ଜିତିବା ଖୁସିରେ ସହର ବାସୀଙ୍କୁ ଧନ୍ୟବାଦ ଜଣାଇଲେ ନୂତନ ବିଧାୟକ
ବାସୁଦେବପୁର ନିର୍ବାଚନ ମଣ୍ଡଳୀର ଜନସାଧାରଣ ଦେଖିଲେ ଏଥର ନୂଆ ବିଧାୟକ କଂଗ୍ରେସ ପ୍ରାର୍ଥୀ ଶ୍ରୀଯୁକ୍ତ ଅଶୋକ କୁମାର ଦାସ ଭାବେ ନୂତନ ଭାବେ ନିର୍ବାଚିତ ପରେ ବାସୁଦେବପୁର ବାସୀଙ୍କୁ ଧନ୍ୟବ।ଦ ଜଣାଇଲେ ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଟି ବିଜେଡି ଦଳ ଗଠନ ଦିନଠାରୁ ବିଜେଡି ଦଖଲରେ ଥିଲା। ଗତକାଲି ୨୦୨୪ ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା ସରିଯାଇଛି।

ନୂତନ ଭାବେ ନିର୍ବାଚିତ କଂଗ୍ରେସ ବିଧାୟକ ଅଶୋକ କୁମାର ଦାସ ବିଜେଡି ଗଡକୁ ଭାଙ୍ଗି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ନିର୍ବାଚିତ ପରେ ଆଜି ଅପରାହ୍ନରେ ସ୍ଥାନୀୟ ଅଟଳବିହାରୀ ହାଇସ୍କୁଲ ଠାରୁ ଏକ ରାଲିରେ ସହର ପରିକ୍ରମା କରିଥିଲେ। ଏକ ଦୁର୍ନିତି ଗ୍ରସ୍ତ ଓ ଭ୍ରଷ୍ଟାଚାର ସରକାରକୁ ହଟାଇଛନ୍ତି ଜନସାଧାରଣ। ଅନେକ ଟଙ୍କା ବଳ ଓ ଶାସକ ଦଳର ଧମକ ଚମକ କୁ ଖାତିର ନକରି ମୋତେ ଭୋଟ ଦେଇ ବିଧାୟକ ଭାବେ ଜିତାଇଥିବାରୁ ବାସୁଦେବପୁର ବାସୀଙ୍କୁ ପ୍ରସଂସା କରିବା ସହ ଧନ୍ୟବାଦ ଜଣାଇଥିଲେ। ବାସୁଦେବପୁର ନିର୍ବାଚନ ମଣ୍ଡଳୀ ର ଜନସାଧାରଣ ଦେଖିଲେ ଏଥର ନୂଆ ବିଧାୟକ। ପୂର୍ବ ଥର ର ଶାସକ ଦଳ ର ବିଧାୟକ ବିଷ୍ଣୁ ବ୍ରତ ରାଉତରାୟ ଙ୍କୁ ପରାସ୍ତ କରି ବିଜୟ ର ମୁକୁଟ ପିନ୍ଧିଲେ କଂଗ୍ରେସ ଦଳ ର ବିଧାୟକ ପ୍ରାର୍ଥୀ ଅଶୋକ କୁମାର ଦାସ ।
