ବିକାଶ ସଂଙ୍କଳ୍ପ ସମାବେଶ ଓ ମିଶ୍ରଣପର୍ବ
-କାମାକ୍ଷାନଗର,୧୨.୦୬.୨୦୨୬Anchor-ଢେଙ୍କାନାଳ ଜିଲ୍ଲା ଭୂବନ ବୁଦ୍ଧେଶ୍ବର ମନ୍ଦିର ପ୍ରାଙ୍ଗଣରେ ଭାରତିୟ ଜନତା ପାର୍ଟି ତରଫରୁ ବିକାଶ ସଂଙ୍କଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି।କେନ୍ଦ୍ରରେ ୧୨ ବର୍ଷ ଓ ରାଜ୍ୟରେ ୨ବର୍ଷ ସରକାରଙ୍କ ପୂର୍ତ୍ତି ଉପଲକ୍ଷେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।କାମାକ୍ଷାନଗରର ବିଧାୟକ ଶତୃଘନ ଜେନାଙ୍କ ନୃତୃତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରି କୃଷ୍ନଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ୨ ବର୍ଷ ମଧ୍ୟରେ ସରକାର ଯାହା ପ୍ରତିଶୃତି ଦେଇଥିଲେ ତାକୁ ପୂରଣ କରିବାରେ ସକ୍ଷମ ହୋଇପାରିଛି।ତା ସହିତ ନାରି ମାନଙ୍କୁ ସୁଭଦ୍ରା ଯୋଜନା ମାଧ୍ୟମର ଆର୍ଥିକ ସହାୟତା ପ୍ରଦାନ କରି ସେମାନଙ୍କୁ ଲକ୍ଷପତି ଦିଦି ବନାଇବାରେ ସରକାର କାର୍ଯ୍ୟକରୁଛନ୍ତି।ଏବଂ ଚାଷି ମାନଙ୍କ ସୁବିଧା ପାଇଁ ଧାନ କୁଇଣ୍ଟାଲ ପିଛା ୩୧ଶହ ଟଙ୍କା ପ୍ରଦାନ କରାଯାଉଛି।ଯାହାକି ସରକାରଙ୍କ ବଡ ଉପଲବ୍ଧି।ଏହା ସହିତ ଆଜି ସରକାର ପ୍ରତ୍ୟେକ ରାସନ କାର୍ଡ ଧାରିଙ୍କୁ ହିତାଧିକାରିଙ୍କୁ ୧୦ କେଜି ଲେଖାଏଁ ଚାଉଳ ପ୍ରଦାନ କରାଯିବାର ବ୍ୟବସ୍ଥା ଆଜି ଶୁଭାରମ୍ଭ ହୋଇଛି।ଏହି ପରି ଭାବରେ ଆହୁରି ଅନେକ ଜନହିତକାରି ଯୋଜନା ସବୁ କାର୍ଯ୍ୟକାରି ହେଉଥିବା କଥା କହିଥିଲେ ସମସ୍ତ ଅତିଥି।କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, ପର୍ଜଙ୍ଗ ବିଧାୟକ ବିଭୂତି ପ୍ରଧାନ,ପାଲହଡା ବିଧାୟକ ଅଶୋକ ମହାନ୍ତି,ହିନ୍ଦୋଳ ବିଧାୟିକା ସିମାରାଣି ନାୟକ ଓ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା,ଜିଲ୍ଲା ସଭାପତି ରାସବିହାରି ବେହେରା,ବରିଷ୍ଠ ଆଇନଜିବି ପବିତ୍ର ମୋହନ ବିଶ୍ବାଳ, ପ୍ରମୂଖ ଉପସ୍ଥିତ ଥିଲେ।
