ଏକାକାର ସଂପାଦିକାଙ୍କ ଏକାଦଶାହରେ ବିଶିଷ୍ଟ ବ୍ୟକ୍ତିଙ୍କ ଅଶୃଳ ଶ୍ରଦ୍ଧାଞ୍ଜଳୀ
ଜଗତସିଂହପୁର , ଏକାକାର ସାହିତ୍ୟ ସଂସଦର ସଂପାଦିକା ନମିତା ବାରିକଙ୍କ ଏକାଦଶାହ କାର୍ଯ୍ୟ ତିର୍ତ୍ତୋଲ ବ୍ଲକ ଇବ୍ରିସିଂ ପଞ୍ଚାୟତର ବଡିଲୋ(ବନ୍ଧମୁଣ୍ଡି ) ଗ୍ରାମରେ ଅନୁଷ୍ଠିତ ହୋଇଛି। ସଂସଦର ସଭାପତି ତଥା ନମିତାଙ୍କ ସ୍ବାମି ନୃସିଂହ ବାରିକ, ସାମ୍ବାଦିକ ମିହିର ନାୟକ, ତିର୍ତ୍ତୋଲ ପ୍ରେସ କ୍ଲବର ସଂପାଦକ ଗୈ।ରାଙ୍ଗ ଚରଣ ସ୍ବାଇଁ, ରାହାମା ପ୍ରେସ କ୍ଲବର ସଭାପତି ବିଜୟ ସ୍ବାଇଁ, ସାମ୍ବାଦିକ ପ୍ରଭୁ ପ୍ରସାଦ ମହାନ୍ତି, ହୃଦୟ ସଂପାଦକ ପ୍ରମୋଦ ମଲ୍ଲିକ, ସୁଶାନ୍ତ ମଲ୍ଲିକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ନବୀନ ସଂପାଦକ ରବି ରଥ, ଲୋକସେବକ ମଣ୍ଡଳର ଦୀପକ ମାଲବ୍ୟ, ବରିଷ୍ଠ ସାମ୍ବାଦିକ ଗୋପାଳ ମହାପାତ୍ର,ପଦ୍ମଲୋଚନ ଦାସ, ଡାକ୍ତର ଦୀନବନ୍ଧୁ ମହାରଣା,ପ୍ରଫୁଲ୍ଲ ପଟ୍ଟନାୟକ, ପ୍ରସନ୍ନ ଦାଶ,କବି ପୀତାମ୍ବର ତରାଇ, ଚୈତନ୍ୟ ପ୍ରସାଦ ବେହେରା, ରାଜକିଶୋର ଷଡ଼ଙ୍ଗୀ,ଗୀତା ଦାସ,ସାହିତ୍ୟିକ ନୀଳାମ୍ବର ମିଶ୍ର, ମହେନ୍ଦ୍ର ନନ୍ଦ, ରମାକାନ୍ତ ପରିଜା,ତନ୍ମୟ ସେଠୀ, ବିନୋଦ ମୁଦୁଲି, ଭାଗବତ ସାହୁ,କ୍ଷୀରୋଜ ଦାସ,ଅମ୍ବିକା ପ୍ରସାଦ ସ୍ବାଇଁ,ଜାତୀୟ ମାନବାଧିକାର କମିଶନ କୋର କମିଟି ସଦସ୍ୟ ମନୋଜ ଜେନା, ସମାଜସେବୀ ଦେବେନ୍ଦ୍ର ମହାନ୍ତି, ପଣ୍ଡିତ ଅନନ୍ତ ଚରଣ ମଲ୍ଲିକ ପ୍ରମୁଖ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ନମିତାଙ୍କ ପାଇଁ ଅଶୃଳ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ପ୍ରିୟ ପରିଜନ, ବନ୍ଧୁ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଏକାଦଶାହ କାର୍ଯ୍ୟ ଭାବପୂର୍ଣ୍ଣ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଥିଲା।
