ଢେଙ୍କାନାଳ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ
କାମାକ୍ଷାନଗର– ରାଜ୍ୟରେ ମହିଳା, ଶିଶୁ ଅପରାଧର ନ୍ୟାୟ ଦାବୀ କରି ଢେଙ୍କାନାଳ ବିଜେପି ମହିଳା ମୋର୍ଚ୍ଚା ର ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ବିକ୍ଷୋଭ ରେ ଜିଲ୍ଲା ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ ସବିତା ନାୟକ, ଭାରତୀ ସ୍ଵାଇଁ, ସମ୍ପାଦିକା ଅନିତା ଦାସ, ସାଧାରଣ ସମ୍ପାଦିକା ସସ୍ମିତା ସାମଲ, ରୋଜାଲିନ ପାତ୍ର, ମଞ୍ଜୁଲତା ସାହୁ, ରେଖା ମହାପାତ୍ର ସମେତ ବହୁ ମହିଳା କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।ଉକ୍ତ କାର୍ଯ୍ୟକ୍ରମ କୁ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଯଶବନ୍ତ ମହିମା, ମଣ୍ଡଳ ସଭାପତି ଅଜୟ ଭଞ୍ଜ, ସୁଚିତ୍ର ବେହେରା, ଧୃବ ଚରଣ ସ୍ଵାଇଁ, ରମ୍ୟ ରଞ୍ଜନ ମହାପାତ୍ର ସମର୍ଥନ କରିଥିଲେ । ଶେଷରେ ଜିଲ୍ଲାପାଳ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ।
ରିପୋର୍ଟର :ପ୍ରକାଶ କୁମାର ପାତ୍ର।
