ଶ୍ରୀମନ୍ଦିରରେ ଇନ୍ଦ୍ରହାତୀ ପ୍ରସ୍ତାବ
ଆଜି ଭାଦ୍ରବ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନିତି ଓ ଇନ୍ଦ୍ର ହାତୀ ପ୍ରସ୍ତାବ ଅନୁଷ୍ଠିତ ହେବ ।ସଂଧ୍ୟା ଆଳତି ସରିବା ପରେ ଠାକୁରଙ୍କ ଆଜ୍ଞାମାଳ ପ୍ରାପ୍ତି ପରେ ଶ୍ରୀଦୋଳଗୋବିନ୍ଦଙ୍କୁ ବଟମୂଳେ ଥିବା ପାଲିଙ୍କିରେ ବିଜେ କରାଯିବ । ଏକ ପଟୁଆରରେ ଠାକୁରଙ୍କ ପାଲିଙ୍କି ସିଂହଦ୍ୱାର ନିକଟରେ ପହଂଚିଵା ପରେ ଠାକୁରଙ୍କୁ ଶୀତଳ ଭୋଗ ଅର୍ପଣ ପରେ ଇନ୍ଦ୍ର, ଚନ୍ଦ୍ର ଓ ଗୋବିନ୍ଦଙ୍କୁ ବନ୍ଦାପନା କରାଯିବା ସହ ସେଠାରେ ଇନ୍ଦ୍ର ହାତୀ ପ୍ରସ୍ତାବ ଅନୁଷ୍ଠିତ ହେବ ।ଏହା ପରେ ଠାକୁର ମାନେ ଶ୍ରୀମନ୍ଦିରକୁ ବାହୁଡା଼ ବିଜେ କରିଥିଲେ ।
