ବ୍ରହ୍ମପୁର ମହାନଗର ନିଗମର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ବୁଲି ଦେଖିଲେ ମନ୍ତ୍ରୀ ବିଭୁତି ଭୂଷଣ ଜେନା
ବ୍ରହ୍ମପୁର, ୧୪/୧୦ ପବିତ୍ର ଦଶହରା ଅବସରରେ ଓଡ଼ିଶା ସରକାରଙ୍କ ବାଣିଜ୍ୟ, ପରିବହନ,ଖଣି ଏବଂ ଇସ୍ପାତ କ୍ୟାବିନେଟ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସଂଧ୍ୟାରେ ବ୍ରହ୍ମପୁର ମହାନଗରର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ଦୁର୍ଗାପୂଜା ମଣ୍ଡପ ବୁଲି ଦେଖିଛନ୍ତି । ମନ୍ତ୍ରୀ ଶ୍ରୀ ଜେନା ପ୍ରଥମେ ଗାନ୍ଧୀନଗର ଛକ ସ୍ଥିତ ଦୁର୍ଗାପୂଜା ମଣ୍ଡପକୁ ଆସି ପୂଜା ପାଉଥିବା ଶକ୍ତି ସ୍ୱରୂପିଣି ମା’ ଦୁର୍ଗାଙ୍କ ଦର୍ଶନ କରି ଆଶିର୍ବାଦ ନେବାସହ ବ୍ରହ୍ମପୁର ବାସୀ ତଥା ଓଡ଼ିଶା ବାସୀଙ୍କ କଲ୍ୟାଣ କାମନା କରିଛନ୍ତି । ପରେ ଗିରିଜା ଛକ,ଓଏସଆରଟିସି କାର୍ଯ୍ୟାଳୟ,ବିଜିପୁର ଛକ,ପୁରୁଣା ବସଷ୍ଟାଣ୍ଡ ଛକ ସ୍ଥିତ ଦୁର୍ଗାପୂଜା ମଣ୍ଡପ ଦର୍ଶନ କରି ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇବା ସହ ଦଶହରା ପର୍ବ ଅସତ୍ୟ ଉପରେ ସତ୍ୟର ଏବଂ ଅନ୍ୟାୟ ଉପରେ ନ୍ୟାୟର ଚିରନ୍ତନ ବିଜୟର ପ୍ରତୀକ ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି । ତାଙ୍କ ସହ ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି,ସରୋଜ ସାବତ, ଆସ୍କା, ବ୍ରହ୍ମପୁର ଏବଂ କନ୍ଧମାଳ ତିନୋଟି ଲୋକସଭା କ୍ଷେତ୍ର ଦାୟୀତ୍ୱରେ ଥିବା ଦଳର ବରିଷ୍ଠ ନେତା ସୁନିଲ କୁମାର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ଉପସଭାପତି ଗଙ୍ଗାଧର ଶତପଥି,ରାଜେଶ କୁମାର ସାହୁ,ଜିଲ୍ଲା ସମ୍ପାଦିକା ଏସ୍.ରାଣୀ,ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପିତବାସ ପଣ୍ଡା,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ମଣ୍ଡଳ ସଭାପତି ଗୋପିନାଥ ପଣ୍ଡା,ଭାବଗ୍ରାହୀ ପାଳ,ସରୋଜ ପାତ୍ର,ଧର୍ମରାଜ ପାଣିଗ୍ରାହୀ,କେ.ଟୁଙ୍ଗୁରୁ ପାତ୍ର,ପ୍ରଫୁଲ୍ଲ ପାଣିଗ୍ରାହୀ,କୃଷ୍ଣ ଚନ୍ଦ୍ର ଚୌଧୁରୀ,ଅଭିମନ୍ୟୁ ସାହୁ,କୁଞ୍ଜବିହାରୀ ପଣ୍ଡା,ସଞ୍ଜୟ ଜେନା,ପତିତପାବନ ଗନ୍ତାୟତ,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ କେ.ରବି ରାଓ,ଏସ୍.ଶ୍ରୀନିବାସ,ରଜତ ପଣ୍ଡିତ,ଚିନ୍ମୟାନନ୍ଦ ପଟ୍ଟନାୟକ,ଅମର ସାହୁ,ଶିରିଡ଼ି ବିକ୍ରମ,କୃଷ୍ଣ ପଲେଇ,ଶକ୍ତି ପଟ୍ଟନାୟକ,ମନୋଜ ମହାରଣା,ଅଖିଲ ବେହେରା,ଆଶିଷ ଦାସ,ଦେବୁନ୍ ପଟ୍ଟନାୟକ ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
