ଜିଲ୍ଲାସ୍ତରୀୟ ସୁଭଦ୍ରା ସ୍ୱାଗତ ପଦଯାତ୍ରା ଓ ସାମୁହିକ ଆଲୋଚନାଚକ୍ର

କଳାହାଣ୍ଡି ଜିଲ୍ଲାସ୍ତରୀୟ ସୁଭଦ୍ରା ସ୍ୱାଗତ ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ ବାହାରି ପୁରୁଣା ବସ ଷ୍ଟାଣ୍ଡ ଦେଇ ଜିଲ୍ଲାପରିଷଦ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା l ସୂଚନା ଥାଉକି ମହିଳା ମାନଙ୍କ କଲ୍ୟାଣକାରୀ ଯୋଜନା “ସୁଭଦ୍ରା” ପାଇଁ ବର୍ତ୍ତମାନ ଆବେଦନ ଏବଂ ସଚେତନତା ଶିବିର ଓ ବିଭିନ୍ନ କାର୍ଯ୍ୟକ୍ରମ ମାନ ତୃଣମୂଳ ସ୍ତରରୁ ଜିଲ୍ଲାସ୍ତର ଯାଏଁ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ହୋଇଥିବା ପଦଯାତ୍ରlରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମହିଳା,ଆଶା, ଅଙ୍ଗନବାଡି କର୍ମୀ, ସୁଭଦ୍ରା ଯୋଜନାର ଆବେଦନକାରୀ ମହିଳାଙ୍କ ସମେତ ୩ଶହରୁ ଉର୍ଦ୍ଧ୍ୱ ମହିଳା ଏବଂ ଅନ୍ୟାନ୍ୟ ଅଧିକାରୀମାନଙ୍କ ଯୋଗଦାନରେ ଏହି ଶୋଭାଯାତ୍ରା ବାହାରିଥିଲା l ଏହି ପଦଯାତ୍ରାକୁ ମାନନୀୟ ଲୋକସଭା ସାଂସଦ କଳାହାଣ୍ଡି ଶ୍ରୀମତୀ ମାଳବିକା ଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ ଶ୍ରୀ ପାୱାର ସଚିନ ପ୍ରକାଶ,ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ କଳାହାଣ୍ଡି, ଦୟାମୟ ପାଢୀ ଙ୍କ ଉପସ୍ଥିତିରେ ସବୁଜପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଏହି ସଚେତନତା ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ମୁଜିବୁ ନ ନିଶା, ଅତିରିକ୍ତ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡା ନିହାରେନ୍ଦ୍ର ପଣ୍ଡା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ବି ଡି ଓ, ଭବାନୀ ପାଟଣା,ଚନ୍ଦନ ଭୋଇ, ଡି ପି ଏମ୍,ଓ ଏଲ୍ ଏମ,ଚନ୍ଦନ ବେହେରା, ଏ ପି ଡି,ବିମ୍ବାଧର ସାହୁ ବିଭିନ୍ନ ବିଭାଗୀୟ ଅଧିକାରୀ ଗଣମାଧ୍ୟମ ର ପ୍ରତିନିଧି ପ୍ରମୁଖ ଯୋଗଦେଇ ଥିଲେ। ଏହି ପଦଯାତ୍ରା ସମାପନ ପରେପରେ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପାୱାର ସଚିନ ପ୍ରକଶ ଙ୍କ ଅଧ୍ୟକ୍ଷତାରେ ସୁଭଦ୍ରା ଯୋଜନା ସମ୍ପର୍କରେ ଦଳଗତ ଆଲୋଚନା ହୋଇଥିଲା l ଏଥିରେ ମାନ୍ୟବର ସାଂସଦ ଶ୍ରୀମତୀ ଦେଓ ଯୋଗଦେଇ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ସୁଭଦ୍ରା ଯୋଜନା ସମ୍ପର୍କରେ ସଚେତନତା ବାର୍ତ୍ତା ଦେଇଥିଲେ ଯୋଗ୍ୟ ମହିଳା ମାନେ ଏହାଦ୍ବାରା କିପରି ଉପକୃତ ହେବେ ସେସମ୍ପର୍କରେ ଆଲୋକପାତ କରିଥିଲେ। କଳାହାଣ୍ଡି ଜିଲ୍ଲା ରେ ସୁଭଦ୍ରା ଯୋଜନା ରେ 7 ଲକ୍ଷ ଯୋଗ୍ୟ ମହିଳା ଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ଦୁଇ ଲକ୍ଷ କୋଡ଼ିଏ ହଜାର ରୁ ଉର୍ଦ୍ଧ୍ଵ ମହିଳା ଆବେଦନ କରିଛନ୍ତି, ଜନସାଧାରଣ ଙ୍କୁ ଏ ସମ୍ପର୍କରେ ବ୍ୟାପକ ସଚେତନ କରିବା ପାଇଁ ଜିଲ୍ଲାସ୍ତରରୁ ଗ୍ରାମ ପଞ୍ଚାୟତ ପର୍ଯ୍ୟନ୍ତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ମହିଳା ମାନେ ଏହି ଯୋଜନା ମାଧ୍ୟମରେ କିପରି ଉପକୃତ ହେବେ ସେଦିଗରେ ଜିଲ୍ଲାପ୍ରଶାସନ ର ପ୍ରଚେଷ୍ଟା ଜାରିରହିଛି ବୋଲି ଜିଲ୍ଲାପାଳ କହିଥିଲେ। ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପାଢୀ ସମସ୍ତ ଙ୍କୁ ସ୍ଵାଗତ ଜଣାଇବା ସହିତ ସୁଭଦ୍ରା ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ସଂକ୍ଷିପ୍ତ ଆଲୋଚନା ପରେ ସୁଭଦ୍ରା ସନ୍ଦେଶ କାନ୍ଥରେ ମାନ୍ୟବର ସାଂସଦ, ଜିଲ୍ଲାପାଳ ସୁଭଦ୍ରା ସନ୍ଦେଶ ସହ ସ୍ଵ ହସ୍ତାକ୍ଷର କରିଥିଲେ।ପରେ ସମସ୍ତେ କିଛିକିଛି ସନ୍ଦେଶ ସହ ନିଜନିଜର ସ୍ୱ-ହସ୍ତାକ୍ଷର କରିଥିଲେ ।

Leave a Reply

Your email address will not be published. Required fields are marked *