ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବ୍ୟବହିତ ପୂର୍ବରୁ ସବୁ ବିଭାଗ ଚଳଚଞ୍ଚଳ

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବ୍ୟବହିତ ପୂର୍ବରୁ ସବୁ ବିଭାଗ ଚଳଚଞ୍ଚଳ, ଉତ୍ସାହର ବାତାବରଣ ସୃଷ୍ଟି ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥଗାରରେ ପ୍ରଦର୍ଶିତ ହେଲା ନାଟକ ବକ୍ସି ଜଗବନ୍ଧୁଭୁବନେଶ୍ୱର,୨୯/୦୧/୨୦୨୪ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ସମଗ୍ର ରାଜ୍ୟରେ ଏକ ଉତ୍ସାହର ବାତାବରଣ ସୃଷ୍ଟି ହୋଇଛି । ରାଜ୍ୟର ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ କଳା, ସଂସ୍କୃତି ଓ ଐତିହ୍ୟକୁ ନେଇ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏଥିରେ ସବୁ ବର୍ଗ ସହଯୋଗ ପୂର୍ବକ ଅଂଶଗ୍ରହଣ କରୁଥିବା ଲକ୍ଷ୍ୟ କରାଯାଉଛି । ଏହି ମର୍ମରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ମୁଖ୍ୟ ପଠନ ଗୃହରେ ନାଟକ “ବକ୍ସି ଜଗବନ୍ଧୁ” ମଞ୍ଚସ୍ଥ ହୋଇଛି । ଏଥିରେ ବକ୍ସି ଜଗବନ୍ଧୁଙ୍କ ତ୍ୟାଗ ଓ ବିରତ୍ୱର ଗାଥା ପ୍ରତିଫଳିତ ହୋଇଛି । ଓଡ଼ିଆ ଅସ୍ମିତା ପାଇଁ ତାଙ୍କ ମନର ବିପ୍ଳବର ବହ୍ନିକୁ ପ୍ରଜ୍ଜଳିତ କରି ମାତୃଭୂମିର ସୁରକ୍ଷା ପାଇଁ ତାଙ୍କର ସଂଗ୍ରାମ ପ୍ରାତଃ ଚିରସ୍ମରଣୀୟ । ତାଙ୍କ ଧୈର୍ଯ୍ୟ ଓ ସାହାସିକତାକୁ ସମ୍ମାନ ଜଣାଇ ମଞ୍ଚସ୍ଥ ହୋଇଛି ନାଟକ ବକ୍ସି ଜଗବନ୍ଧୁ । ଏହି ନାଟକ ମାଧ୍ୟମରେ ତାଙ୍କ ବୀରତ୍ୱ ନିଖୁଣ ଭାବେ ପ୍ରତିଫଳିତ ହୋଇଛି । ନାଟକ “ବକ୍ସି ଜଗବନ୍ଧୁ” ସୌଭାଗିନୀ ରାୟ ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଧୀର ମଲ୍ଲିକ, ସହ ନିର୍ଦ୍ଦେଶନାରେ ମନୋଜ ସାହୁ, ସଂଗୀତରେ ଥିଲେ ପ୍ରତାପ ରାଉତ । ଏହାକୁ ଶତାବ୍ଦୀର କଳାକାର ମାନେ ପରିବେଷଣ କରିଥିବା ବେଳେ ଅପୂର୍ବ, ଜିତ, କାର୍ତ୍ତିକ, ସମ୍ବିତ, ସତ୍ୟ, ମଳୟ, ଲଷ୍ମୀକାନ୍ତ, ପ୍ରକାଶ, ଶୁଭ, ଅଶୋକ, ଆଶିଷ, ସୌମ୍ୟ ପ୍ରମୁଖ ଚରିତ୍ରାଭିନୟ କରିଥିଲେ । ଗ୍ରନ୍ଥାଗାରର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଶ୍ରୀମତୀ ଅତସୀ ଦାସ ଅତିଥି ମାନଙ୍କୁ ସ୍ୱାଗତ କରିବା ସହ ନାଟକ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ସ୍ଥାନୀୟ ଜନତା ମଇଦାନ ଠାରେ ଆସନ୍ତା ଫେବୃଆରୀ ୩ ତାରିଖରୁ ତିନି ଦିନ ଧରି ଏହି ସମ୍ମିଳନୀ ଆୟୋଜିତ ହେବ । ଏଥିରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, କଳା ଓ ଐତିହ୍ୟକୁ ନେଇ ଅନେକ ତର୍କ ଭିତ୍ତିକ ଆଲୋଚନା ମାନ ହେବା ସହ ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ଏହି ସମ୍ମିଳନୀ ସହାୟକ ହେବ ।

Leave a Reply

Your email address will not be published. Required fields are marked *