ପ୍ରତିଟି ଆଶା ଏକ ଏକ ସମ୍ଭାବନା
ପ୍ରତିଟି ଆଶା ଏକ ଏକ ସମ୍ଭାବନା
🔹କବିରତ୍ନ ନୂତନ କୁମାର ବେହେରା
ପ୍ରତିଟି ଆଶା ଏକ ଏକ ସମ୍ଭାବନା
ମଣିଷର ମନକୁ ଆସେ କଲେ କାମନା
ତା’ ପୂରଣ ପାଇଁ ଆଣିଲେ ଆଗ୍ରହ
ଅନ୍ତରରେ ସୃଷ୍ଟି ହୁଏ ଉତ୍ସାହ
ସେଇ ଆଶାର ଅନୁଶରଣେ କରି ଉଦ୍ୟମ
ପ୍ରତ୍ୟେକେ କରନ୍ତି କଠିନ ପରିଶ୍ରମ
ରଖିଥାନ୍ତି ଏକାଗ୍ରତାର ଲକ୍ଷ୍ୟ
କୌଶଳେ କ୍ରମେ ହୋଇଥାନ୍ତି ସୁଦକ୍ଷ
କଲେ ଶହେଟି ଆଶା ସଫଳ ହୁଏ ଅଳ୍ପ କିଛି
ସାଧନା ବଳେ ପାରନ୍ତି ଶୀର୍ଷରେ ପହଞ୍ଚି
ସଫଳତାକୁ ନେଇ ହୁଅନ୍ତି ଖୁସି
ବିଫଳତାରେ ଭାବନ୍ତି ବସି
ସୁଖ ଦୁଃଖର ସଂଜ୍ଞାକୁ ହୃଦେ ଅନୁଭବୀ
ନୟନ ଫେଡ଼ି ଦେଖନ୍ତି ଜ୍ଞାନର ରବି
ପ୍ରତିଟି ଆଶା ଏକ ଏକ ସମ୍ଭାବନା
ଅତୁଟ ରହେ ପାଉଥିଲେ ଶାନ୍ତିର ସାନ୍ତ୍ଵନା
ଆଶା ଜନ୍ମେ ହୋଇ ଅନାବନା
ତାକୁ ଚାରା ରୂପେ ବାଛିନିଏ ଚେତନା
ସେଇ ଆଶାକୁ ପୂରଣ କଲେ ଆସେ ଆନନ୍ଦ
ଅପୂର୍ଣ୍ଣ ରହିଲେ ବଢ଼ି ବଢ଼ି ଯାଏ ବିଷାଦ
ଆଶା ବିନା ଜୀବନ ଲାଗେ ଶୂନ୍ୟ
ଯିଏ ତା’ ଆଶା ପୂର୍ଣ୍ଣ କରେ ହୁଏ ଧନ୍ୟ
ସବୁ ଆଶା କାହାରି ହୁଏନା ଶତ ପ୍ରତିଶତ ପୂର୍ଣ୍ଣ
କିଛି ଆଶା ପୂରଣ କରି ଧରେ ଜୀବନ
ଆଶା ଯେବେ ନୈରାଶ୍ୟରେ ହୁଏ ପରିଣତ
ମନ ରହେ ଅସ୍ଥିର ବିଚଳିତ
ନିଜ ନିଜ ଶକ୍ତି ସାମର୍ଥ୍ୟରେ କଲେ ଆଶା
ଆସେ ବିଶ୍ଵାସ ରହେ ଭରସା
ଅସମ୍ଭବକୁ ଚିନ୍ତି କଲେ ଅବାନ୍ତର ଆଶା
ହୁଏନା ସଫଳ ଭୋଗେ ସେ ଦୁର୍ଦ୍ଦଶା
ଆଶାକୁ କରେ ଯେ ମାଦକ ଦ୍ରବ୍ୟ ପରି ନିଶା
ଲକ୍ଷ୍ୟ ପଥରୁ ହଜିଯାଏ ତାର ଦିଶା
ବୁଝି ବିଚାରି କଲେ ବୁଦ୍ଧି ବାଟ
ପ୍ରଚେଷ୍ଟାରେ ଘୁଞ୍ଚେ ଆସୁଥିବା ସଂକଟ
ଉପଚାରର ବିଧାନ ହିଁ ଆରାଧନା ଉପାସନା
ସ୍ଵଚ୍ଛ ଚିନ୍ତନରେ କଲେ ଆଶା ଦୂରାଏ ବିଡ଼ମ୍ବନା
ପ୍ରତିଟି ଆଶା ଏକ ଏକ ସମ୍ଭାବନା….।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
ନବସୃଜନ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ ।
