମର ଜିଲ୍ଲା ପରିଚାଳନା ସମୀକ୍ଷା ବୈଠକଛତ୍ରପୁର:-୦୬/୧୧ ଶିଶୁ ଓ ମାତୃ ସୁରକ୍ଷା ନିମନ୍ତେ କାର୍ଯ୍ୟକାରୀ ହେଉଥିବା ଯୋଜନାର ସଠିକ ଉପଯୋଗିତା ସହିତ ବାଲ୍ୟ ବିବାହ, ଶିଶୁ ଶ୍ରମିକ, ମିଶନ୍ ବାତ୍ସଲ୍ୟ ଏବଂ ଜିଲ୍ଲା ଶିଶୁ ସୁରକ୍ଷା କମିଟି ଗୁଡିକର କାର୍ଯ୍ୟଧାରା ସଠିକ୍ ଭାବେ କରିବା ନେଇ ଜିଲ୍ଲାପାଳଙ୍କ ଗୁରୁତ୍ବାରୋପ । ବୁଧବାର ଜିଲ୍ଲା ପରିଚାଳନା କମିଟିର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଅବଗତ କରାଇଥିଲେଯେ, ଜିଲ୍ଲାରେ ଶିଶୁ, ମା, ନିର୍ଭୟା କଢି, ମୋ ଗେହ୍ଲା ଝିଅ, ଶିଶୁ ଶ୍ରମିକ ଉଛେଦ ପରେ ସେମାନଙ୍କ ଶିକ୍ଷା, ଥଇଥାନ, ମିଶନ୍ ବାତ୍ସଲ୍ୟ, ଶିଶୁ ସୁରକ୍ଷା କାର୍ଯ୍ୟ ଗୁଡିକ ଯାହା ଚାଲିବ ସେଗୁଡିକ ସଠିକ ପରିଚାଳନା କରିବା ସହିତ ସଠିକ୍ ତଥ୍ୟ ରେକର୍ଡ ଭୁକ୍ତ କରି ରଖିବା ତେବେ ଯାଇ ଯୋଜନାର କାର୍ଯ୍ୟକାରିତା କେଉଁ ଦିଗକୁ ଗତି କରୁଛି

ସେସମ୍ପର୍କରେ ସଠିକ ଅନୁଧ୍ୟାନ କରିବା ସମ୍ଭବପର ହୋଇ ପାରିବ । ଅଣ ପଞ୍ଜିକୃତ ଛାତ୍ରାବାସ ଗୁଡିକ ନୀତି ନିୟମର ଅନୁପାଳନ କରୁଛନ୍ତି ନା ନାହିଁ ସେଗୁଡିକ ଉପରେ ମଧ୍ୟ ନଜର ରଖିବାକୁ କୁହାଯାଇଛି । ଯେଉଁ ଠାରେ ଶିଶୁ କିମ୍ବା ମାତୃ ମୃତ୍ୟୁ ହେଉଛି ତାହାର ସଠିକ ତଥ୍ୟ ସଂଗ୍ରହ କରି କେଉଁ କାରଣ ଯୋଗୁଁ ମୃତ୍ୟୁ ଘଟିଲା ତାହା ଯାଂଚ୍ କରି ପରବର୍ତ୍ତି ପର୍ଯ୍ୟାୟରେ ମୃତ୍ୟୁର ପୁନରାବୃତ୍ତି ଯେପରି ହେବ ନାହିଁ ସେ ଦିଗରେ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଡଃ ପ୍ରମୋଦ କୁମାର ପୃଷ୍ଟି ପ୍ରାଞ୍ଜଳ ଭାବେ ସମୀକ୍ଷା କରି ଅବଗତ କରାଇଥିଲେ ଯେ, ଲିଙ୍ଗ ଭିତ୍ତିକ ଭେଦଭାବ, ଚୋରା ଚାଲାଣ, ଶିଶୁ ନିର୍ଯାତନା ଓ ଶିଶୁ ହିଂସା ସମ୍ପର୍କିତ ଯେ କୌଣସି ଘଟଣା ସେଗୁଡିକ ସଂପୃକ୍ତ କମିଟିର ସଦସ୍ୟ ମାନଙ୍କ ଅବଗତି ଏବଂ ଆଲୋଚନା କରାଯାଇ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ସକାଶେ ସଠିକ ଶିକ୍ଷା, ପ୍ରଶିକ୍ଷଣ ସହିତ ଦକ୍ଷତା ବୃଦ୍ଧିକରି କିଭଳି ଆତ୍ମ ନିର୍ଭରଶୀଳ ହେବେ ତାହାର ବାଟ ଦେଖାଇବା ଜରୁରୀ । ତେବେ ଯାଇଏହି କାର୍ଯ୍ୟକ୍ରମ ସଫଳତା ହାସଲ କରିବ । ଏଥି ସହିତ ସେମାନେ ଯେଉଁ ଠାରେ ବା ଯେଉଁ ସଂସ୍ଥାରେ ନିୟୋଜିତ ଅଛନ୍ତି, ସେଗୁଡିକ ଉପରେ ନଜର ରଖିଲେ ସେମାନଙ୍କୁ କୌଣସି ଅସୁବିଧା ହେବ ନାହିଁ । ଗତ ଜୁଲାଇ ଠାରୁ ସେପ୍ଟେମ୍ବର ମଧ୍ୟରେ ବିଭିନ୍ନ ଅଙ୍ଗନଓ୍ବାଡି ସେଣ୍ଟର ଗୁଡିକରେ ସମୁଦାୟ ୫୩୦୪୬ ଗୋଟି ଆଦ୍ବିକା ସଭା ଆୟୋଜନ କରାଯାଇ ସଚେତନତା ସୃଷ୍ଟି କରାଯାଇଅଛି । ଲିଙ୍ଗଗତ ଅନୁପାତକୁ ରୋକିବା ଘେନି ମୋ ଗେହ୍ଲାଝିଅ କାର୍ଯ୍ୟକ୍ରମ ଜରିଆରେ ଅନେକ ସଫଳତା ଆଣୁଛି । ଗତ ଜୁଲାଇ ଠାରୁ ସେପ୍ଟେମ୍ବର ମଧ୍ୟରେ ୩୩୧୬ ଗୋଟି ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ମାନ ଆୟୋଜନ ହୋଇ ପ୍ରୋତ୍ସାହନ ଦ୍ବାରା ୪୩୩୭୯ ଗୋଟି ଶିଶୁ କନ୍ୟା ଜନ୍ମ ଗ୍ରହଣ କରିଛନ୍ତି । ବର୍ତ୍ତମାନ ୯୭୯. ୨୭ ପ୍ରତିଶତ ଲିଙ୍ଗଗତ ତାରତମ୍ୟ ରଖାଯାଇ ପାରିଛି । ଯେଉଁ ମାନେ ବାଲ୍ୟ ବିବହକୁ ରୋକି ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟରେ ଯୋଗ ଦେଇ ପ୍ରଶିକ୍ଷଣ ପାଇଛନ୍ତି ସେମାନଙ୍କୁ ବିଭିନ୍ନ ଆତ୍ମ ନିର୍ଭରଶୀଳ କାର୍ଯ୍ୟ ସହିତ ଜଡିତ କରାଯିବ । ଗତ ୨୦୧୭ ମସିହା ଠାରୁ ଏ ଯାବତ୍ ଜିଲ୍ଲାର ସମୁଦାୟ ୯୯୯ ଗୋଟି ବାଲ୍ୟ ବିବାହ ସଫଳତାର ସହିତ ରୋକାଯାଇ ପାରିଛି । ବିବାହ ଆୟୋଜନ ହେଉଥିବା ମନ୍ଦିର, କୁଳ ସମାଜକୁ ସଚେତନତା କରାଯାଇଛି । ସେମାନେ ନିଜ ନିକଟରେ ବିବାହ ପଞ୍ଜିକରଣ ରେଜିଷ୍ଟର ଖୋଲି ଏହାର ସଠିକ ତଥ୍ୟ ରଖିବେ । ବାଲ୍ୟ ବିବାହ ରୋକିବା ଘେନି ୨୮୬୮୦ ଗୋଟି ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଜିଲ୍ଲାରେ ଚାଲିଥିବା ଗୋଟିଏ ଅଭିଭାବକ ଶିଶୁ ଅନାଥ ଚିହ୍ନଟ ପ୍ରକ୍ରିୟାକୁ ତୁରନ୍ତ ଶେଷ କରି ସେହି ପିଲା ମାନଙ୍କୁ ଉପଯୁକ୍ତ ଥଇଥାନ କରିବା ପାଇଁ ବିଭାଗୀୟ ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିଲା । ସ୍ବାସ୍ଥ୍ୟ ବିଭାଗ ଏବଂ ସମନ୍ବୀତ ଶିଶୁ ବିକାଶ ଯୋଜନା ଅଧିକାରୀଗଣ ପ୍ରତ୍ୟେକ ମାସରେ ମିଳିତ ବୈଠକ କରି ଶିଶୁ ଓ ମାତୃ ସୁରକ୍ଷାର କାର୍ଯ୍ୟ କାରିତା ଘେନି ଆଲୋଚନା କରିବେ । ବୈଠକରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଭବାନୀ ମିଶ୍ର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଆବିଦା ପରବିନ୍, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ, ସ୍ବାସ୍ଥ୍ୟ ବିଭାଗୀୟ ଅଧିକାରୀ, ଶିଶୁ ମଙ୍ଗଳ ସମିତି ସଦସ୍ୟ, ଶିଶୁ ଯତ୍ନ କେନ୍ଦ୍ର ସଦସ୍ୟ ଓ କର୍ମକର୍ତ୍ତା, ସମସ୍ତ ଶିଶୁ ବିକାଶ ଯୋଜନା ଅଧିକାରୀ, ଆକ୍ସନ୍ ଏଡ୍ ର ସଂଯୋଜକ ଦେବବ୍ରତ ମାହୁନ୍ତ ଏବଂ ସଂପୃକ୍ତ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *