କବିସୂର୍ଯ୍ୟନଗରରେ ଅଘୋଷିତ ବିଦ୍ୟୁତ କାଟ ଜାରି :
କବିସୂର୍ଯ୍ୟନଗରରେ ଅଘୋଷିତ ବିଦ୍ୟୁତ କାଟ ଜାରି : ବିଦ୍ୟୁତ ବିଭାଗ ଅଫିସର ନୀରବ !କବିସୂର୍ଯ୍ୟନଗର :-୦୮/୧୦ ଗଞ୍ଜମ ଜିଲ୍ଲା ଅନ୍ତର୍ଗତ କବିସୂର୍ଯ୍ୟନଗର ସହର ଓ ଏହାର ଆଖପାଖ ଅଞ୍ଚଳରେ ବିଗତ କିଛି ଦିନ ଧରି ବିଦ୍ୟୁତ ବିଭ୍ରାଟ ଜାରି ରହିଛି l ଯାହା ଫଳରେ ଗ୍ରାମାଞ୍ଚଳ ଓ ସହରରୁ ମହିଳା ମାନେ ସୁଭଦ୍ରା ଯୋଜନାର ସୁଫଳ ପାଇଁ ଆଧାର କେନ୍ଦ୍ର ଓ ଜନ ସେବା କେନ୍ଦ୍ରରେ ଆବେଦନ କରିବା ପାଇଁ ଆସି ଘଣ୍ଟl ଘଣ୍ଟା ଲମ୍ବା ଲାଇନରେ ଛିଡା ହେବା ସହିତ ନାହିଁ ନଥିବା ସମସ୍ୟାରେ ସମୁଖୀନ ହୋଇ ବର୍ଷାରେ ଭିଜୁଛନ୍ତି l ପ୍ରକାଶ ଥାଉକି ବିଗତ ଗୁରୁବାର ଦିନ ବିଦ୍ୟୁତ ବିଭାଗ ପକ୍ଷରୁ ରକ୍ଷଣା ବେକ୍ଷଣ କାର୍ଯ୍ୟ କରିବା ପାଇଁ ସକାଳ ପ୍ରାୟ 8 ଘଣ୍ଟ ଠାରୁ ପ୍ରାୟ 12 ଘଣ୍ଟ ପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଣ ବନ୍ଦ କରି ଥିଲା l ଏହି ଭାଳି ରକ୍ଷଣା ବେକ୍ଷଣ କାର୍ଯ ନାମରେ ପ୍ରାୟ ସମୟ ବିଦ୍ୟୁତ ଯୋଗାଣ ବନ୍ଦ କରୁଥିଲେ ମଧ୍ୟ ବାରମ୍ବାର ବିଦ୍ୟୁତ ବିଭ୍ରାଟ ହେବା ଏବଂ ଆଜି ରବିବାର ଦିନ ପ୍ରାୟ ପୂର୍ବାହ୍ନ 7 ଘଣ୍ଟ ଠାରୁ ପ୍ରାୟ 2 ଘଣ୍ଟ ପର୍ଯ୍ୟନ୍ତ ବିଦ୍ୟୁତ ତ୍ରୁଟି ଦର୍ଶାଇ ବିଦ୍ୟୁତ ଯୋଗାଣ ବନ୍ଦ କରିବା ପରିତାପର ବିଷୟ l ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ରାଜ୍ୟ ସରକାର ବିଦ୍ୟୁତ ବିଭାଗକୁ ଘରୋଇ କାରଣ କରିଥିଲେ କିନ୍ତୁ ଉନ୍ମତ ମାନର ସେବା ପ୍ରଦାନ କରିବା ପ୍ରତିବଦଳରେ ଲୋକ ମାନେ ପ୍ରାୟ ସମୟ ବିଦ୍ୟୁତ ସେବାରୁ ବଞ୍ଚିତ ହୋଇଛନ୍ତିl ଏହି ବାବଦରେ ସହକାରୀ ଯନ୍ତ୍ରୀ ଓ କନିଷ୍ଟ ଯନ୍ତ୍ରୀଙ୍କୁ ଯୋଗାଯୋଗ କଲେ ଫୋନ ଉଠାଉ ନାହାନ୍ତି କିମ୍ବା କୌଣସି ସନ୍ତୋଷଜନକ ଉତ୍ତର ନଦେବା ସହିତ ଦାୟିତ୍ଵ ହୀନ ମନ୍ତବ୍ୟ ଦେଇ ପାଟି ବନ୍ଦ କରିବା ପାଇଁ ଚେଷ୍ଟା କରୁଛନ୍ତି l ସହକାରୀ ଯନ୍ତ୍ରୀ ପ୍ରାୟ ସମୟ ନିଜ କାର୍ଯ୍ୟ କ୍ଷେତ୍ରରେ ବା ଅଫିସରେ ଲୋକଙ୍କ ସମସ୍ୟା ନ ବୁଝିବା ଓ ଅଫିସ ହେଡ କ୍ୱାଟର ଠାରୁ ଦୂରରେ ରହି ଅଫିସ କାମରେ ନିୟୋଜିତ ହୋଇଥିବା ଗାଡି କୁ ନିଜ କାର୍ଯ୍ୟରେ ନିୟୋଜିତ କରିବା ଯୋଗୁ ଏହି ଭାଳି ସମସ୍ୟା ଲାଗି ରହୁ ଥିବା ସାଧାରଣ ରେ ଚର୍ଚ୍ଚା ହେଉଛିl ଯଦି କୌଣସି ବିଦ୍ୟୁତ୍ ଉପଭୋକ୍ତା ଅଫିସ କାର୍ଯ୍ୟରେ ସହକାରୀ ଯନ୍ତ୍ରିଙ୍କ କାର୍ଯ୍ୟାଳୟ କୁ ଯାଆନ୍ତି, ସେଠାରୁ ଉତ୍ତର ମିଳେ ସାର୍ ଆଜି ଛୁଟି ରେ ଅଛନ୍ତି l ତାହାହେଲେ ଏଠାରେ ପ୍ରଶ୍ନ ଉଠେ TPSODL କର୍ତ୍ତୁପକ୍ଷ ଏହି ସହକାରୀ ଯନ୍ତ୍ରୀଙ୍କୁ ବର୍ଷକୁ କେତେ ଦୀନ ଛୁଟି ଦିଅନ୍ତି l କାହିଁ କିନା ପ୍ରତି ମାସରେକିଏ ଯଦି ଯlଏ ଉତ୍ତର ମିଳେ ସାର୍ ଛୁଟିରେ ଅଛନ୍ତି l କନିଷ୍ଟ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ଏହି ଭଲି ଛୁଟି ଦିଆନିଆ କାର୍ଯ୍ୟ ଉପରିସ୍ଥ ଅଫିସରଙ୍କ ସଲା ସୁତୁରା ରେ ଚାଲିଛି l ନୂତନ ବିଦ୍ୟୁତ୍ ସଂଯୋଗ କାମରେ ଲୋକଙ୍କ ଠାରୁ ବିଦ୍ୟୁତ୍ କଣ୍ଟ୍ରାକ୍ଟର ମାଧ୍ୟମରେ ସହସ୍ରାଧିକ ଟଙ୍କା ଲୁଣ୍ଠନ କରିବା, ନୂତନ ବିଦ୍ୟୁତ୍ ସଂଯୋଗ ପାଇଁ ଆବେଦନ କରିଥିବା ଗ୍ରାହକଙ୍କୁ ଦୀର୍ଘଦିନ ଧରି ବିଦ୍ୟୁତ ସଂଯୋଗ ନଦେବା ଓ ବିଦ୍ୟୁତ୍ ସମ୍ବନ୍ଧୀୟ ବେନିୟମ କାର୍ଯ କରିବା ଯେପରି ଏହି ଉଭୟ ଅଫିସରଙ୍କ ନିୟମିତ କାର୍ଯ୍ୟ ବୋଲି ସକାଳ “ଚl” ଖଟିରେ କବିସୂର୍ଯ୍ୟନଗରରେ ଚର୍ଚା ହେଉଛି l ଯଦି ଏହି ଭଲି କାର୍ଯ୍ୟ ବାରମ୍ବାର ଜାରି ରହେ ତା ହେଲେ ଏକ ବୃହତ୍ ଜନ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ସାଧାରଣରେ ଆଲୋଚନା ହେଉଛି l
