ସନ୍ଧ୍ୟା ୫ ଟା ସୁଦ୍ଧା ଯାଜପୁର ଜିଲ୍ଲାର ଭୋଟ ହାର ୬୩ ପ୍ରତିଶତ

** ସକାଳେ କିଛି ବୁଥରେ evm ସଠିକ ଢଙ୍ଗରେ କମ କରି ନଥିଲା l evm ଅଚଳ ଖବର ପାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ଵରିତ ପଦକ୍ଷେପ ନିଆ ଯାଇ ମତଦାନ କୁ ସ୍ବାଭାବିକ କରାଯାଇଥିଲା l ଫଳରେ ସନ୍ଧ୍ୟା ୬ ଟା ପରେବି ଜିଲ୍ଲାର ୨୫ ରୁ ଉର୍ଦ୍ଧ ବୁଥରେ ମତଦାନ ଚାଲୁ ରହିଛି l ସୂଚନା ଥାଉକି , ଯାଜପୁର ଜିଲ୍ଲାର ମୋଟ 1637 ଟି ବୁଥରେ ଆଜି ଭୋଟ ଗ୍ରହଣ କରାଯାଇଛି l

ଗରମ ଆଶଙ୍କାରେ ପ୍ରାୟ ପ୍ରତି ବୁଥରେ ସକାଳୁ ମତଦାନ ପାଇଁ ଭିଡ ଲାଗି ରହିଥିଲା l ଉଭୟ ମହିଳା ଓ ପୁରୁଷ ଭୋଟର ଲମ୍ବା ଲାଇନ ରେ ଠିଆ ହୋଇ ମତଦାନ କରୁଥିବା ଦେଖିବାକୁ ମିଳିଥିଲା l ଆଜି ଯାଜପୁର ଜିଲ୍ଲା ର ଗୋଟିଏ ଲୋକସଭା ଓ 7 ଟି ବିଧାନସଭା ଆସନ ପାଇଁ ମୋଟ 74 ଜଣ ପ୍ରାଥୀ ପ୍ରତିଦ୍ୱନ୍ଦିତା କରୁଥିଲେ l ପ୍ରବଳ ଗୁଳୁଗୁଳି ଓ ଗରମକୁ ଦୃଷ୍ଟି ରେ ରଖି ବୁଥ ମାନଙ୍କରେ ପର୍ଯ୍ୟାପ୍ତ ପରିମାଣର ଛାଇ ବ୍ୟବସ୍ଥା ସହ ପାଣି ଓ ors ପାଉଡର ମହଜୁଦ କରି ରଖା ଯାଇଥିଲା l ଜିଲ୍ଲା ପ୍ରସାଶନ ପକ୍ଷରୁ ୧୧୦୦ ରୁ ଉର୍ଦ୍ଧ ସମ୍ବେଦନଶୀଳ ବୁଥ ଚିହ୍ନଟ କର ଯାଇଥିଲା l ଅନେକ ଅତି ସମ୍ବେଦନଶୀଳ ବୁଥରେ webcasting ର ବ୍ୟବସ୍ଥା କରାଯାଇଥିଲା l ଉତେଜନା ହ୍ରାସ ପାଇଁ ପୁଲିସ patroling ବ୍ୟବସ୍ଥା କୁ କଡାକଡି କରାଯାଇଥିଲା lସେପଟେ ନିର୍ବାଚନ ଡ୍ୟୁଟି ବେଳେ ଯାଜପୁର ଜିଲ୍ଲାରେ ଏକ ଅଘଟଣ ଘଟିଥିଲା l କାର୍ଯ୍ୟରତ ବି ଏଲ ଓ ମନୋରଞ୍ଜନ ସାହୁ ଙ୍କ ଆକସ୍ମିକ ମୃତ୍ୟୁ ଘଟିଥିଲା l ବିଂଝାରପୁର ବ୍ଲକ ଓଳେଇଚନ୍ଦନପୁର ର 157 ନମ୍ବର ବୁଥ ରେ କାର୍ଯ୍ୟ କରୁଥିବା ମନୋରଞ୍ଜନ ସାହୁ blo ଭାବେ ଦାୟିତ୍ବରେ ଥିଲେ l ତାଙ୍କ ଦେହ ଅସୁସ୍ଥ ଲାଗିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବିଂଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଥିଲା l କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ପରିବାର ଲୋକଙ୍କ ଅଭିଯୋଗ ମୁତାବକ ଗତକାଲି ଠାରୁ ସେ ଅସୁସ୍ଥ ଅନୁଭବ କରିଥିଲେ

Leave a Reply

Your email address will not be published. Required fields are marked *