ଆଡପ ମଣ୍ଡପ ରେ ମହାପ୍ରଭୁଙ୍କ ଦର୍ଶନ କଲେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁ।

ଆଡପ ମଣ୍ଡପ ରେ ମହାପ୍ରଭୁଙ୍କ ଦର୍ଶନ କଲେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁ।କୃତଜ୍ଞତା ଜଣାଇଲେ ଜିଲ୍ଲାପାଳ ଙ୍କୁ।ପୁରୀ ୨୦/୭ ମହାପ୍ରଭୁଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ କଲେ କୋଟି ଜନ୍ମର ପୂର୍ଣ୍ୟ ମିଳେ ବୋଲି କଥିତ ଅଛି। ସେଥି ପାଇଁ ସମସ୍ତେ ରଥ ଯାତ୍ରା ସମୟରେ ଶ୍ରୀ ଗୁଣ୍ଡିଚା ମନ୍ଦିର ମହାପ୍ରଭୁଙ୍କୁ ଦେଖିବାକୁ ଆକୁଳ ହୁଅନ୍ତି।ଏହି ବର୍ଷ ପ୍ରବଳ ଭିଡ ସତ୍ତ୍ୱେ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକ ମାନଙ୍କ ଆଡ଼ପ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ନିଜେ ତଦାରଖ କରି ପବିତ୍ର ହେରାପଞ୍ଚମୀରେ ସତୁରୀ ରୁ ଉର୍ଦ୍ଧ୍ବ ଭିନ୍ନକ୍ଷମ ଓ ଚଳନ ଶକ୍ତିହୀନ ବରିଷ୍ଠ ନାଗରିକ ମାନଙ୍କୁ ଆଡ଼ପ ମଣ୍ଡପ ରେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ କରିବାର ବ୍ୟବସ୍ଥା କରିଛନ୍ତି।ସେହି ପରି ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ମାନଙ୍କୁ ଗୁଣ୍ଡିଚା ମନ୍ଦିର ଠୁ ବ୍ଲକିଙ୍ଗ ପଏଣ୍ଟ ବଡ ଶଙ୍ଖ ପର୍ଯ୍ୟନ୍ତ ଯିବା ଆସିବାରେ

ଅସୁବିଧା ହେଉଥିବା ଜାଣି ସେଥି ପାଇଁ ତୁରନ୍ତ ଗାଡ଼ି ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।ଜିଲ୍ଲା ଭିନ୍ନକ୍ଷମ ସଶକ୍ତି କରଣ ଓ ସାମାଜିକ ସୁରକ୍ଷା ବିଭାଗ ତରଫରୁ ଏକ ସହାୟତା କେନ୍ଦ୍ର ଶ୍ରୀ ଗୁଣ୍ଡିଚା ମନ୍ଦିର ଠାରେ ଖୋଲା ଯାଇଚି ।ଭିନ୍ନକ୍ଷମ ଦର୍ଶନ ବ୍ୟବସ୍ଥା ପାଇଁ ଦ ବେଲ୍ ଅନୁଷ୍ଠାନ ତରଫରୁ ୩୦ ଜଣ ସ୍ୱେଚ୍ଛାସେବୀ ନିୟୋଜିତ ହେଇ ଛନ୍ତି।ଯେଉଁ ମାନେ ହୁଇଲ୍ ଚେୟାର ମାଧ୍ୟମରେ ଏହି ଦର୍ଶନ ବ୍ୟବସ୍ଥା କରାଉ ଛନ୍ତି।ମନ୍ଦିର ନୀତି ଓ ଭିଡ କୁ ଲକ୍ଷ ରଖି ଏ ବ୍ୟବସ୍ଥା କରାଯାଉଛି।ସେହିପରି ଭିଡ଼ ଦୃଷ୍ଟିରୁ ଅତିଶୟ ବୟସ୍କ ବା ଗୁରୁତର ଭିନ୍ନକ୍ଷମ ମାନଙ୍କୁ ଦର୍ଶନ ପାଇଁ ନ ଆସିବା ପାଇଁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *