ବାହାର ରାଜ୍ୟରେ ରହି ମଧ୍ୟ ନିଜ ଗାଁ ଓ ବିଦ୍ୟାଳୟକୁ ଭୁଲି ନାହାନ୍ତି ଇଂ ଅନନ୍ତ ଚରଣ

ଓଡ଼ଗାଁ – ତା ୧୭-୦୪-୨୬ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କାନ୍ଥମାଳ ଅଞ୍ଚଳର ଏକ ଗ୍ରାମ କଜଳାଇପଲ୍ଲି।ସେହି ଗ୍ରାମର ଜଣେ ବିଜ୍ଞ ବ୍ୟକ୍ତି ଓ ସମାଜସେବୀ ସ୍ବର୍ଗତ ହାଡୁବନ୍ଧୁ ମିଶ୍ରଙ୍କ ସୁପୁତ୍ର ଅନନ୍ତ ଚରଣ ମିଶ୍ର ଜଣେ ବରିଷ୍ଠ ଯନ୍ତ୍ରୀ ଭାବରେ ରାଜ୍ୟବାହାରେ ବିଭିନ୍ନ କମ୍ପାନୀ ମାନଙ୍କରେ କାର୍ଯ୍ୟ କରି ସୁନାମ ଅର୍ଜନ କରି ଅବସର ନେଇଥିଲେ ମଧ୍ୟ ଏବେବି ପଶ୍ଚିମବଙ୍ଗର ଏକ କମ୍ପାନୀରେ ମୁଖ୍ୟ ଯନ୍ତ୍ରୀ ଭାବରେ କାର୍ଯ୍ୟରତ ଅଛନ୍ତି ।କିନ୍ତୁ ସେ ନିଜ ଗାଁ ଓ ବିଦ୍ୟାଳୟକୁ ଭୂଳିପ।ରିନାହାନ୍ତି ।ପ୍ରତିବର୍ଷ ଦୁଇ ତିନିଥର ଗ୍ରାମକୁ ଆସି ଗ୍ରାମର ନିଜେ ପଢିଥିବା ସାରସ୍ବତ ଲୋକ ବିଦ୍ୟାପୀଠର ଓ କଜଳାଇପଲ୍ଲି ଡାକ୍ତରଖାନାର ଅଭାବ ଅସୁବିଧା ବୁଝି ସାହାଯ୍ୟ କରିବାରେ କେବେ ହେଳା କରିନାହାନ୍ତି ।ଆଜି ସେ ଗ୍ରାମକୁ ଆସି ସକାଳୁ ଗ୍ର।ମଲୋକଙ୍କ ସହିତ ଆଲୋଚନା କରି ଭାଇଚାରା ନେଇ ଗ୍ରାମର ଉନ୍ନତି ପାଇଁ କାମ କରିବାକୁ ପରାମର୍ଶ ଦେବା ସହିତ ନିଜେ ସବୁ ସ୍ତରରେ ସାହାଯ୍ୟ ଓ ସହଯୋଗ କରିବାର ପ୍ରତିଶ୍ରୁତି ଦେଇଥିଲେ ।ଦିନ ୯ ଘଣ୍ଟା ସମୟେ ସ୍କୁଲ କୁ ଯାଇ ପାଠ ପଢ଼ା ସହିତ ନିକଟସ୍ଥ ଆଦିବାସୀ ଗ୍ରାମର ପିଲାମାନଙ୍କ କଥା ବୁଝିଥିଲେ । ଆଜି ସେ ବିଦ୍ୟାଳୟ ଠାରୁ ୧୦ କିଲୋମିଟର ଦୂର ଆଦିବାସୀ ଗାଁ ଗୋଛା, ପୁନିପଡା ଶିମିଳି ଇତ୍ୟାଦି କୁ ଯାଇ ଆଦିବାସୀ ଅଭିଭାଭକ ମାନକ ସହିତ ଆଲୋଚନା କରି ପ୍ରତି ପିଲାଙ୍କୁ ବିଦ୍ୟାଳୟକୁ ଛାଡ଼ିବାକୁ ବୁଝାଇ ଥିଲେ ।ବିଗତ ବର୍ଷ ମାନଙ୍କରେ ୧୦ କିଲୋମିଟରରୁ ପିଲା ଯାତାୟତରେ ଅସୁବିଧାକୁ ଉପଲବ୍ଧି କରି ସମସ୍ତ ପିଲାଙ୍କୁ ଗୋଟିଏ ଗୋଟିଏ ସାଇକେଲ ପ୍ରଦାନ ସହିତ ପଠା ପଢ଼ି ଆସୁଥିବା ସମସ୍ତ ପିଲାଙ୍କ ପଢ଼ାଖର୍ଚ୍ଚ କୁ ନିଜେ ବହନ କରୁଛନ୍ତି ।

ପ୍ରତି ଆଦିବାସୀ ପିଲା ବିଦ୍ୟାଳୟକୁ ଆସି ପଠା ପଢ଼ି ଶିକ୍ଷିତ ହେବାର ଲକ୍ଷ୍ୟ ନେଇ ତାଙ୍କର ଉଦବେଗ ଓ ଉତ୍ସ।ହ ଦ୍ଵାରା ଏବେ ଦୁଇଜଣ ଆଦିବାସୀ ପିଲା ପାଠ ପଢ଼ି ଚାକିରି କରିବା ସହିତ ପ୍ରାୟ ୧୦ ଜଣରୁ ଅଧିକ ପିଲା ମେଟ୍ରିକ୍ ପାସ୍ କରି ଉଚ୍ଚଶିକ୍ଷା ଲାଭ କଲେଣି । ଆଦିବାସୀ ପିଲାଙ୍କୁ ଓ ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟକୁ ଆକର୍ଷିତ କରିବା ପାଇଁ ବିଦ୍ୟାଳୟ ସମ୍ମୁଖସ୍ଥ ଷ୍ଟିଲ ଗେଟ୍,ବିଶୁଦ୍ଧ ପାଣି ପିଇବା ପାଇଁ ଆକୁଆଗ।ର୍ଡ ମେସିନ୍,ପିଲାଙ୍କୁ ଗରମ ଦାଉରୁ ରକ୍ଷା ପାଇଁ ଷଷ୍ଠ ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ଫ୍ୟାନ ଲଗାଇଛନ୍ତି । ମୋ ସ୍କୁଲ କାର୍ଯ୍ୟକ୍ରମରେ ଜଣେ ଆଲୁମିନି ଭାବରେ ପ୍ରତିବର୍ଷ ସ୍କୁଲରେ ବୃକ୍ଷରୋପଣ କରିବା ସହିତ ଇତ୍ୟାଦି ଅନେକ କାମ ନିଜସ୍ଥ ପାଣ୍ଠିରୁ ଖର୍ଚ୍ଚ କରି ଚାଲିଛନ୍ତି ।ବିଦ୍ୟାଳୟକୁ ୭୫ ବର୍ଷ ଉପଲକ୍ଷେ ଏହିବର୍ଷ ଜୁଲାଇ ମାସ ୩/୪/୫ ତାରିଖ କୁ ମହାସମାରୋହରେ ପାଳନ ପାଇଁ ଶିକ୍ଷକ ମାନକ ସହିତ ଆଲୋଚନା କରି ସମସ୍ତ ପ୍ରକାର ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇଛନ୍ତି ।ସ୍କୁଲ ନିକଟରେ ଥିବା ଡାକ୍ତରଖାନାର କର୍ମଚାରୀଙ୍କ କ୍ୱାର୍ଟର ନିର୍ମାଣ ପାଇଁ ସ୍ଥାନ ନିରୂପଣ ସହିତ ଶୀଘ୍ର କାର୍ଯ୍ୟ କରିବାକୁ ଅଞ୍ଚଳର ବ୍ୟକ୍ତି ବିଶେଷଙ୍କୁ କହିବା ସହିତ ସମସ୍ତ ପ୍ରକାର ସାହାଯ୍ୟ ପାଇଁ ପ୍ରତିଶ୍ରୁତି ମଧ୍ୟ ପ୍ରଦାନ କରିଛନ୍ତି । ଅଞ୍ଚଳର ଜଣେ ଯୋଗ୍ୟ ବ୍ୟକ୍ତି ଓ ବିଦ୍ୟାଳୟର ପୁରାତନ ଛାତ୍ର ଭାବରେ ତାଙ୍କର ଏତାଦୃଶ କାର୍ଯ ପାଇଁ ଅଞ୍ଚଳର ବୁଦ୍ଧିଜୀବୀ ଓ ବ୍ୟକ୍ତିବିଶେଷ ଧନ୍ୟବାଦ୍ ଦେବ।ସହିତ ତାଙ୍କର ଦୀର୍ଘଜୀବନ କାମନା କରି ଏହା ଅନ୍ୟ ମାନକ ପାଇଁ ଉଦାହରଣ ହେବ ବୋଲି ମତ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *