ପ୍ରବାଦ ପୁରୁଷ ଦିବସ
“ପ୍ରବାଦ ପୁରୁଷ ଦିବସ”ମହାନ୍ ଜନନାୟକ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ୨୯ ତମ ତିରୋଧାନ ଦିବସରେ ବ୍ରହ୍ମଗିରି ବ୍ଲକ ଢ଼ାବା ଛକ ଠାରେ “ପ୍ରବାଦ ପୁରୁଷ ଦିବସ” ପାଳନ ହୋଇଯାଇଛି।ସନ୍ଧ୍ୟା ୫ଟା ୩୦ ମିନିଟ୍ ସମୟରେ ବ୍ରହ୍ମଗିରି ବ୍ଲକ ବ୍ରହ୍ମଗିରି ପଞ୍ଚାୟତ ଢ଼ାବା ଛକ ଠାରେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ଙ୍କ ନେତୃତ୍ବରେ ପ୍ରବାଦ ପୁରୁଷଙ୍କ ଉଦ୍ଦେଶ୍ୟରେ ଏକ ବିଶାଳ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ପ୍ରାୟ ୨୦୦୦ ହଜାରରୁ ଉର୍ଦ୍ଧ୍ୱ ବିଜୁ ପ୍ରେମୀ ଉପସ୍ଥିତ ଥିଲେ।ସଭା କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଶ୍ରୀ ଦାସବର୍ମା ଏବଂ ଉପସ୍ଥିତ ନିର୍ବାଚିତ ପ୍ରତିନିଧି ପ୍ରବାଦ ପୁରୁଷ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ବଳନ କରି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି।ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ବିଦ୍ୟାଧର ସ୍ୱାଇଁ ସଭାପତିତ୍ୱ କରିଥିଲେ। ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ସଭାପତି ଶ୍ରୀ ବିଦ୍ୟାଧର ସ୍ୱାଇଁ କହିଛନ୍ତି ଡ଼ବଲ ଇଞ୍ଜିନ ବିଜେପି ସରକାର ୨ ବର୍ଷରେ ଭିତରେ ଖାଲି ମିଛ ପ୍ରତିଶ୍ରୁତି ଛଡ଼ା ଚାଷୀଙ୍କୁ ଧୋକା ଦେବା ଏବଂ ବିଜେପି ସାଂସଦ ନିଶିକାନ୍ତ ଦୁବେ ମହାନ୍ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ତାଚ୍ଛଲ୍ୟ କରିବା ଏହା ନିନ୍ଦନିୟ ଘଟଣା ଏ ସରକାର ର ନିତି ଗତ ଅଭ୍ୟାସ। ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା କହିଛନ୍ତି ବିଜୁ ବାବୁ ଲୋକଙ୍କ କଲ୍ୟାଣ ଓ ଉନ୍ନତି ପାଇଁ ଆଙ୍କିଥିଲେ ବିକାଶର ବିସ୍ତୃତ ନକ୍ସା। ତାଙ୍କର ପ୍ରତିଟି କାମ ଥିଲା ଓଡ଼ିଆ ଜାତିର ସ୍ବାଭିମାନ ଓ ଗୌରବ ପାଇଁ। ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡ଼ିଶା ଏବେ ଅନେକ କ୍ଷେତ୍ରର ଅଗ୍ରଣୀ ହୋଇଛି। ସେହି ବିକାଶ ପୁରୁଷଙ୍କ ତିରୋଧାନ ଦିବସ ରେ ତାଙ୍କ ଅବଦାନକୁ ସ୍ମରଣ କରି ଶ୍ରୀ ଦାସବର୍ମା ବ୍ରହ୍ମଗିରି ର ଜନପ୍ରତିନିଧି ଙ୍କୁ ତାଙ୍କ ବିଚାର ଧାରାରେ ଆଗକୁ ବଢ଼ିବା ପାଇଁ ଦିଗଦର୍ଶନ ଦେଇଛନ୍ତି। ଦେଶର ସ୍ୱାଧୀନତା ସଂଗ୍ରାମରେ ବିଜୁ ବାବୁ ଗ୍ରହଣ କରିଥିଲେ ବଳିଷ୍ଠ ଭୂମିକା। ଲୋକଙ୍କ ହାତରେ କ୍ଷମତା ପ୍ରଦାନ କରି ସେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିଥିଲେ। ରାଜନୀତିରେ ମହିଳାଙ୍କ ପାଇଁ ସଂରକ୍ଷଣ, ଶିଳ୍ପଠୁ ଆରମ୍ଭ କରି ଓଡ଼ିଆ ସ୍ୱାଭିମାନ ରକ୍ଷାରେ ତାଙ୍କର ଅବଦାନ ଅତୁଳନୀୟ। ଗାଁ ର ବିକାଶକୁ ବିଜୁବାବୁ ସବୁବେଳେ ଅଗ୍ରାଧିକାର ଦେଉଥିଲେ। କ୍ଷମତା ବିକେନ୍ଦ୍ରୀକରଣ ଦ୍ଵାରା ସୁଶାସନ ପ୍ରତିଷ୍ଠା ସମ୍ଭବ ବୋଲି ବୁଝିଥିଲେ ବିଜୁବାବୁ। ଗାଁର ବିକାଶରେ ରାଜ୍ୟର ବିକାଶ। ଏକଥାକୁ ବୁଝିଥିଲେ ବିଜୁବାବୁ। ଯେପର୍ଯ୍ୟନ୍ତ ପଞ୍ଚାୟତଗୁଡିକୁ ଆର୍ଥିକ କ୍ଷମତା ପ୍ରଦାନ କରା ନ ଯିବ, ସେପର୍ଯ୍ୟନ୍ତ ପଞ୍ଚାୟତିରାଜ ବ୍ୟବସ୍ଥାର ଲକ୍ଷ୍ୟ ପୂରଣ ହୋଇପାରିବନି। ଏହି ବ୍ୟବସ୍ଥାରେ ମହିଳାଙ୍କ ଯୋଗଦାନକୁ ଗୁରୁତ୍ୱ ଦେଉଥିଲେ ବିଜୁବାବୁ। ୩୩ ପ୍ରତିଶତ ସ୍ଥାନ ମହିଳାଙ୍କ ପାଇଁ ସଂରକ୍ଷଣ କରିବାକୁ ସେ ସମୟରେ ଐତିହାସିକ ନିଷ୍ପତ୍ତି ନେଇଥିଲେ ବିଜୁବାବୁ।ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ବାବୁ ସ୍ଵପ୍ନ ଦେଖୁଥିଲେ ଗୋଟେ ଜାତୀର ଭବିଷ୍ୟତ। ୧୦୦ ବର୍ଷ ପରେ ମୋ ଓଡ଼ିଆ ଜାତି ଏବଂ ରାଜ୍ୟ କେଉଁଠି ଥିବ।

ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାର ସାଢେ଼ ଚାରି କୋଟି ଲୋକ ପାଞ୍ଚ ପଞ୍ଚ ଥର ଓଡ଼ିଶାର ସେବା କରିବା ପାଇଁ ସୁଜୋଗ ଦେଇଛନ୍ତି। ଡ଼ବଲ ଇଞ୍ଜିନ ବିଜେପି ସରକାର ଶାସନ କ୍ଷମତାକୁ ଆସିବା ପରେ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ପାଳନ କରିବାରେ ବନ୍ଦ କରିଦେଇଛି। ଏ ଡ଼ବଲ ଇଞ୍ଜିନ ବିଜେପି ସରକାର ଚାଷୀମାନଙ୍କ ଧାନ ମଣ୍ଡିରୁ ଉଠେଇ ପାରୁନାହାଁନ୍ତି, ୩୦୦ ୟୁନିଟ୍ ବିଜୁଳି ବିଲ୍ ଛାଡ଼ କରିବେ ବୋଲି କହିଥିଲେ, ଚାଷୀ ମାନଙ୍କୁ ଇନ୍ ପୁଟ ସବ୍ସିଡି ଦେବୁ, ବାଧ୍ୟକ୍ଷ ଭତା ୩୦୦୦ କରି ଦେବେ ବୋଲି ସ୍ଵପ୍ନ ଦେଖାଇ ଥିଲେ ତାହା ପୁରଣ କରିଲେ ନାହିଁ। ଆଜି ଏହି “ପ୍ରବାଦ ପୁରୁଷ ଦିବସ” ରେ ଆମେ ସମସ୍ତେ ସପଥ ନେବା ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ବିଚାରଧାରା କୁ ଆଗେଇନେବା ଶର୍ବ ଶେଷରେ ବ୍ରହ୍ମଗିରି ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ରତ୍ନବାଳା ବେହେରା ଧନ୍ୟବାଦ ଦେଇ ସଭା ଶେଷ କରିଥିଲେ।ଏହି ସାଭାରେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ଵପ୍ନାରାଣୀ ସ୍ଵାଇଁ, ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ରତ୍ନବାଳା ବେହେରା, ପୁରୀ ସଦର ବ୍ଲକ ଦିବାକର ପାତ୍ର, ବ୍ରହ୍ମଗିରି ବ୍ଲକ ଉପାଧ୍ୟକ୍ଷ ମାଳିନୀ ଦଳାଇ, ଜିଲ୍ଲା ପରିଷଦ ସଦସ୍ୟ ଜମ୍ବେଶ୍ଵର ସାହୁ, ଭାଇଲପୁର ସମିତି ସଭ୍ୟ କାର୍ତ୍ତବିଯ୍ୟ ସ୍ଵାଇଁ, ବରିଷ୍ଠ ନେତା ବାଳକୃଷ୍ଣ ପେଣ୍ଠୋଇ, ପୂର୍ଣ୍ଣଚନ୍ଦ୍ର ଜେନା, ପ୍ରଫୁଲ୍ଲ କୁମାର ଜେନା, ନବ କିଶୋର ଷଣ୍ଢ, ଭଗବାନ ନାୟକ, ବ୍ରହ୍ମଗିରି ବ୍ଲକ ପୂର୍ବତନ ଅଧ୍ୟକ୍ଷା ନଳିନୀ ପ୍ରଭା ବରାଳ, ଉପାଧ୍ୟକ୍ଷ ଯୁଧିଷ୍ଠିର ନାୟକ, ବରିଷ୍ଠ ଆଇନଜୀବୀ ଯୁଧିଷ୍ଠିର ଜେନା, ନାରୀନେତ୍ରୀ ମାନସି ହରିଚନ୍ଦନ, ସସ୍ମିତା ସାହୁ, ପ୍ରତିମା ଜେନା, ବ୍ରହ୍ମଗିରି ପଞ୍ଚାୟତ ସରପଞ୍ଚ ରାଧାରାଣୀ ଦଳେଇ, ସରପଞ୍ଚ ଅମୁଲ୍ୟ କୁମାର ଜେନା, ଗୈାଡିକେରା ପଞ୍ଚାୟତ ସରପଞ୍ଚ ରମେଶ ଚନ୍ଦ୍ର ପ୍ରଧାନ, ହନ୍ତୁକ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ନରସିଂହ ପତି, କୃଷ୍ଣ ପ୍ରସାଦ ବ୍ଲକ ଯୁବ ନେତା ଫାଲଗୁନି ଜାଲ୍ଲି, ବିଜୁ ଯୁବ ଜନତା ଦଳର ନେତା ଜୟନ୍ତ କୁମାର ମାହାନ୍ତି, ଯୁବ ନେତା ବିଜୟ କୁମାର ଦଳେଇ, ସର୍ବେଶ୍ୱର ପଲେଇଙ୍କ ସମେତ ବିଜୁ ଜନତା ଦଳର ବରିଷ୍ଠ ନେତା, ମହିଳା, ଯୁବ ଓ ଛାତ୍ରଙ୍କ ସମେତ ବହୁ ବିଜୁ କର୍ମୀ ଉପସ୍ଥିତ ଥିଲେ।
