ସାମ୍ବାଦିକ ଅରିନ୍ଦମଙ୍କ ସ୍ମୃତିରେ ଦୀପଦାନ
ଜଟଣୀ: ୨୫/୯- ଗଣମାଧ୍ୟମ ଜଗତର ଉଦିତ୍ ମୟ ସୂର୍ଯ୍ୟ ଭାବେ ସମସ୍ତଙ୍କ ନିକଟରେ ପରିଚିତ ତଥା ଓଟିଭି ର ମୁଖ୍ୟ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ସମଗ୍ର ଗଣମାଧ୍ୟମ ଜଗତ ପ୍ରତି ଯେତିକି ଧକ୍କା ସମସ୍ତ ପ୍ରତିନିଧି ମାନଙ୍କ ପାଇଁ ଏକ ଦାରୁଣ ଦୁଃଖ ସଦୃଶ । ସେହି ଅମର ଆତ୍ମାର ସଦ୍ ଗତି କାମନା କରିବା ସହିତ ତାଙ୍କ ବିୟୋଗ ସାମ୍ବାଦିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଜଟଣୀ ରେ ଉତ୍କଳ ସାମ୍ବାଦିକ ସଂଘର କର୍ମକର୍ତ୍ତା ମାନେ ଆୟୋଜିତ ସ୍ମୃତି ସଭାରେ ଶୋକ ପ୍ରକାଶ କରିଛନ୍ତି । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ପ୍ରଭାତ କୁମାର ମିଶ୍ର, ଜଟଣୀ ଶାଖା ସଭାପତି ପ୍ରଦିପ୍ତ କୁମାର ମାର୍ଥା,ଉପସଭାପତି ଶୁଭେନ୍ଦ୍ର କୁମାର ଶତପଥୀ,ସମ୍ପାଦକ ଦେବପ୍ରସାଦ ଦାଶ,ସହ ସମ୍ପାଦକ ହୃଷୀକେଶ ପାତ୍ର,ସଂଗଠନ ସଂଯୋଜକ ପ୍ରଶାନ୍ତ କୁମାର ସାହୁ, କୋଷାଧକ୍ଷ ମମତା ବେହେରା, ସୁରେଶ୍ ଛୋଟରାୟ ,ସନ୍ତୋଷ କୁମାର ମହାପାତ୍ର,ବୀରକିଶୋର ବାରିକ,ପରେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ- ଶୁଭେନ୍ଦ୍ର ଶତପଥୀ, ଜଟଣୀ।
