ପୁରୀରେ ଉଚ୍ଛେଦ କାର୍ଯ୍ୟ
ଶ୍ରୀମନ୍ଦିର ୭୫ମିଟର ସୁରକ୍ଷା ଜୋନ ମଧ୍ୟରେ ପୁଣିଥରେ ଉଚ୍ଛେଦ ଆରମ୍ଭ ହୋଇଛି।ବାସେଳୀ ସାହି ମୌଜା ଗାଣ୍ଡୁଆଚଉରା ଛକରେ ଥିବା ୩ଟି ଘରୋଇ କୋଠାକୁ ଆଜି ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି।ଏହି କାର୍ଯ୍ୟରେ ଗୋଟିଏ ଜେସିବି ମେସିନ ସହ ଏକ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଥିଲେ।ବର୍ତ୍ତମାନ ସୁଦ୍ଧା ଶ୍ରୀମନ୍ଦିର ମେଘନାଦ ପାଚେରୀ ଠାରୁ ୭୫ମିଟର ସୁରକ୍ଷା ଜୋନ ମଧ୍ୟରୁ ପ୍ରାୟ ୯୫ପ୍ରତିଶତରୁ ଅଧିକ ଜମି ଅଧିଗ୍ରହଣ ସରିଲାଣି।କିଛି ଜମିକୁ ନେଇ ମାମଲା ହାଇକୋର୍ଟରେ ଥିବାବେଳେ ଆଉ କିଛି ପ୍ଲଟର କ୍ଷତିପୂରଣ ନେଇ ଜିଲ୍ଲା ପ୍ରଶାସନ ସହ ଆପୋଷ ଆଲୋଚନା ଚାଲିଛି।ସମ୍ପୂର୍ଣ୍ଣ ଜମି ଅଧିଗ୍ରହଣ ସରିବା ପରେ ଐତିହ୍ୟ କରିଡ଼ର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ।
