ଗୃହପାଳିତ ପଶୁ ସହ ଜୀବନ ବିତାଉଛନ୍ତି ପରିବାର ଲୋକେ
ଗୃହପାଳିତ ପଶୁ ସହ ଜୀବନ ବିତାଉଛନ୍ତି ପରିବାର ଲୋକେ ପ୍ରଶାସନ ର ଅନେକ ବ୍ୟବସ୍ତା ପରନ୍ତୁ ତାହା କେବଳ କାଗଜ କଲମ ସୀମିତ | ସଠିକ ଉପଭୋକ୍ତା ଙ୍କ ପାଖରେ ପହଂଚି ପାରୁନି ଯୋଜନା | କଳାହାଣ୍ଡି ଜିଲ୍ଲା ଉଦେସୁରୁଙ୍ଗ ପଂଚାୟତ ଡୁଙ୍ଗରୀଗୁଡା ଗ୍ରାମ ର ରାଇସିଂ ନାଏକ ରହିବାକୁ ଖଣ୍ଡେ ଘର ନା ମିଳୁଛି ପ୍ରଶାସନିକ କୌଣସି ବ୍ୟବସ୍ତା | ଗୋଟିଏ ଘରେ ପୋଷିତ ପ୍ରାଣୀ ଛେଳି ସହ ରହୁଛନ୍ତି ବ୍ୟକ୍ତି |ପ୍ରଶାସନ କୁ ତ ଗୁହାରି କରିଛନ୍ତି ତଥାପି ଫଳପ୍ରଦ ହୋଇପାରିନାହିଁ | ପଇସା ଲୋଭ ଦେଖାଇ ଯୋଜନା କରିବା କଥା କହି ଦୀର୍ଘ 6ରୁ 7 ବର୍ଷ ହବ ଠକି ଚାଲିଛି ବିଭାଗୀୟ କତୃପକ୍ଷ | ବର୍ଷା ଦିନେ ପାଣି ଗଳୁଛି ଘରୁ ସେଥିରେ ପୁଣି ଗୃହପାଳିତ ପଶୁ ; ଜୀବନ ଅତ୍ୟନ୍ତ କଷ୍ଟରେ ଅତିବାହିତ କରୁଛନ୍ତି ପରିବାର ଲୋକେ | ଖାଲି ଏତିକିରେ ସରିନି ଏମାନଙ୍କ ଦୁଃଖ ବୃଦ୍ଧ ବାପା ମୂଲଲାଗି ପରିବାର ପୋଶୁଛନ୍ତି ପରନ୍ତୁ ଏମାନଙ୍କ ପାଇଁ ନା ପ୍ରଶାସନ ଯୋଗାଇଛି ରାସନ ବ୍ୟବସ୍ତା ନା ଆଧାର କାର୍ଡ | ଏଭଳି ପରିସ୍ଥିତି ରେ ବି ପ୍ରତିବର୍ଷ ଆଶାୟୀ ହୋଇ ନିର୍ବାଚନ ରେ ଭୋଟ ଦେଇ ପ୍ରତିନିଧି ବାଛୁଛନ୍ତି : ପ୍ରତିଶୃତି ବି ମିଳୁଛି ପରନ୍ତୁ ନିର୍ଵାଚନ ପରେ ସମସ୍ତେ ନିଜ ନିଜ ବାଟରେ | ଏତେ ଯୋଜନା ପରେ ବି ତ୍ରୁଟି ରହୁଛି କୋଉଠି ପ୍ରଶାସନ ଦାୟୀ କି ତଳୀୟ କର୍ମଚାରୀ ଦାୟୀ |ଆମର ଏ ମିଡ଼ିଆ ଦ୍ୱାରା ଯଦି ପ୍ରଶାସନ ନିଦ ଭାଙ୍ଗିବ ତେବେ ବ୍ୟକ୍ତି ଜଣକ ଉପକୃତ ହୋଇପାରିବେ |
