ସିଦ୍ଧାନ୍ତ
ସିଦ୍ଧାନ୍ତ
✍🏼କବିରତ୍ନ ନୂତନ କୁମାର ବେହେରା
କୌଣସି କାର୍ଯ୍ୟ ହେଲା ପରେ ସମାପ୍ତ
ଜ୍ଞାନ ବିଜ୍ଞାନରେ ବିଶେଷ ଭାବେ ହୁଏ ତର୍ଜମା
ପରୀକ୍ଷଣରେ ବାରମ୍ବାର ହୁଏ ଯା’ ସିଦ୍ଧ
ରହିଥାଏ ଚୂଡ଼ାନ୍ତ…ତାର ପ୍ରାମାଣିକ ଦୃଷ୍ଟାନ୍ତ
ଶାସ୍ତ୍ରୀୟ ମତରେ ରହେ ଅକ୍ଷୁଣ୍ଣ ଅକ୍ଷୟ
ସେ ଅପରିବର୍ତ୍ତିତ ନିୟମର ହୁଏ ନାହିଁ ଅନ୍ତ
ନିଷ୍ପତ୍ତି,ସଂକଳ୍ପ ଓ ପ୍ରତିଜ୍ଞା ପରି ସର୍ବଦା ଅଟଳ
ଚିରନ୍ତନ ସତ୍ୟର ପାଇ ପ୍ରେରଣା ହୁଏ ଋଦ୍ଧିମନ୍ତ
ସର୍ବସମ୍ମତିରେ ଗ୍ରହଣଯୋଗ୍ୟ ହୁଏ ସିଦ୍ଧାନ୍ତ
ବିଧିର ବିଧାନେ କି ପ୍ରକୃତିର ସନ୍ତୁଳନରେ
ତ୍ରକାଳେ ରହିଥାଏ ତାର ଅସ୍ତିତ୍ବ ହୁଏନା ନିଶ୍ଚିହ୍ନ
ସତ୍ୟର ସିଦ୍ଧାନ୍ତ ରହିଥାଏ ଅକାଟ୍ୟ ଅମ୍ଳାନ
ସେ ସିଦ୍ଧାନ୍ତରେ ମାନବଜାତି ହୁଏ ଅନୁପ୍ରାଣିତ
କାହାରି ଶଙ୍କା ସନ୍ଦେହ ଅବିଶ୍ଵାସରେ ବିକୃତ
ଷଡ଼ଯନ୍ତ୍ରରେ କୁମନ୍ତ୍ରଣାରେ ହୁଏନା ଅସିଦ୍ଧ
ଜ୍ଞାନୀ ଗୁଣୀଜନେ ପାଳି ତାହା କରିଥାନ୍ତି ସିଦ୍ଧ
ଯେମିତି ସଂସାରରେ ମଣିଷ ମରଣଶୀଳ
ରଜନୀ ପାହିଲେ ଆସେ ନୂଆ ସକାଳ
ଦୁଃଖ ପରେ ସୁଖ ଆସି ବିତେ ଜୀବନ କାଳ
ଋତୁ ପରେ ଋତୁ ଦିନ ରାତି ଜନ୍ମ ମୃତ୍ୟୁ
ହୋଇ ଚାଲିଥାଏ ପ୍ରାକୃତିକ ନିୟମ ହେତୁ
ଜୀବନ ଧନ ମାନ ଜ୍ଞାନର ଯେତେ ସିଦ୍ଧାନ୍ତ
ରହିଛି ରହିବ … ହୁଏ ନାହିଁ ତା’ ବିଭ୍ରାନ୍ତ
ସତ୍ୟର ସିଦ୍ଧାନ୍ତ ସ୍ଵୀକାର କରି କଲେ ପାଳନ
ନିଶ୍ଚିତ ସାର୍ଥକ ହୁଅଇ ସାଧକର ଜୀବନ
ସାଧୁ ସନ୍ଥ ସନ୍ନ୍ୟାସୀ ମହାପୁରୁଷ ଭଲ ମଣିଷ
ସିଦ୍ଧାନ୍ତ ଉପରେ ରଖିଥାନ୍ତି ଅଖଣ୍ଡ ବିଶ୍ଵାସ
ଯୁଗେ ଯୁଗେ ପାଆନ୍ତି ପ୍ରଶଂସାରେ ପୂଜା
ଚୋର ଖଣ୍ଟ ପ୍ରବଞ୍ଚକ ହୁଏ ନିନ୍ଦିତ ପାଏ ସଜା
କେଉଁଠି ବି ହୁଏ ନାହିଁ ତାହାର ଖୋଜା
ସିଦ୍ଧାନ୍ତ ମାନି ଚଳିବା ପ୍ରଥମେ ଭାରି କଷ୍ଟକର
ସିଦ୍ଧିଲାଭ ପରେ ହୁଏ ସହଜ ସରସ ସୁନ୍ଦର
ସୃଷ୍ଟିର ସିଦ୍ଧାନ୍ତରେ ଚାଲିଛି ସଚରାଚର
ନାହିଁ ତାର କିଛି ବି ବିକଳ୍ପ ଆଧାର…।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
ନବସୃଜନ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ ।
