ବିଶିଷ୍ଟ ପ୍ରାଧ୍ୟାପକ ଡକ୍ଟର ଲକ୍ଷ୍ମୀଧର ଦାସଙ୍କ ୮୮ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ସଭା

ପୁରୀ:୧୨/୬: ପୂର୍ବାହ୍ନ ୧୧ଘଟିକା ସମୟରେ ପ୍ରଖ୍ୟାତ ସାହିତ୍ୟ ସ୍ରଷ୍ଟା ଡକ୍ଟର ଲକ୍ଷ୍ମୀଧର ଦାସଙ୍କ ୮୮ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ସଂସ୍କୃତି ଭବନ ପୁରୀ ଠାରେ ଡକ୍ଟର ଭଗବାନ ଜୟସିଂହଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ସଭାରେ ଉଦଘାଟକ ରୂପେ ପ୍ରଫେସର ଡକ୍ଟର ସତ୍ୟନାରାୟଣ ଆଚାର୍ଯ୍ୟ -କୁଳପତି-ଓଡିଆ ବିଶ୍ୱବିଦ୍ୟାଳୟ, ପୁରୀ, ମୁଖ୍ୟ ଅତିଥି ପ୍ରଫେସର ଡକ୍ଟର ବୈଷ୍ଣବ ଚରଣ ସାମଲ, ବିଶିଷ୍ଟ ଅତିଥି ରୂପେ ଡକ୍ଟର ନଟବର ଶତପଥୀ, ସମ୍ମାନନୀୟ ଅତିଥି ଭାବରେ ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ, ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ, ପ୍ରଫେସର ଡକ୍ଟର କୃଷ୍ଣଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗଦେଇ ପ୍ରଫେସର ଡକ୍ଟର ଲକ୍ଷ୍ମୀଧର ଦାସଙ୍କ ସାହିତ୍ୟ ଜଗତକୁ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ସାରସ୍ଵତ ସାଧକ ଶ୍ରୀଯୁକ୍ତ ରଘୁନାଥ ମହାପାତ୍ର, ପ୍ରଫେସର ଡକ୍ଟର ବୈଷ୍ଣବ ଚରଣ ସାମଲ, ପ୍ରଫେସର ଡକ୍ଟର ହରପ୍ରସାଦ ମିଶ୍ର, ପ୍ରଫେସର ଡକ୍ଟର ହରିହର ଷଡ଼ଙ୍ଗୀ ଏବଂ ଡକ୍ଟର ପ୍ରଦୀପ କୁମାର ବାରିକଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ସମ୍ପାଦକ ଅନାମ ଚନ୍ଦ୍ର ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଶିବ ସୁନ୍ଦର ମିଶ୍ର ସଭା ପରିଚାଳନା କରିଥିଲେ। ଶେଷରେ ସୁଶ୍ରୀ କ୍ରିଷ୍ଣା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।ପ୍ରାରମ୍ଭରେ ଡକ୍ଟର ନୃସିଂହ ଚରଣ ସାହୁଙ୍କ ସଭାପତିତ୍ବରେ ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା। ଏହି ଆସରକୁ ସଂଯୋଜନା କରିଥିଲେ ଆଶାଲତା ପ୍ରଧାନ । ମଞ୍ଚରେ ମୁଖ୍ୟ ଅତିଥି ପ୍ରଫେସର ଡକ୍ଟର ପ୍ୟାରୀମୋହନ ପଟ୍ଟନାୟକ, ଡକ୍ଟର ପ୍ରମୋଦ କୁମାର ଦଳାଇ ପ୍ରଫେସର ଡକ୍ଟର ଲକ୍ଷ୍ମୀଧର ଦାସଙ୍କ ଶିକ୍ଷା, ସଂସ୍କୃତି ଏବଂ ସାହିତ୍ୟ କ୍ଷେତ୍ରରେ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଆଶାଲତା ପ୍ରଧାନ, ସୁବ୍ରତ ଜେନା, ଇଂ କେଶବ ଚନ୍ଦ୍ର ପାତ୍ର, ସୁଷମା ଦାସ, ସହଦେବ ସାହୁ, ଚିନ୍ମୟୀ ଗଜେନ୍ଦ୍ର, ପ୍ରଦୀପ୍ତ ରାୟ, ଯୋଗେନ୍ଦ୍ର ପ୍ରହରାଜ, ଜିତୁ ଭୋଇ, ସୁବାସ ଚନ୍ଦ୍ର ମିଶ୍ର ଏବଂ ସୈ।ମ୍ୟରଞ୍ଜନ ମଲ୍ଲିକ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ। ଏହି ଉତ୍ସବରେ ପ୍ରଫେସର ଦାସଙ୍କ ପୁତ୍ର, କନ୍ୟା, ପୁତ୍ରବଧୂ, ଜାମାତା, ସମୁଦୀ ସମୁଦୁଣୀ ବନ୍ଧୁ ପରିଜନଙ୍କ ସହିତ ଶତାଧିକ ସାହିତ୍ୟ ଓ ସଂସ୍କୃତିପ୍ରେମୀ ଯୋଗଦେଇଥିଲେ।।

Leave a Reply

Your email address will not be published. Required fields are marked *