ପେଶା ନୁହେଁ ନିଶା ହେଉଛି ଶିକ୍ଷାଦାନ କରିବା
ପେଶା ନୁହେଁ ନିଶା ହେଉଛି ଶିକ୍ଷାଦାନ କରିବା…ଶିକ୍ଷା ର ଏନ୍ତୁଡ଼ିଶାଳ ହେଉଛି ବିଦ୍ୟାଳୟ… ଏହି ପବିତ୍ର ଉକ୍ତିକୁ ବୁଝି କଟକର କପଲ ଶାନ୍ତନୁ ବାବୁ ଓ ବିଜୟଲକ୍ଷ୍ମୀ ଓଝା ଙ୍କ ଦ୍ଵାରା ପ୍ରତିଷ୍ଠିତ bds play ସ୍କୁଲ… କଟକ ଜଗତପୁର ଲଷ୍ମୀ ବିହାର ରେ ପ୍ରତିଷ୍ଠିତ bds play ସ୍କୁଲ ରେ ତୃତୀୟ ବାର୍ଷିକ ଉତ୍ସବ ମହାସମାରୋହ ରେ ଅନୁଷ୍ଠିତ ହୋଇଛି,କାର୍ଯ୍ୟକ୍ରମ ରେ ଅତିଥି ଭାବେ କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ, ବିଭୁତି ଭୂଷଣ ବେହେରା, ବିଜୟ ଭୂୟାଁ, ନଗେଶ୍ୱର ବେହେରା, ସଙ୍କର ପ୍ରାସାଦ ସାହୁ,ସ୍ୱରାଜ କେଶରୀ ଅତିଥି ଭାବେ ଯୋଗ ଦେଇ କୃତି ପିଲାଙ୍କୁ ପୁରସ୍କୃତ କରିଥିଲେ… ସଭା ପରିଚାଳନା କରିଥିଲେ ବିଜୟଲକ୍ଷ୍ମୀ ଓଝା ,ଧନ୍ୟବାଦ ଜ୍ଞାପନ କରିଲେ ଶାନ୍ତନୁ କୁମାର ସାହୁ…କାର୍ଯ୍ୟକ୍ରମ ରେ ଶତାଧିକ ଦର୍ଶକ,ଅଭିଭାବକ ଉପସ୍ଥିତ ରହି ବିଳମ୍ବିତ ରାତି ପର୍ଯ୍ୟନ୍ତ ମନୋରଞ୍ଜନ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ
