କୁଅରେ ପଡି ହରିଣ ମୃତ
କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଁଳାବେରେଣି ଫରେଷ୍ଟ ସେକ୍ସନ ଅଁଳାବେରେଣି ହାଇସ୍କୁଲ ପଛପାଖରେ ଥିବା ଏକ କୂଅରେ ପଡି ହରିଣ ମୃତ।ମୃତ ହରିଣଟି ବୟସ ୧୨ରୁ ୧୫ ବର୍ଷ ହେବ ବୋଲି ଜଣାପଡିଛି।ଖାଦ୍ୟ ଅନ୍ବେଷଣରେ ହରିଣଟି ଗ୍ରାମ ଭିତରକୁ ପଶି ଆସିଥିବା ବେଳେ ଲୋକ ମାନଙ୍କ ଭୟରେ ହରିଣଟି କୁଅରେ ଭିତରେ ପଡିଯାଇଥିଲା।ତେବେ ବନ ବିଭାଗକୁ ଗ୍ରାମ ତରଫରୁ ଖବର ଦିଆଯାଇଥିବା ବେଳେ ବିଳମ୍ବରେ ଆସି ପହଞ୍ଚିବା ଦ୍ବାରା ଉଧାର ସମୟରେ ହରିଣଟି ମରି ଯାଇଥିବା ଦେଖାଦେଇଛି।ଯାହାକୁ ନେଇ ଗ୍ରାମ ବାସିଙ୍କ ମହଲରେ ଅସନ୍ତୋଷ ବୃଦ୍ଧିପାଇଛି।ତେବେ ଏହି ହରିଣ ମୃତ ହେବା ନୂଆ କଥା ନୁହେଁ ପୂର୍ବରୁ ମଧ୍ୟ ବହୁତ ହରିଣ ଖାଦ୍ୟ ଅନ୍ବେଷଣ ଓ କୁକୁର କାମୁଡାରେ ମୃତ୍ୟୁ ହେବାର ନଜିର ରହିଛି।ଏହି ଫରେଷ୍ଟ ସେକ୍ସନ ଅଧିନରେ ଜିଲ୍ଲାର ସବୁଠାରୁ ଅଧିକ ହରିଣ ରହୁଥିବା ବେଳେ ବନବିଭାଗ ଏହି ହରିଣ ମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି।
