ବାଲୁଗାଁ ଓ ବାଣପୁର କିନର ପାଳିଲେ ସାବିତ୍ରୀ ବ୍ରତ
ବାଲୁଗାଁ ଓ ବାଣପୁର କିନର ପାଳିଲେ ସାବିତ୍ରୀ ବ୍ରତ !!ଆଜି ହେଉଛି ପବିତ୍ର ସାବିତ୍ରୀ ଅମାବାସ୍ୟା, ଏହି ଦିନ ସ୍ତ୍ରୀ ମାନେ ସାବିତ୍ରୀ ବ୍ରତ ରଖି, ପରିବାର ମଙ୍ଗଳ କାମନା କରିବା ସହିତ ଶ୍ୟାମି ମାନଙ୍କର ଦୀର୍ଘାୟୁ କାମନା କରିଥାନ୍ତି l ସେହି ଭଳି ଆଜି ଦେଖିବାକୁ ମିଳିଛି ବାଲୁଗାଁ ଓ ବାଣପୁର କିନର ସମାଜର ଶତାଧିକ କିନର ସଭ୍ୟ ମାନେ ତାଙ୍କ ସଭା ପତି ଜୋତି ଓ ସେକ୍ରେଟେରୀ ସୀମା ଙ୍କ ସହିତ, ପିତଳ ଥାଳିରେ ଫଳ ମୁଳ ସାଙ୍ଗକୁ ନୂତନ ବସ୍ତ୍ର ଓ ଚୁଡ଼ି, ସିନ୍ଦୁର ଧରି ଉମାମହେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଥିବା ସାବିତ୍ରୀ ମନ୍ଦିରେ ପୂଜା ଅର୍ଚନା କରିଥିଲେ l ତାଙ୍କ ଗୁରୁ ଙ୍କର ଦୀର୍ଘାୟୁ କାମନା କରିବା ସହିତ, ତାଙ୍କ ନାମରେ ଶଙ୍ଖା ସିନ୍ଦୁର ପରିଧାନ କରିଥିଲେ l ଗୁରୁ ଓ ଗୁରୁ ମା ଦୂରରେ ଥିବାରୁ କିନର ମାନେ ମୋବାଇଲରେ ଭିଡ଼ିଓ କଲିଙ୍ଗି ମଧ୍ୟମରେ ମୁଣ୍ଡିଆ ମାରି ଆଶ୍ରିବାଦ ଭିକ୍ଷା କରିବାର ଦେଖିବାକୁ ମିଳିଥିଲା l ସାବିତ୍ରୀ ବ୍ରତରେ ସେମାନେ ଏତେ ଖୁସି ଥିଲେଜେ ମନ୍ଦିର ବେଢାରେ ନାଚ ଗୀତରେ ମଜି ଯାଇଥିଲେ l କିନର ମାନେ ସାବିତ୍ରୀ ବ୍ରତ ମାଧ୍ୟ୍ୟମରେ,ସମାଜକୁ ଏହି ବାର୍ତ୍ତା ଦେଇ ଥିଲେ କି, ପ୍ରତେକ ସ୍ତ୍ରୀ ତାଙ୍କ ସ୍ୱାମୀ କୁ ସଦା ସର୍ବଦା ଭଲ ପାଇବା ସହିତ ତାଙ୍କର ସେବା କରିବା ଉଛିତ,ତତ ସହିତ ସ୍ୱାମୀ ମଧ୍ୟ୍ୟ ସ୍ତ୍ରୀ କୁ ସେତିକି ଭଲ ପାଇବ ଦେବା ସହିତ ସ୍ତ୍ରୀ ପ୍ରତି ଥିବା କର୍ତ୍ତବ୍ୟ ସମ୍ପାଦନ କରିବା ଉଚିତ,ସ୍ୱାମୀ ହେଉଛନ୍ତି ଇହ ଓ ପର କାଳର ଦେବତା l ଏହି ଭଳି ଭକ୍ତି ଭାବନା ଜାଗ୍ରତ ହେଲେ ହିଁ ସଂସାର ଗାଡି ସୁରୁ ଖୁରୁରେ ଚାଲିବ ବୋଲି କିନର ମାନେ ମତ ବ୍ୟକ୍ତ କରିଛନ୍ତି
