ସମର୍ପଣ ବୃଦ୍ଧାଶ୍ରମରେ ସ୍ବାସ୍ଥ୍ଯସେବା
ନୟାଗଡ଼ ଲେଖନପୁର ଠାରେ ଅବସ୍ଥିତ ବୃଦ୍ଧାଶ୍ରମ ସମର୍ପଣ ପରିସରରେ ଅନ୍ତେବାସୀ ମାନଙ୍କର ସ୍ବାସ୍ଥ୍ଯ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଆଶ୍ରମର କାର୍ଯ୍ୟନିର୍ବାହୀ ସଦସ୍ଯ ଶ୍ରୀଧର ସାହୁଙ୍କ ପ୍ରତ୍ଯେକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ସ୍ବାସ୍ଥ୍ଯ ପରୀକ୍ଷା ଓ ଚିକିତ୍ସା କାର୍ଯ୍ୟକ୍ରମରେ ଇଟାମାଟି ପ୍ରାଥମିକ ସ୍ବାସ୍ଥ୍ଯ କେନ୍ଦ୍ର ର ଚିକିତ୍ସା ଅଧିକାରୀ ଡାକ୍ତର ରାଜେଶ ମିଶ୍ର ଯୋଗ ଦେଇ ଅନ୍ତେବାସୀ ମାନଙ୍କର ବ୍ଲଡ ପ୍ରେସର ଚେକଅପ୍ ସହିତ ସ୍ବାସ୍ଥ୍ଯ ପରୀକ୍ଷା କରିଥିଲେ। କରୋନା ମହାମାରୀ ସମୟରେ କିପରି ସଚେତନତା ଅବଲମ୍ବନ କରି ଚଳିବାକୁ ହେବ ସେ ବିଷୟରେ ଡାକ୍ତର ମହାଶୟ ଅନ୍ତେବାସୀ ମାନଙ୍କୁ ବୁଝାଇବା ସହିତ ବିଭିନ୍ନ ସ୍ବାସ୍ଥ୍ଯ ସମସ୍ଯା ର ସମାଧାନ ପାଇଁ ଔଷଧ ଲେଖିଥିଲେ। ଏହି କାର୍ଯ୍ୟକ୍ରମ ରେ ଆଶ୍ରମର ମ୍ଯାନେଜର ସୀତାରାମ ପ୍ରଧାନ ସହଯୋଗ କରିଥିଲେ। ପ୍ରକାଶ ଥାଉକି ଡାକ୍ତର ମିଶ୍ର ମହୋଦୟ ପ୍ରତ୍ଯେକ ମାସରେ ଥରେ ନିଜସ୍ବ ଆଗ୍ରହରେ ଆଶ୍ରମକୁ ଆସି ଅନ୍ତେବାସୀ ମାନଙ୍କୁ ନିଶୁଳ୍କ ସେବା ଯୋଗାଇଥାନ୍ତି।।
ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼ “ତୀର୍ଥକ୍ଷେତ୍ର”
